ETV Bharat / state

Weather Update: ୨୪ ଘଣ୍ଟାର ଅବପାତ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

author img

By

Published : Jul 25, 2023, 8:33 PM IST

Updated : Jul 25, 2023, 10:54 PM IST

ସକ୍ରିୟ ରହିଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି କହିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହା ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି କହିଛି ପାଣିପାଗ ବିଭାଗ ।

ପରେ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ହେବ । ପ୍ରବଳ ବର୍ଷାକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜିବୀଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଆସନ୍ତା ୨୪ ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି । ସେହିପରି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମୟୂରଭଞ୍ଜ ।

ଏହା ବି ପଢନ୍ତୁ- ଲଘୁଚାପ ଆଣିବ ବଡ଼ ବର୍ଷା, ଭିଜିବ ସାରା ଓଡ଼ିଶା

ସେହିପରି ଆସନ୍ତାକାଲି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି । ଅନ୍ୟପଟେ ଜୁଲାଇ ମାସରେ ସ୍ଵାଭାବିକ ବର୍ଷା ୪୭୬.୮ ମିଲିମିଟର ରହିଥିବା ବେଳେ ୧ ଜୁଲାଇରୁ ୨୫ ଜୁଲାଇ ମଧ୍ୟରେ ୪୧୫ ମିମି ବର୍ଷା ରେକର୍ଡ ହୋଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ସ୍ବାଭାବିକରୁ ଅଧିକ ଓ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା କହିଛି ପାଣିପାଗ ବିଭାଗ । ତେବେ ଆଗକୁ ବଡ଼ ବର୍ଷା ଥିବା ବେଳେ ଆକସ୍ମିକ ବନ୍ୟା ସହ ଭୂସ୍ଖଳନର ମଧ୍ୟ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ବିଭାଗ ।

ବିଶେଷ ଭାବେ ଓଡ଼ିଶାର ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ଆକସ୍ମିକ ବନ୍ୟା ସହ ଭୂସ୍ଖଳନ ର ମଧ୍ୟ ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଭାଗ। ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, " ଆସନ୍ତାକାଲି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ରୁ ବର୍ଷାର ପରିମାଣ କମିବ । ହେଲେ ୨୯ ତାରିଖରୁ ବର୍ଷାର ବିସ୍ତୃତି ବୃଦ୍ଧି ହେବ । ଉପକୂଳ ସମେତ ଆଭ୍ୟନ୍ତରଣୀ ଉତ୍ତର ଓଡ଼ିଶା ଜିଲ୍ଲାରେ ବର୍ଷା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 25, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.