ଖୋର୍ଦ୍ଧା: ହତ୍ୟାକାଣ୍ଡ ଘଟଣାରେ ଏସପି ଅଫିସ ଘେରିଲେ ସୌମ୍ୟଙ୍କ ପରିବାର । ସୂଚନାନୁସାରେ ଅକ୍ଟୋବର ୧ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳ ପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ମୃତକ ଜଣକ ନୟାଗଡ ଜିଲ୍ଲା ରଣପୁର ଥାନା ଭେରୁପଡା ଗ୍ରାମର ସୌମ୍ୟ ରଞ୍ଜନ ବୋଲି ଜଣାପଡିଛି ।
ଏହି ଘଟଣାରେ ଜଙ୍କିଆ ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସେପଟେ ସୌମ୍ୟ ରଞ୍ଜନଙ୍କ ପରିବାର ଲୋକେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଆଉ ଏସପି ଏହି ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ସୌମ୍ୟଙ୍କ ପରିବାର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ