ଖୋର୍ଦ୍ଧା: ଦୀର୍ଘଦିନର ନୀରବତା ପରେ ମୁଁହ ଖୋଲି ରାଜ୍ୟ ରାଜନୀତିକୁ ପୁଣି ହଲଚଲ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ( ବୁଧବାର ) ଖୋର୍ଦ୍ଧାରେ ସ୍ବର୍ଗତ ଜାନକୀ ବଲ୍ଲଭଙ୍କ 98 ତମ ଜନ୍ମ ଜୟନ୍ତୀ ଅବସରରେ ଯୋଗଦେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କଡ଼ା ବୟାନ ଦେଇଛନ୍ତି ସୌମ୍ୟ ।
ଜାନକୀ ବଲ୍ଲଭଙ୍କ ଜନ୍ମ ଜୟନ୍ତୀରେ ସୌମ୍ୟରଞ୍ଜନ ଯୋଗଦେବା ଅବସରରେ ସୌମ୍ୟ କାହିଁକି ଖବରକାଗଜର ସମ୍ପାଦକୀୟ ପଦ ଛାଡିଲେ ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହାର ଉତ୍ତର ରଖି ସୌମ୍ୟା କହିଛନ୍ତି, " ସାମ୍ବାଦିକମାନଙ୍କ ଗୁଣ ଦେଖି ସମ୍ପାଦକ ପଦ ଛାଡିଲି । ଯେଉଁ ସାମ୍ବାଦିକମାନଙ୍କୁ ମୁଁ ତିଆରି କରିଥିଲି, ସେହିମାନଙ୍କ ଗୁଣ ଦେଖି ସମ୍ପାଦକ ପଦ ଛାଡିଲି । ମିଛ କଥାକୁ ନେଇ ମୋ ନାଁରେ ଏତଲା ଦେବେ । ତାକୁ କିଏ ବରଦାସ୍ତ କରିବ । ପୂର୍ବରୁ ରାଜନୀତିରେ ଯୋଗ ଦେବାପାଇଁ ସମ୍ପାଦକ ପଦ ଛାଡିଥିଲି, ଏବେ ସାମ୍ବାଦିକମାନଙ୍କ ଗୁଣ ଦେଖିକି ପଦ ଛାଡ଼ିଲି ।"
ସେହିଭଳି ଆଗାମୀ 2024 ସାଧାରଣ ନିର୍ବାଚନ ଲଢ଼ିବେ କି ନାହିଁ ? ଏହାର ଉତ୍ତର ରଖି ସୌମ୍ୟ କହିଛନ୍ତି, "ମୋର ସ୍ଥିତି କିଛି ନାହିଁ । ମୁଁ ନିର୍ବାଚନ ଲଢିବି କି ନାହିଁ, ଏବେ ନିଷ୍ପତ୍ତି ନେଇ ନାହିଁ । ମୋଟ ଉପରେ ପ୍ରାୟ ନିର୍ବାଚନ ଲଢ଼ିବି ନାହିଁ । ମୋର ଦଳ ନାହିଁ କି ଖବର କାଗଜ ନାହିଁ । ମୋର କିଛି ନାହିଁ, ମୋର କେବଳ ଓଡ଼ିଶାକୁ ଭଲ ପାଇବାର ସାହସ ଅଛି, ତାକୁ ନେଇକି ଆଗେଇବି ।"
ଏହା ମଧ୍ୟ ପଢ଼ନ୍ତୁ....ନିଜ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ, ସୁର କହିଲେ ତାଙ୍କର ମନ ପରିବର୍ତ୍ତନ ହୋଇଛି
ସେହିପରି ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରି ସୌମ୍ୟ କହିଛନ୍ତି ଯେ, ରାସ୍ତାଘାଟ ବା କୋଠାବାଡ଼ି କରି ଦେଲେ ବିକାଶ ହୁଏ ନାହିଁ । ବିକାଶରେ ଜନସାଧାରଣ ଓ ବ୍ୟକ୍ତିତ୍ୱର ବିକାଶ ହେବା ଦରକାର । ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ସୌମ୍ୟ କହିଛନ୍ତି ଯେ, 2015ରେ ବ୍ରହ୍ମ ବିଭ୍ରାଟ ହେବା କଥା ସାମ୍ବାଦିକମାନେ ଉଠାଇଲେ । ତେଣୁ ଜଗନ୍ନାଥ ଅସଲି କି ନକଲି ବୋଲି ସାମ୍ବାଦିକମାନେ ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଦେଲେ । ତେବେ ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ ତେଣୁ ଯେଉଁଠୁ ଡାକିଲେ ବି ସେ ଶୁଣିବେ । ତେଣୁ ଆମେ ଭକ୍ତ ସାଲବେଗ ଓ ଦାସିଆବାଉରୀ ବୋଲି କହିଛନ୍ତି ସୌମ୍ୟ ।
ଇଟିଭି ଭାରତ, ଖୋର୍ଦ୍ଧା