ETV Bharat / state

ମା' ଉଗ୍ରତାରାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ - sodasa puja begins of Maa Ugratara in khurda

କୋରୋନା କଟକଣା ମଧ୍ୟରେ ଖୋର୍ଦ୍ଧାର ଦେବୀ ପୀଠ ବାଣପୁର ଭଗବତୀ ଓ ଭୁଷଣ୍ଡପୁର ଉଗ୍ରତାରାଙ୍କ ପୀଠରେ ଆଜି ଠାରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।

ମା' ଉଗ୍ରତାରାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ

author img

By

Published : Sep 11, 2020, 3:48 PM IST

ଖୋର୍ଦ୍ଧା: ଚଳିତ ବର୍ଷ କୋରୋନା କଟକଣା ଯୋଗୁ ଫିକା ପଡ଼ିଛି ପାର୍ବଣ । କୋରୋନା କଟକଣା ମଧ୍ୟରେ ବି ଖୋର୍ଦ୍ଧାରେ ଶାରଦୀୟ ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖୋର୍ଦ୍ଧାର ଦେବୀ ପୀଠ ବାଣପୁର ଭଗବତୀ ଓ ଭୁଷଣ୍ଡପୁର ଉଗ୍ରତାରାଙ୍କ ପୀଠରେ ଯଥା ବିଦ୍ଧି ଅନୁଯାୟୀ ଆଜି ଠାରୁ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା । ତେବେ ଚଳିତ ବର୍ଷ ଯୋଡ଼ା ଆଶ୍ବିନ ପଡ଼ୁ ଥିବାରୁ ଏବେ ଠାରୁ ଆରମ୍ଭ ହୋଇ ୪୫ ଦିନ ପର୍ଯ୍ୟନ୍ତ ମା' ଙ୍କର ରୀତିନୀତି ଅନୁଯାୟୀ ପୂଜା କରାଯିବ ବୋଲି ଜଣାପଡିଛି ।

ମା' ଉଗ୍ରତାରାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ

ମା’ ଉଗ୍ରତାରାଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସାରା ଭାରତବର୍ଷରେ କେବଳ ତାରା ପୀଠ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଠାରେ ରହିଛି ଉଗ୍ରତାରା ପୀଠ । ଅକ୍ଷବ ଋଷି ତନ୍ତ୍ର ବିବ୍ୟା ସାଧାନ ପରେ ଏହି ସ୍ଥାନରେ ମା’ଙ୍କୁ ଆରାଧନା କରିବା ପରେ ସିଦ୍ଧିଲାଭ କରିଥିଲେ । ସେହିଦିନ ଠାରୁ ଏଠାରେ ମା’ଙ୍କ ପୂଜା ହୋଇଆସୁଅଛି ।

ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ମାତ୍ରେ ଦୂର ଦୂରାନ୍ତରୁ ଏହି ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ହେଲେ ଚଳିତ ବର୍ଷ ମହାମାରୀ କୋରୋନା କଟକଣା ସାଙ୍ଗକୁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ଥିବା ଯୋଗୁଁ ଜନଶୂନ୍ୟ ମା’ଙ୍କ ପୀଠ । କେବଳ ରୀତିନୀତି ଅନୁଯାୟୀ ବିନା ଭକ୍ତରେ ସମସ୍ତ କାର୍ଯ୍ୟକର୍ମ ଚାଲିଛି ।

ମା' ଉଗ୍ରତାରାଙ୍କ ପୀଠରେ ଦଶମହାବିଦ୍ୟାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏମାନେ ହେଲେ କାଳୀ, ତାରା, ଷୋଡ଼ଶୀ, ଭୂବନେଶ୍ବରୀ, ଭୈରବୀ, ଛିନ୍ନାମସ୍ତା, ଧୂମାବତୀ, ବଗଲାମୁଖୀ, ମାତଙ୍ଗୀ, କମଳା । ଏମାନଙ୍କ ମଧ୍ୟରୁ ୨ୟ ଅବତାର ହେଉଛନ୍ତି ତାରା । ଏ ହେଉଛନ୍ତି ବୃହସ୍ପତିଙ୍କ ରିଷ୍ଟ । ଏଠାରେ ଦୁଇ ପ୍ରକାର ଦଶହରା ପାଳନ କରାଯାଇଥାଏ । ଗୋଟିଏ ବାସନ୍ତି ଦୁର୍ଗା ପୂଜା ଓ ଶାରଦୀୟ ଦୁର୍ଗାପୂଜା । ଦଶ ଦିନରେ ୯ ପ୍ରକାର ବେଶରେ ମା’ ପୂଜା ପାଇଥାନ୍ତି । ଏହି ପୀଠଟି ତନ୍ତ୍ରପୀଠ ହୋଇଥିବାରୁ ମା’ଙ୍କର ସନ୍ଧିପୂଜା, ଷୋଡ଼ଶ ଉପଚାର ପୂଜା ଆଦି କରାଯାଇଥାଏ ।

ଉଗ୍ରତାରାଙ୍କ ପୀଠରେ ବଳିପ୍ରଥା ବନ୍ଦ ହୋଇଥିବା ବେଳେ, ବିଦ୍ଧି ଓ ପରମ୍ପରା ଅନୁୟାୟୀ କୁସପାଣ୍ଡ ବଳି ଦିଆଯାଇଥାଏ । ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ କୋରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଉଛି । ପାର୍ବଣ ଆସିଲେ ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.