ETV Bharat / state

ବସ୍ତି ଉଚ୍ଛେଦ ବିରୋଧରେ ରାସ୍ତାରେ ସତ୍ୟକାଳୀ ବସ୍ତିବାସିନ୍ଦାଙ୍କ ଆନ୍ଦୋଳନ

author img

By

Published : Oct 23, 2022, 11:36 AM IST

ସତ୍ୟନଗର ସତ୍ୟକାଳୀ ବସ୍ତିରେ ଶନିବାର ସକାଳୁ ବସ୍ତି ଉଚ୍ଛେଦ କରାଯାଇଛି । ଏହାକୁ ବିରୋଧ କରି ସତ୍ୟକାଳୀ ବସ୍ତି ବାସିନ୍ଦାମାନେ ଆରମ୍ଭ କରିଥିଲେ ଆନ୍ଦୋଳନ । ଏପରିକି ସତ୍ୟନଗର ସତ୍ୟକାଳୀ ବସ୍ତି ବାସିନ୍ଦାମାନେ ରାସ୍ତାରେ ଟାୟାର ଜାଳିଥିଲେ । ପ୍ରଥମେ ଥଇଥାନ ଦିଅ ତା'ପରେ ବସ୍ତି ହଠାଅ ବୋଲି ଆନ୍ଦୋଳନରେ କହିଥିଲେ । ଅଧିକ ପଢ଼ନ୍ତୁ

ପ୍ରଥମେ ଥଇଥାନ ପରେ ଉଚ୍ଛେଦ ନାରାରେ କମ୍ପିଲା ଭୁବନେଶ୍ବର ସତ୍ୟକାଳୀ ବସ୍ତି

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ସତ୍ୟନଗର ସତ୍ୟକାଳୀ ବସ୍ତିରେ ଶନିବାର ସକାଳେ ବସ୍ତି ଉଚ୍ଛେଦ କରିଛି ବିଏମସି । ଯାହାକୁ ବିରୋଧ କରି ସତ୍ୟକାଳୀ ବସ୍ତି ବାସିନ୍ଦାମାନେ ଆରମ୍ଭ କରିଥିଲେ ଆନ୍ଦୋଳନ । ପ୍ରଥମେ ଥଇଥାନ ଦିଅ ତା'ପରେ ବସ୍ତି ହଠାଅ ବୋଲି କହିଥିଲେ ।

ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ସତ୍ୟକାଳୀ ବସ୍ତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଏହାକୁ ବିରୋଧ କରିଥିଲେ ବସ୍ତି ବାସିନ୍ଦା । ସେମାନଙ୍କ କହିବା ଅନୁଯାୟୀ ବସ୍ତିରେ ରହୁଥିବା ଲୋକଙ୍କୁ ପ୍ରଥମେ ଥଇଥାନ କରିବା ପରେ ବସ୍ତି ଉଚ୍ଛେଦ କରାଯାଉ । କାରଣ ସେମାନଙ୍କ ନାଁରେ ଘର ଆସୁଥିବା ବେଳେ ଏହା ବାଟମାରଣା ହେଇଯାଉଛି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ ବୋଲି ଦାବି କରି ରାସ୍ତା ରୋକ କରିଥିଲେ । ବସ୍ତିବାସିନ୍ଦାଙ୍କ ଏହି ଆନ୍ଦୋଳନ ସମୟରେ ରାସ୍ତା ଜାମ ହୋଇଥିଲା ।

ଅନେକ ଗାଡ଼ି ରାସ୍ତା ଉପରେ ଅଟକି ରହିଥିଲା । ଭିଡକୁ ନଜରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ବସ୍ତିବାସିନ୍ଦା ମାନେ ହଟିଥିଲେ । କିନ୍ତୁ ଘର ଭାଙ୍ଗି ଯାଇଥିବା ଲୋକେ ଏବେ କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ବିଏମସି କମିଶନରଙ୍କୁ ଯାଇ ଭେଟିଥିଲେ ବସ୍ତି ବାସିନ୍ଦା ।

ସୂଚନାନୁସାରେ, ଗତ ଶୁକ୍ରବାର ବିଏମ୍‌ସି ଓ ବିଡିଏ ପକ୍ଷରୁ ସତ୍ୟନଗର ସ୍ଥିତ ସତ୍ୟକାଳୀ ବସ୍ତିକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ମହିଳାମାନେ ଜେସିବି ଆଗରେ ଶୋଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ବସ୍ତିରେ ରହୁଥିବା ୧୦୦ରୁ ଅଧିକ ବଖରା ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା । ରାତି ୯ଟା ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିଲା । ପରେ ଶନିବାର ଅବଶିଷ୍ଟ କିଛି ଘର ଭାଙ୍ଗିବାକୁ ବିଏମ୍‌ସି ଗାଡ଼ି ଆସିବାର ଯୋଜନା ଥିବା ବେଳେ ଜନପଥକୁ ଅବରୋଧ କରିଥିଲେ ବସ୍ତିବାସିନ୍ଦା ।

ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ''ବିଏମ୍‌ସି ବିନା ନୋଟିସ୍‌ରେ ଜୋରଜବରଦସ୍ତ ଉଚ୍ଛେଦ କରୁଛି । ଘରେ ଜିନିଷ ଥିବା ଅବସ୍ଥାରେ ଘରକୁ ଭାଙ୍ଗିଛନ୍ତି । ଫଳରେ ମୂଲ୍ୟବାନ ଆସବାବପତ୍ର ଭାଙ୍ଗିରୁଜି ଯାଇଛି । ଥଇଥାନ ନକରି ଉଚ୍ଛେଦ କରିବା ଘୋର ଅନ୍ୟାୟ ବୋଲି ସେମାନେ ଅଭିଯୋଗ କରିଛନ୍ତି'' । ଏ ସମ୍ପର୍କରେ ବିଏମ୍‌ସି କହିଛି, ''ଉଚ୍ଛେଦ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ଏପରିକି ସେମାନଙ୍କୁ ଥଇଥାନ କରାଯିବାକୁ ପଦକ୍ଷେପ ନିଆଯାଇଛି । କିନ୍ତୁ କେତେଜଣ ସୁବିଧାବାଦୀ ଘର ମିଳିବା ସତ୍ତ୍ବେ ବି ସେଠାରେ ଆସ୍ଥା ଜମାଇ ରହିଛନ୍ତି । ଏହାକୁ ନେଇ ଏହି ସବୁ ଅସୁବିଧା ଉପୁଜୁଛି'' ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.