ETV Bharat / state

ଫିଲ୍ମ ‘ହେ ରାମ’ର ଶୁଭ ମହୁରତ, ନିଆରା କାହାଣୀରେ ନଜର ଆସିବେ ଅଭିନେତା ସମ୍ବିତ

author img

By

Published : Aug 2, 2023, 8:38 AM IST

ଆଦିବାସୀ ଜୀବନକୁ ନେଇ ଆସୁଛି ଏକ ଭିନ୍ନ ଧରଣର ମୁଭି ହେ ରାମ ‘କର୍ମ ହିଁ ଧରମ ’ । ଅଧିକ ପଢ଼ନ୍ତୁ

ଓଡ଼ିଆ ଚଳଚିତ୍ର ହେ ରାମ ‘କର୍ମ ହିଁ ଧରମ’ ର ଶୁଭ ମହୁରତ

ଭୁବନେଶ୍ବର: ଓଡ଼ିଆ ଚଳଚିତ୍ର ହେ ରାମ ‘କର୍ମ ହିଁ ଧରମ’ର ଶୁଭ ମହୁରତ ହୋଇଯାଇଛି । ଭୁବନେଶ୍ୱରର ରାମ ମନ୍ଦିରରେ ଶ୍ରୀରାମଙ୍କ ଆଶ୍ରୀର୍ବାଦ ନେଇ ଚଳଚିତ୍ରର ମହୁରତ କରିଛି ପ୍ରଡକ୍ସନ ହାଉସ । ବିଦିସା କ୍ରାଫ୍ଟ ବ୍ୟାନରରେ ଚଳଚିତ୍ରର ନିର୍ମାଣ ହେବାକୁ ଯାଉଥିବା ବେଳେ ସମ୍ବିତ ଓ ଅଙ୍କିତା ଏହି ସିନେମାରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ସିନେମାର ପ୍ରଯୋଜନା ଦାୟିତ୍ୱରେ ଅଭିଜ୍ଞ ପ୍ରଯୋଜକ ବିଜୟ କାଣ୍ଡୋଇ ରହିଥିବା ବେଳେ କାହାଣୀ ଲେଖିଛନ୍ତି ବାସୁଦେବ ବରାଡ । ସଂଳାପ ଦାୟିତ୍ୱରେ ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ରହିଥିବା ବେଳେ ଗୀତ ଗୁଡିକୁ ଶବ୍ଦରେ ସଜାଇଛନ୍ତି ନିର୍ମଳ ନାୟକ । ସ୍ୱର ସଂଯୋଜନ କରିଛନ୍ତି ଅଭିଜିତ ମଜୁମଦାର, ଗୀତ ଗାଇଛନ୍ତି ଅନ୍ତର ଚକ୍ରବର୍ତ୍ତୀ ଓ ସ୍ୱୟଂ ପାଢ଼ୀ । ସମ୍ବିତ ନାୟକ ଭାବେ ଅଭିନୟ କରିଥିବା ବେଳେ ନାୟିକା ଭୂମିକାରେ ରହିଛନ୍ତି ଆଲୀନ ଅଙ୍କିତା ଅନ୍ୟ ଭୂମିକାରେ ଅଭିନେତା ପାପୀସନ୍ତୁକା,ଗୁଡ଼ୁ ,ଜଗନ୍ନଥ ସେଠ ଓ ଗୋପାଳ ପ୍ରକାଶ ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି ।

ତେବେ ସିନେମାରେ ସବୁ ଧର୍ମ ସମାନ ବୋଲି ବାର୍ତ୍ତା ଦିଆଯାଇଥିବା ବେଳେ ସବୁ ଧର୍ମକୁ ସମ୍ମାନ ଦେବା ପାଇଁ ଏଥିରେ ଦର୍ଶାଯାଇଛି । ଯେଉଁଥିରେ ସମ୍ବିତଙ୍କୁ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିବ। ବିଶେଷ ଭାବେ ଏହି ସିନେମାରେ ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ । ସବୁ ଧର୍ମ ସମାନ ହୋଇଥିବା ବେଳେ ଧର୍ମାନ୍ତୀକରଣ ଭଳି ସମ୍ବେଦନଶୀଳ କଥାରେ କାହିଁକି ହିଂସା ହୁଏ ଆଉ ଅନେକ ଜୀବନ ଏଥିରେ ଚାଲିଯାଏ ତାକୁ ନେଇ ସିନେମାର ଷ୍ଟୋରି ରହିଛି । ଏହାସହ ଶିକ୍ଷା କିଭଳି ଅନ୍ଧବିଶ୍ୱାସକୁ ଦୂର କରିଥାଏ ତାହାମଧ୍ୟ ଦେଖିବାକୁ ମିଳିବ । ଯେଉଁଥିରେ ସମ୍ବିତଙ୍କୁ ଜଣେ ରାମ ଭକ୍ତ ଭାବେ ଦେଖିବାକୁ ପାଇବେ କିନ୍ତୁ ସେ ଖାଲି ଭଗବାନ ଉପରେ ବିଶ୍ୱାସ କରି ବାଟ ଚାଲିନାହାନ୍ତି ନିଜ କର୍ମ ଓ ନିଜ ଆଖିର ଆଇନାରେ ଦୁନିଆକୁ ଦେଖଛନ୍ତି ବୋଲି ପ୍ରଯୋଜକ କହିଛନ୍ତି । ଏହା ଏକ ଭିନ୍ନ ଧରଣର ଫିଲ୍ମ ଏବଂ ବହୁ ଶିକ୍ଷଣୀୟ ବସ୍ତୁ ରହିଥିବା ସମ୍ବିତ କହିଛନ୍ତି ।

ତେବେ ଫିଲ୍ମର ଅଧିକାଂଶ ଦୃଶ୍ୟ ଗାଁର ପରିବେଶ ଓ ଗାଁର ଲୋକଙ୍କ କାହାଣୀଙ୍କ ନେଇ ହୋଇଥିବା ବେଳେ କୋରାପୁଟ ଭଳି ପ୍ରକୃତି ଭରା ସ୍ଥାନରେ ସିନେମାର ନିର୍ମାଣ ହୋଇଛି । ଗୀତ ଗୁଡିକ ବେଶ ସୁନ୍ଦର ହୋଇଥିବା ବେଳେ ସିନେମାର ଲୋକଙ୍କ ପ୍ରକୃତ କାହାଣୀକୁ ନେଇ କରାଯାଇଥିବା କଣ୍ଠଶିଳ୍ପୀ ସ୍ବୟଂ ପାଢୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.