ETV Bharat / state

ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହେବେ ଶ୍ରୀମୟୀ

author img

By ETV Bharat Odisha Team

Published : Dec 16, 2023, 10:52 PM IST

Shreemayee Mishra would be BJD's MP candidate : ଆସନ୍ତା ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡି ଖେଳିପାରେ ମହିଳା କାର୍ଡ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚାରେ । ଅଧିକ ପଢନ୍ତୁ

ଶ୍ରୀମୟୀ ହେବେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ !

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକି ଅଛି । ତେବେ ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଲୋକସଭା ଆସନ ଦଖଲ ଶାସକ ଦଳ ପାଇଁ ସମ୍ମାନର କଥା ହୋଇଛି । ତେଣୁ କଳ, ବଳ ଓ କୌଶଳ ଲଗାଇ ଏହି ଆସନକୁ ଫେରିପାଇବା ଲାଗି ଉଦ୍ୟମ କରିବାକୁ ଚେଷ୍ଟା କରିବ ଶାସକ ବିଜେଡି । ତେବେ ଏଥର ପୁରୁଖା ନେତା ନା ନବାଗତଙ୍କୁ ଦଳ ଗୁରୁତ୍ବ ଦେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ଦଳ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣାର ଯଥେଷ୍ଟ ପୂର୍ବରୁ ଭୁବନେଶ୍ବର ପାଇଁ ବିଜେଡିର ପ୍ରାର୍ଥୀଙ୍କ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦଳୀୟ ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହେବେ ବୋଲି ଦଳୀୟ ନେତା ଓ କର୍ମୀ ଘୋଷଣା କରିଦେଲେଣି । ଗତ 15 ଜୁନରେ ଦଳ ପକ୍ଷରୁ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେବେଠାରୁ ସେ ଖୋର୍ଦ୍ଧା ଓ ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକ ସମ୍ପର୍କ ପଦଯାତ୍ରା କରୁଛନ୍ତି । ସେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରୁଛନ୍ତି । ଚଳିତ ସପ୍ତାହରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁଶାନ୍ତ ରାଉତଙ୍କ ସହ ମିଶି ଦଳୀୟ କାର୍ଯ୍ୟକ୍ରମ କରିଥିଲେ । ଆଜି ମଧ୍ୟ ଅନୁରୂପ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମିଶି ପଦଯାତ୍ରା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବିଜେଡିର ଫେରିଲା 'କେନ୍ଦ୍ର ଅବହେଳା' ଅସ୍ତ୍ର, ସମାଲୋଚନା କଲା ବିଜେପି

ନିର୍ବାଚନ ପାଇଁ ଆହୁରି ଢେର ସମୟ ଥିବା ବେଳେ ଆଜି ପଦଯାତ୍ରାରେ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ବରର 56 ନମ୍ବର ୱାର୍ଡର ଲେବର କଲୋନୀରେ ବିଜେଡିର ଜନ ସଂପର୍କ ଯାତ୍ରା ଅବସରରେ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନର ପ୍ରଶ୍ନ । ଏଣୁ ଶ୍ରୀମୟୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେ ସମସ୍ତଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରିଛନ୍ତି ।

ଏହା ସହ ସେ ଭୁବନେଶ୍ବରର ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରିଛନ୍ତି । କିଛିଦିନ ତଳେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀ ସାମିଲ ହୋଇଥିଲେ । ସ୍ଥାନୀୟ ଯୁବ ନେତା ଶାହା ଜାଫର ଅଲ୍ଲୀଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେଇଥିଲେ । ସେହିପରି ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମିଶି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରୀମୟୀଙ୍କ ପ୍ରାର୍ଥୀତ୍ବକୁ ଦଳ ଗ୍ରୀନ ସିଗ୍ନାଲ ଦେଇଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.