ETV Bharat / state

ନଦୀରେ ବାସନ ମାଜିବା ଘଟଣା, ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

author img

By ETV Bharat Odisha Team

Published : Dec 14, 2023, 8:21 PM IST

Show Cause Notice to Headmaster: ଛାତ୍ରମାନେ ଥଣ୍ଡା ରାତିରେ ନଦୀରେ ବାସନ ମାଜିବା ଘଟଣାକୁ ନେଇ ଆକ୍ସନମୋଡକୁ ଆସିଛି ଶିକ୍ଷା ବିଭାଗ । ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଅଧିକ ପଢନ୍ତୁ

show cause notice to headmaster
ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ଛାତ୍ରମାନେ ଥଣ୍ଡାରେ ନଦୀରେ ବାସନ ମାଜିବା ଘଟଣା । ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ବିଜ୍ଞାନ ମେଳାକୁ ଆସି ଦୟାନଦୀରେ ହଣ୍ଡା ବାସନ ମାଜୁଥିବା ଛାତ୍ରମାନଙ୍କ ଖବର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୃଷ୍ଟିକୁ ଆସିଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ବ୍ଲକ୍ ଅଧୀନ ଦୟାବିହାର ସ୍ଥିତ ବେଣାଗାଁ ଦୁର୍ଗାଦେବୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୨ ଦିନ ମଧ୍ୟରେ ଏହାର ସନ୍ତୋଷଜନକ ଉତ୍ତର ନଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ରାତିରେ ପୁରୀ କଣାସ ଦୟା ନଦୀରେ ପିଲାମାନେ ବାସନ ମାଜୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପିଲାମାନେ ବାସନ ମାଜୁଥିବାବେଳେ ଶିକ୍ଷକ ବନ୍ଧ ଉପରେ ଛିଡ଼ା ହୋଇ ଦେଖୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ରାତି ସମୟରେ ପିଲାମାନେ ଏପରି ବାସନ ମାଜିବା ଘଟଣା ଜଣାପଡିବା ପରେ ଅଭିଭାବକଙ୍କ ମହଲରେ ଦେଖା ଦେଇଥିଲା ଅସନ୍ତୋଷ । ସୂଚନା ଅନୁସାରେ, କଣାସ ନୀଳାଚଳ ସେବା ପ୍ରତିଷ୍ଠାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଭୋଜି ଭାତର ଆୟୋଜନ କରାଯାଇଥିଲା । ଆଉ ଭୋଜି ପରେ ପିଲାମାନେ ଶୀତ କାକରରେ ବାସନ ମାଜିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

ଏହା ବି ପଢନ୍ତୁ...ବିପଦପୂର୍ଣ୍ଣ ଅବସ୍ଥାରେ ଥଣ୍ଡା ରାତିରେ ନଦୀରେ ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ଭାଇରାଲ ହେଉଥିବା ଭିଜୁଆଲ ରାତି ପ୍ରାୟ 11ଟା ସମୟର ବୋଲି କୁହାଯାଉଥିବାବେଳେ ପିଲା ମାନଙ୍କ ଦ୍ୱାରା ଦୟା ନଦୀରେ ଶିକ୍ଷକମାନେ ବାସନ ମଜାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଦ୍ୟାଳୟରେ ହୋଇଥିବା ଭୋଜି ଭାତରେ ବ୍ୟବହୃତ ବଡ଼ ବଡ଼ ହଣ୍ଡା ଡିଶ୍ ସବୁ କୁନି କୁନି ପିଲାଙ୍କ ହାତରେ ଦୟା ନଦୀ କୂଳକୁ ବୁହାଇ ନିଆଯାଇଥିଲା । ଏହାସହ କୋମଳ ହାତରେ ବିପଦ ପୂର୍ଣ୍ଣ ଅବସ୍ଥାରେ ରାତି ଅଧରେ ବାସନ ମଜାଇବା କେତେ ଦୂର ଯଥାର୍ଥ ବୋଲି ଉଠିଥିଲା ପ୍ରଶ୍ନ । ବିଦ୍ୟାଳୟରେ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ଏଭଳି ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଛି । ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ଆକ୍ଟିଭ ମୋଡକୁ ଆସିଛି ଶିକ୍ଷା ବିଭାଗ । ଏନେଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.