ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି । କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ପରେ ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଦୁର୍ଘଟଣା ପରେ 45ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ 22ଟି ଟ୍ରେନର ଦିଗ ପରିବର୍ତ୍ତନ ଓ 11ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି।
ବାତିଲ ଟ୍ରେନ୍
ରାୟପୁର-ବିଶାଖାପାଟନମ ସ୍ପେଶାଲ୍ ଟ୍ରେନ ,ବିଶାଖାପାଟନ-ରାୟପୁର ସ୍ପେଶାଲ ଟ୍ରେନ, ପାଲାସା-ବିଶାଖାପାଟନମ ସ୍ପେଶାଲ୍ ,ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍, ପାଲାସା-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ,ବିଶାଖାପାଟନମ୍-ପାରାଦ୍ବୀପ ଏକ୍ସପ୍ରେସ୍, ପାରାଦ୍ବୀପ-ବିଶାଖାପାଟନମ୍ ,କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ୍ , ରାୟଗଡା-ବିଶାଖାପାଟନମ୍ ,ଭିଜିଆନଗରମ୍-ବିଶାଖାପାଟନମ୍ ସ୍ପେଶାଲ୍, ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, ଗୁଣୁପୁର-ବିଶାଖାପାଟନମ୍ ସ୍ପେଶାଲ୍ ।
ଆଂଶିକ ବାତିଲ
ପ୍ରଥମ ଟ୍ରେନଟି ସମ୍ବଲପୁରରୁ ନନଦେଡ଼ ଏକ୍ସପ୍ରେସ ବିଜୟନଗରମ ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଟ୍ରେନ୍ ଭାବରେ ସମ୍ବଲପୁରକୁ ଫେରିବ । ଦ୍ଵିତୀୟରେ ପୁରୀରୁ ତିରୁପତି ଏକ୍ସପ୍ରେସ ଆଜି ବାଲୁଗାଓଁ ପର୍ଯ୍ୟନ୍ତ ଚାଲିବ । ଏହାପରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପୁରୀକୁ ଫେରିବ । ତୃତୀୟରେ ବିଶାଖାପାଟନମରୁ ବିଜୟନଗରମ ସ୍ପେଶାଲ୍ ଟ୍ରେନ୍ ଭାବରେ ବିଶାଖାପାଟନମକୁ ଫେରିବ । ମୁମ୍ବାଇରୁ ଆସୁଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲିବ । ବିଶାଖାପାଟନମ୍ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ୍ ରହିବ । ପୁରୀ-ଚେନ୍ନାଇ ଏକ୍ସପ୍ରେସ ପାଲାସା ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପୁରୀକୁ ଫେରିବ । ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲିବ ଏବଂ ବିଶାଖାପାଟନମ୍ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ୍ ରହିବ ।
ଏହା ମଧ୍ୟ ପଢନ୍ତୁ-AP Train Accident: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା, ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି
ସେହିପରି ଆଜି ଚଳାଚଳ କରିବାକୁ ଥିବା 33ଟି ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି । ବାରୁନିରୁ କୋଏମ୍ବାଟୁର ସ୍ପେସିଆଲ୍ ଟ୍ରେନ୍ ଟିଟିଲାଗଡ-ରାୟପୁର-ନାଗପୁର-ବିଜୟୱାଡା ଦେଇ ଚାଲିବ । ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ ଗୋଟଲାମ-ଟିଟିଲାଗଡ଼-ରାୟପୁର-ନାଗପୁର-ବଲହରସା-ବିଜୟୱାଡା ଦେଇ ଚାଲିବ । ଭୁବନେଶ୍ୱରରୁ ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ବିଜୟନଗରମ-ଟିଟିଲାଗଡ଼-ରାୟପୁର-ନାଗପୁର ଦେଇ ଚାଲିବ । ହାୱଡାରୁ ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ ବିଜୟନଗରମ-ଟିଟିଲାଗଡ଼-ରାୟପୁର-ନାଗପୁର ଦେଇ ଚଳାଚଳ କରିବ । ହାୱଡାରୁ ବାଙ୍ଗାଲୋର ଏକ୍ସପ୍ରେସ୍ ବିଜୟନଗରମ-ଟିଟିଲାଗଡ଼-ରାୟପୁର-ନାଗପୁର-ବଲହରଶା-ବିଜୟୱାଡ଼ା ଦେଇ ଚଳାଚଳ କରିବ ଟ୍ରେନ୍ । ମୁମ୍ବାଇରୁ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ CST ମୁମ୍ବାଇ ଛାଡ଼ି ବିଶାଖାପାଟନମରେ ସ୍ୱଳ୍ପ ସମୟ ମଧ୍ୟରେ ବନ୍ଦ ହୋଇ ପୁନର୍ବାର ମୁମ୍ବାଇକୁ ଫେରିଯିବ । ଭୁବନେଶ୍ୱରରୁ CST ମୁମ୍ବାଇ ବିଶାଖାପାଟନମ୍ରୁ CST ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ ଟ୍ରେନ୍ ।
ତେବେ ଯାତ୍ରୀମାନଙ୍କୁ ସୁବିଧା କରିବା ପାଇଁ ପୂର୍ବତଟ ରେଳ ପଥ ଯାତ୍ରୀମାନଙ୍କୁ ଶ୍ରୀକାକୁଲମ୍ ଏବଂ ବିଜୟନଗରମ ପର୍ଯ୍ୟନ୍ତ ନେବା ପାଇଁ ମାଗଣା ବସ୍ ସେବା ବ୍ୟବସ୍ଥା କରାଯାଇଛି । ଏହାସହ ପ୍ରଭାବିତ ହୋଇଥିବା ଟ୍ରେନ୍ର ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ଜଳ ମଧ୍ୟ ବଣ୍ଟନ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର