ETV Bharat / state

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍‌, ୧୦ ଆହତ - ଖୋର୍ଦ୍ଧା ବସ ଦୁର୍ଘଟଣା ଖବର

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ବସ (Passenger bus overturns) । ୧୦ଜଣ ଯାତ୍ରୀ ଆହକ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ
ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ
author img

By

Published : Nov 4, 2022, 7:22 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ(Passenger bus overturns in Baghamari) । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା । ତେବେ ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ନାଇଟକୋଚ ଏସି ବସ । ପ୍ରବଳ କୁହୁଡି କାରଣରୁ ବସଟି ଭାରସାମ୍ୟ ହରାଇ ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ ବିଲ ଭିତରୁ ଓଲଟି ପଡିଥିବା ଜଣାପଡିଛି । ଆଜି ଭୋରଭୋରୁ ବଲୁନ ନାମକ ବସଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଓ ବାଘମାରୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରବଳ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ତେବେ ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କୁ ଆହାତ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାରେ ଭର୍ତ୍ତି କରିଯାଇଥିବାବେଳେ ସେମାନଭଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ବସରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବାବେଳେ ଗାଡିର କାଟଭାଙ୍ଗି ଉଦ୍ଧାର କରିଛି ବାଘମାରି ପୋଲିସ । ସେପଟେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Special Development Council: କାଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେବେ ପ୍ରଦୀପ ମାଝୀ

ପୋଲିସ କର୍ମଚାରୀଙ୍କ କହିବା ଅନୁସାରେ, "ବସ୍‌ରେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ । କୁହୁଡି ଯୋଗୁଁ ରାସ୍ତା ଠିକ୍‌ରେ ଦେଖାଯାଇନାହିଁ । ଫଳରେ ଗାଡିଟି ବାମ ପଟରୁ ଆସି ଡାହାଣ ପଟରେ ଓଲଟିପଡିଛି । ସଠିକ ଖବର ଜଣାପଡିନାହିଁ । କିନ୍ତୁ ସୂଚନା ଅନୁସାରେ ୮ଜଣ ଯାତ୍ରୀ ଖୋର୍ଦ୍ଧାରେ ଚିକିତ୍ସିତ ହେଉଥିବାବେଳେ ୨ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଯାତ୍ରୀମାନେ ଅନ୍ୟ ବସ୍‌ରେ ଘରକୁ ଯାଇଛନ୍ତି । ଏହି ଦୁର୍ଘଟଣା ଭୋର ୪.୧୫ରେ ହୋଇଥିବା ସୂଚନା ରହିଛି । ଆମେ ପହଞ୍ଚି ବସର କାଚଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଛୁ । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.