ETV Bharat / state

ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, 4 ଆହତ

author img

By

Published : Dec 13, 2022, 7:33 AM IST

ଝାରସୁଗୁଡ଼ା ଜାହାଜପଡ଼ା ଠାରେ ଅଘଟଣ। ଗ୍ୟାସ ସିଲିଣ୍ଡର ଫାଟି 4 ଆହତ। ଅଧିକ ପଢ଼ନ୍ତୁ

gas cylinder blast in jharsuguda
ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, 4 ଆହତ
ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର

ଝାରସୁଗୁଡ଼ା: ଗ୍ୟାସ ସିଲିଣ୍ଡର ଫାଟି 4 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଜାହାଜପଡ଼ାରେ ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଦୁଇ ମହିଳା ଏବଂ ତାଙ୍କ ଦୁଇ ଶିଶୁ ରହିଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଜାହାଜପଡ଼ାରେ ଭଡା ଘରେ ରହୁଥିବା ବଳିରାମ ମାରାଣ୍ଡିଙ୍କ ସ୍ତ୍ରୀ ସମୁଲେଇ କୁମାରୀ ସୋମବାର ସନ୍ଧ୍ୟାରେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇଥିଲେ । ଏହି ସମୟରେ ହଠାତ ସିଲିଣ୍ଡରରେ ନିଆଁ ଲାଗି ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ସମୁଲେଇ କୁମାରୀ ଏବଂ ତାଙ୍କ ନାବାଳକ ପୁଅ ଆୟୁଷ ମାରାଣ୍ଡି ଆହତ ହୋଇଥିଲେ । ଏଥିରେ ତାଙ୍କ ପଡୋଶୀ ପୂଜା ସିଂ ଓ ଝିଅ ସ୍ମୃତି ସିଂ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.