ETV Bharat / state

Lightning Strike; ରାଜ୍ୟରେ ବଜ୍ରାଘାତରେ 12 ମୃତ, ମୃତକଙ୍କ ପରିବାରକୁ ମିଳିବ 4 ଲକ୍ଷ

author img

By ETV Bharat Odisha Team

Published : Sep 3, 2023, 7:37 AM IST

Updated : Sep 3, 2023, 9:05 PM IST

ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ହୋଇ 12 ଜଣଙ୍କ ମୃତ୍ୟୁ । 14 ଜଣ ଆହତ । ଅଧିକ ପଢନ୍ତୁ

ରାଜ୍ୟରେ ବଜ୍ରାଘାତରେ ୧୦ ମୃତ
ରାଜ୍ୟରେ ବଜ୍ରାଘାତରେ ୧୦ ମୃତ

ଭୁବନେଶ୍ବର: ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ । ଲୋକଙ୍କ ଘାରୁଛି ବଜ୍ରାଘାତ ଭୟ । ବିଗତ କିଛି ଦିନ ମଧ୍ୟରେ ବଜ୍ରାଘାତ ଯୋଗୁଁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଗଲାଣି । ଗତକାଲି(ଶନିବାର) ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି 12 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 14 ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅକସ୍ମାତ ମୃତ୍ୟୁ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଯଦି ମୃତକଙ୍କ ପରିବାରରୁ କେହି ପାଳିତ ପଶୁର ବଜ୍ରାଘାତ ଯୋଗୁଁ ମୃତ୍ୟୁ ଘଟିଥାଏ ତେବେ ଏହି ଆର୍ଥିକ ସହାୟତା ରାଶିକୁ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।

  • Extreme thunderstorm/ #LIGHTNING activities accross Odisha on 2nd September.

    12 persons died.
    14 persons injured.
    08 cattle casualties.

    Ex-gratia of ₹4.00 lakhs will be paid to each of the bereaved families. In case of cattle death, assistance would be extended as admissible. pic.twitter.com/KAMoTTThFP

    — SRC, Govt of Odisha (@SRC_Odisha) September 3, 2023 " class="align-text-top noRightClick twitterSection" data=" ">

ଶନିବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଭୟଙ୍କର ବିଜୁଳି ଓ ଘଡଘଡିରେ ଥରି ଯାଇଥିଲା ରାଜ୍ୟ । ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରାଘାତରେ 12 ଜଣଙ୍କ ମୃତ୍ୟୁ ହୋଇଥିଲା । କେବଳ ଖୋର୍ଦ୍ଧା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ସହିତ ୩ ଜଣ ଆହତ ହୋଇଛନ୍ତି । ଏହାସହ ବଲାଙ୍ଗୀରରେ ୨ ଜଣ, ଅନୁଗୋଳ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହଠାତ୍ ବର୍ଷା ସହ ବିଜୁଳି ମାରିବାରୁ ଲୋକମାନେ ବାହାରେ ଥିବାରୁ ବଜ୍ରାପାତର ଶିକାର ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ ! ବଡ ବର୍ଷାରେ ବେହାଲ ଟ୍ୱିନସିଟି

ଗତକାଲି ଅପରାହ୍ନରେ ଟ୍ବିନ ସିଟି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହୋଇଛି । ଅପରାହ୍ନ ୨ଟା ବେଳକୁ ରାଜଧାନୀରେ ପାଗ ବଦଳି ଯାଇଥିଲା । ପ୍ରଥମେ ଝିପିଝିପି ବର୍ଷା ହୋଇଥିବା ବେଳେ ତା' ପରେ ଆରମ୍ଭ ହୋଇଯାଇଥିଲା ପ୍ରଚଣ୍ଡ ବିଜୁଳି ଘଡଘଡି । କେଇ ଘଣ୍ଟାର ବର୍ଷାରେ ଉବୁଟୁବୁ ହୋଇଥିଲା ସ୍ମାର୍ଟସିଟି । ଯୁଆଡେ ଚାହିଁଲେ କେବଳ ପାଣି ହିଁ ପାଣି । ଗତକାଲିର ମୂଷଳ ଧାରା ବର୍ଷା ପରେ ରାଜଧାନୀ ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗୁଛି । ଫଳରେ ଲୋକେ ନାହିଁ ନଥିଲା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାରୁ ଦୃଷ୍ଟିରେ ରଖି ରାଜ୍ୟର ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ଭୟଙ୍କର ବର୍ଷା ! ରାସ୍ତାରେ ଆଣ୍ଠିଏ ଉଚ୍ଚର ପାଣି, ଲୋକେ ନାକେଦମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 3, 2023, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.