ETV Bharat / state

2024 ନିର୍ବାଚନ: ବିଜେପିର ଖଣି ଦୁର୍ନୀତି ପ୍ରସଙ୍ଗ ବାହାଘର ବେଳେ ବାଇଗଣ ରୁଆ ସଦୃଶ - 2024 ନିର୍ବାଚନ

Akshay Sahu on Mining scam allegation: ବିଜେପିର ଖଣି ଦୁର୍ନୀତି ପ୍ରସଙ୍ଗ । ନିର୍ବାଚନକୁ ଦେଖିଲେ ଏହା ବାହାଘର ବେଳେ ବାଇଗଣ ରୁଆ ଭଳି ମନେ ହେଉଛି କହିଲେ ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

Akshay Sahu on Mining scam
Akshay Sahu on Mining scam
author img

By ETV Bharat Odisha Team

Published : Jan 11, 2024, 5:13 PM IST

2024 ନିର୍ବାଚନ; ବିଜେପିର ଖଣି ଦୁର୍ନୀତି ପ୍ରସଙ୍ଗ ବାହାଘର ବେଳେ ବାଇଗଣ ରୁଆ ସଦୃଶ

ଭୁବନେଶ୍ବର: ପାଖେଇ ଆସିଲାଣି 2024 ନିର୍ବାଚନ । ବିଜେପିର ରାମ ମନ୍ଦିର ପ୍ରସଙ୍ଗକୁ ତାଳ ଦେଇ ପରିକ୍ରମା ପ୍ରକଳ୍ପ ଉଦଘାଟନ କରୁଛି ବିଜେଡି । 'ଆମ ଓଡିଶା ନବୀନ ଓଡ଼ିଶା' ନାଁରେ ବିଜେଡି ଗୋଟିଏ ପ୍ରକାର ପ୍ରଚାର ଆରମ୍ଭ କରିଦେଇଛି । ସେପଟେ କଂଗ୍ରେସ ନୂଆ ପ୍ରଭାରୀଙ୍କ ନେତୃତ୍ବରେ ନୂଆ ରଣନୀତି ପ୍ରସ୍ତୁତ କରୁଛି । ତେବେ ନିର୍ବାଚନକୁ ଅଳ୍ପ ସମୟ ଥିବା ବେଳେ ବିଜେପି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇବାରେ ବିଳମ୍ବ କରିଦେଲା କି ବୋଲି ପ୍ରଶ୍ନ ଉଠିଛି । ଏବେ ଏହି ପ୍ରସଙ୍ଗ ଉଠାଇବା ବାହାଘର ବେଳେ ବାଇଗଣ ରୁଆ ସଦୃଶ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ ।

ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "2024 ନିର୍ବାଚନକୁ ଦେଖିଲେ ବିଜେପିର ଏହି ରଣନୀତି ବାହାଘର ବେଳେ ବାଇଗଣ ରୁଆ । ପ୍ରସଙ୍ଗ ଉଠାଇବାରେ ବିଜେପି ବିଳମ୍ବ କରିଛି । ଯାହାର ନିର୍ବାଚନୀ ଫାଇଦା ନେଇପାରିବ ନାହିଁ ବିଜେପି । ଏହି ପ୍ରସଙ୍ଗ ଆଧାରରେ ବିଜେପିକୁ ଲୋକେ ଭୋଟ ଦେବେନି । 2019 ନିର୍ବାଚନ ପରେ ଦୀର୍ଘ 4 ବର୍ଷ 8 ମାସ ଚୁପ ରହିବା ପରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଯେଉଁ ପ୍ରସଙ୍ଗ ଉଠାଇଛି ତାହା ଲୋକଙ୍କୁ ଛୁଇଁବ ନାହିଁ । ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ବିଭିନ୍ନ ବିଲ ପାରିତର ସମୟ, ବିଜେଡି କେନ୍ଦ୍ରରେ ବିଜେପିକୁ ସମର୍ଥନ ଦେଇଆସିଛି । ଏଥିରୁ ଗୋଟିଏ ନ୍ୟାରେଟିଭ ଲୋକଙ୍କ ପାଖକୁ ଯାଇଛି ଯେ ବିଜେଡି ବିଜେପି ଏକାଠି ଅଛନ୍ତି । ଏପରି ସମୟରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଫଳପ୍ରଦ ହେବ ନାହିଁ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି: ଜୟନାରାୟଣ ମିଶ୍ର

ଅନ୍ୟପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି,"ଠିକଣା ସମୟରେ ବିଜେପି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛି । ଲୋକେ ବୁଝି ଗଲେଣି ପ୍ରସଙ୍ଗ କେଉଁଟା । ଖଣି ଦୁର୍ନୀତିରେ ଯେପରି ରାଜ୍ୟର ଖଣିଜ ସମ୍ପଦ ଲୁଟ ହୋଇଛି ତାର ଜବାବ ଲୋକେ ଦେବେ । ଖାଲି ସେତିକି ନୁହେଁ ଚିଟଫଣ୍ଡ ସ୍କାମରେ ଲୋକେ ପଇସା ଫେରିପାଇବାର ଯେଉଁ ପ୍ରତିଶ୍ରୁତି ରାଜ୍ୟ ସରକାର ଦେଇଥିଲେ ତାହା ପୂରଣ କରିନାହାନ୍ତି । ତେଣୁ 2024 ନିର୍ବାଚନରେ ଖଣି ଦୁର୍ନୀତି ଏବଂ ଚିଟଫଣ୍ଡ ସ୍କାମକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ବିଜେପି । ବିଜେପି କର୍ମୀ ତୃଣମୂଳସ୍ତରରେ ଏହି ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କୁ ବୁଝାଇବେ । ଆଉ ଯେତେବେଳେ ଭୋଟ ଆସିବ ଲୋକେ ତାର ଜବାବ ଭୋଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦେବେ ।"

ଏହା ବି ପଢନ୍ତୁ- ଖଣି ଦୁର୍ନୀତି ରାଜନୀତି, ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ସୂଚନା ଥାଉ କି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଖଣି ଦୁର୍ନୀତିର ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ 9ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ । ଗତ 14 ବର୍ଷରେ 8 ଲକ୍ଷ 97 ହଜାର 443କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ଜୟ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନିର୍ବାଚନ ନିକଟତର ହେଉଥିବାରୁ ବିଜେପି ବାହାଘର ବେଳେ ବାଇଗଣ ରୁଆ ଭଳି ପ୍ରସଙ୍ଗ ଉଠାଇଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି କିନ୍ତୁ ପ୍ରକୃତ ସମୟରେ ପ୍ରକୃତ ପ୍ରସଙ୍ଗ ଉଠାଇ 2024 ନିର୍ବାଚନ ପାଇଁ ଲୋକଙ୍କ ନିକଟତର ହୋଇପାରିବ ବୋଲି ଜବାବ ରଖିଛି । ଏବେ ଦେଖିବାର କଥା ବିଜେପିର ଖଣି ଦୁର୍ନୀତି ପ୍ରସଙ୍ଗ କେତେ ଦୂର ଲୋକଙ୍କ ମନକୁ ଛୁଇଁପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.