ETV Bharat / state

ମୋକିମ-ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ହଟାଇବାକୁ ସୁର ରାଉତରାୟଙ୍କ ଆହ୍ବାନ - ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ

Congress leaders hinted for lifting of suspension: ମୋକିମ ଏବଂ ଚିରଞ୍ଜୀବଙ୍କ ଉପରେ ହଟିପାରେ ନିଲମ୍ବନ । ନିର୍ବାଚନ ପୂର୍ବରୁ ଭେଟେରାନଙ୍କ ଘର ବାହୁଡା଼ ନେଇ ସଂକେତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସର ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ,

ମୋକିମ-ଚିରଞ୍ଜୀବଙ୍କ ଉପରୁ ହଟିବ ନିଲମ୍ବନ: ସୁର ରାଉତରାୟ

author img

By ANI

Published : Dec 26, 2023, 6:28 PM IST

ମୋକିମ-ଚିରଞ୍ଜୀବଙ୍କ ଉପରୁ ହଟିବ ନିଲମ୍ବନ: ସୁର ରାଉତରାୟ

ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିବ କି ନିଲମ୍ବନ ? ଦଳକୁ ଫେରିବେ କି ପୁରୁଣା ନେତା ? ଶକ୍ତିଶାଳୀ ହେବ କି ରାଜ୍ୟ କଂଗ୍ରେସ ? ୨୦୨୪ ନିର୍ବାଚନରେ ବିଜେଡି ଓ ବିଜେପିକୁ କଂଗ୍ରେସ ଦେବ କି କଡ଼ା ଟକ୍କର ? ଦିଲ୍ଲୀରୁ ହାଇକମାଣ୍ଡଙ୍କ ଗୁରୁମନ୍ତ୍ର ନେଇ ଫେରିବା ଏବଂ ରାଜ୍ୟ ପ୍ରଭାରୀଙ୍କ ପରିବର୍ତ୍ତନ ପରେ, ଉତ୍ସାହିତ ହୋଇ ପଡ଼ିଛନ୍ତି କଂଗ୍ରେସ ନେତା । ମୋକିମ ଏବଂ ଚିରଞ୍ଜୀବଙ୍କ ଉପରେ ନିଲମ୍ବନ ହଟିବା ନେଇ ଆଭାସ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତ ରାୟ ।

ଏହା ମଧ୍ୟ ପଢ଼ନ୍ତୁ: କଳିଙ୍ଗନଗର ଗୁଳିକାଣ୍ଡକୁ 'ଶ୍ରଦ୍ଧାଞ୍ଜଳି ଦିବସ' ପାଳିବ କଂଗ୍ରେସ: ବିଜେଡି-ବିଜେପି ଉପରେ ବର୍ଷିଲେ ଶରତ ପଟ୍ଟନାୟକ

ସୁର ରାତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଜଣେ ଦକ୍ଷ ବିଧାୟକ । ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ମଧ୍ୟ କଂଗ୍ରେସର ଜଣେ ଟାଣୁଆ ନେତା । ତେଣୁ ସେମାନଙ୍କ ଉପରୁ ନିଲମ୍ବନ ହଟାଯିବା ଉଚିତ । ଏହାସହ ବିଭିନ୍ନ ସମୟରେ ଦଳ ଛାଡ଼ିଥିବା ନେତାମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରାଇ ଅଣାଯାଉ । ଏହାଦ୍ବାରା କଂଗ୍ରେସ ପାର୍ଟି ସୁଦୃଢ଼ ହେବ । ସାଧାରଣ ନିର୍ବାଚନକୁ ଚାରି ମାସ ରହିଲା । ତେଣୁ ଏବେଠୁ କଂଗ୍ରେସ ଦଳରେ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରାଯିବ । କଂଗ୍ରେସ ପାର୍ଟି, ଉଭୟ କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ବିରୋଧରେ ଲଢ଼େଇ କରିବ । ସୁର କହିଛନ୍ତି, କଂଗ୍ରେସ ପାର୍ଟି ଦେଶକୁ ସ୍ବାଧୀନତା ପ୍ରଦାନ କରିଛି । ଦେଶର ବିକାଶରେ କଂଗ୍ରେସ ପାର୍ଟିର ଭୂମିକା ରହିଛି । ତେଣୁ ଦଳକୁ କ୍ଷମତାକୁ ଆଣିବା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ସୁର ।

ଏହା ମଧ୍ୟ ପଢ଼ନ୍ତୁ: ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରବ ସାଗରରେ 3 ଯୁଦ୍ଧ ଜାହାଜ ମୁତୟନ

ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ଗଣେଶ୍ବର ବେହାରା ମଧ୍ୟ କଂଗ୍ରେସ ପାର୍ଟିକୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ମହମ୍ମଦ ମୋକିମ ଏବଂ ଚିରଞ୍ଜିବୀ ବିଶ୍ବାଳଙ୍କ ଉପରୁ ନିଲମ୍ବନ ହଟାଇବା ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି ଗଣେଶ୍ବର । ସେ କହିଛନ୍ତି ପୂର୍ବତନ କଂଗ୍ରେସ ନେତାମାନଙ୍କ ଘର ବାହୁଡ଼ା ପରେ ଦଳର ଶକ୍ତି ବଢ଼ିବ ।

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଫେରିଛି ପିସିସି ଟିମ୍ । ରାଜ୍ୟରେ ବଦଳିଛନ୍ତି କଂଗ୍ରେସ ପ୍ରଭାରୀ । ଚେଲ୍ଲା କୁମାରଙ୍କ ସ୍ଥାନ ନେଇଛନ୍ତି ଅଜୟ କୁମାର । ପିସିସି ସଭାପତି ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି, ୨୦୦୬ର କଳିଙ୍ଗନଗର ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇଥିବା ବେଳେ, ଉଭୟ ବିଜେଡି ଏବଂ ବିଜେପିକୁ ଆଦିବାସୀ ବିରୋଧୀ କହିଛନ୍ତି । ନିର୍ବାଚନୀ ଋତୁରେ ରାଜ୍ୟ କଂଗ୍ରେସର ତତ୍ପରତା, ଭୋଟ ଗଣିତରେ କେତେ କାମ ଦେବ ତା ଉପରେ ରହିଛି ନଜର ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.