ETV Bharat / state

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା: ୬ ଜିଲ୍ଲାରୁ ଗଲେ ୯୭୦ଜଣ, ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

author img

By ETV Bharat Odisha Team

Published : Nov 23, 2023, 6:00 PM IST

୬ ଜିଲ୍ଲାରୁ ୯୭୦ଜଣ ବରିଷ୍ଠ ନାଗରିକ ୬ ଦିନିଆ ତୀର୍ଥ ଯାତ୍ରାରେ ଯାଇଛନ୍ତି । ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ କିଟ୍ ସହ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

senior citizen pilgrimage programme
ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା
ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯାତ୍ରାରେ ୯୭୦ ଜଣ ଯାତ୍ରୀ ସାମିଲ ହୋଇଛନ୍ତି । ଏନେଇ ୬ ଜିଲ୍ଲାରୁ ୬ ଦିନ ପାଇଁ ହରିଦ୍ଵାର - ଋଷିକେଷ ଯାତ୍ରା କରିଛନ୍ତି ତୀର୍ଥ ଯାତ୍ରୀ । ସମସ୍ତଙ୍କୁ ସ୍ୱତନ୍ତ୍ର ଟ୍ରାଭେଲ କିଟ୍ ଏବଂ ଟ୍ରେନରେ ସମ୍ପୂର୍ଣ୍ଣ ଭାବରେ ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାରୁ ୯୭୦ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରିଛନ୍ତି । ଏହି ଯାତ୍ରାରେ ୩୦ ଜଣ ସହାୟକ ମାନେ ମଧ୍ୟ ଯାତ୍ରା କରିଛନ୍ତି । ତୀର୍ଥ ଯାତ୍ରା ସମ୍ପୂର୍ଣ୍ଣ ଭାବରେ ୬ ଦିନର ରହିଛି । ଆଜି ଏହାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖରେ ଫେରିବାର ଯୋଜନା ରହିଛି ।

କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଢେଙ୍କାନାଳ ଆଦି ୬ ଜିଲ୍ଲାରୁ ତୀର୍ଥ ଯାତ୍ରୀମାନେ ହରିଦ୍ଵାର-ଋଷିକେଶ ଯାତ୍ରା କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ତୀର୍ଥ ଯାତ୍ରା ପାଇଁ ଚୟନ ହୋଇଥିବା ସମସ୍ତ ଯାତ୍ରୀମାନଙ୍କ ଖର୍ଚ୍ଚ ସରକାର ବହନ କରିଛନ୍ତି । ସେମାନଙ୍କ ଘର ଠାରୁ ଆରମ୍ଭ କରି ତୀର୍ଥ ସ୍ଥାନ ବୁଲିବା ଓ ଫେରିବା ଖର୍ଚ୍ଚ ସରକାର ବହନ କରୁଛନ୍ତି । ତେବେ ଜଣଙ୍କ ପିଛା ପ୍ରାୟ ୧୬ ହଜାର ୮୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ଯାତ୍ରୀମାନେ ଦ୍ବିତୀୟ ଶ୍ରେଣୀରେ ଯାତ୍ରା କରିବେ । ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୯ ଟି ଟ୍ରେନ ଭାରତର ବିଭିନ୍ନ ତୀର୍ଥ ସ୍ଥଳକୁ ଯାତ୍ରା କରିବାର ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ହରିଦ୍ଵାର-ଋଷିକେଶ ରହିଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟର ରହିଛି ଡିସେମ୍ବର ୬ ତାରିଖରୁ ୧୧ ତାରିଖ କଲିକତା- କାମାକ୍ଷା। ସେହିଭଳି ଡିସେମ୍ବର ୧୯ ତାରିଖରୁ ୨୪ ତାରିଖ ମଧ୍ୟରେ ଶିରିଡ଼ିରୁ ନାଶିକ ତୀର୍ଥ ଯାତ୍ରା କରିବାର ଯୋଜନା ରହିଛି। ସେହିଭଳି ଫେବ୍ରୁଆରୀ ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଯାତ୍ରା କରିବେ ତିରୁପତି - ଭେଲୋର। ଫେବ୍ରୁଆରୀ ୧୯ ତାରିଖରୁ ୨୪ ତାରିଖ ମଧ୍ୟରେ ଯାତ୍ରା କରିବେ ଆଜମିର- ପୁଷ୍କର ।

ଏହା ବି ପଢନ୍ତୁ...ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ପରିଭ୍ରମଣରେ ବାହାରିଲେ ମାଲକାନଗିରିରୁ ୯୦ଜଣ ବରିଷ୍ଠ ନାଗରିକ

ଜାନୁଆରୀ ୨୮ ତାରିଖରୁ ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ଯାତ୍ରା କରିବେ ଗୟା - ବାରଣାସୀ । ସେହିଭଳି ଜାନୁଆରୀ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ଯାତ୍ରା କରିବେ ଉଜ୍ଜୈନ - ଓଁକାରେଶ୍ୱର। ଜାନୁଆରୀ ୧୭ ତାରିଖରୁ ୨୨ ତାରିଖ ମଧ୍ୟରେ ଯାତ୍ରା କରିବେ ବାରଣାସୀ - ପ୍ରୟାଗରାଜ୍ । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ମଧ୍ୟରେ ତୀର୍ଥ ଯାତ୍ରୀମାନେ ଯାତ୍ରା କରିବେ ଆଗ୍ରା-ମଥୁରା। ତେବେ ଏହି ଯାତ୍ରା ସମୟରେ ବରିଷ୍ଠ ନାଗରିକ ସହଯୋଗ ପାଇଁ ସହାୟକମାନେ ମଧ୍ୟ ଯାତ୍ରା କରିବେ । ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନରେ ଏବଂ ତୀର୍ଥ ସ୍ଥଳରେ ଆବଶ୍ୟକୀୟ ସୁବିଧା ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୨୦୧୬ ମସିହାରୁ ଆରମ୍ଭ ହୋଇଥିବା 'ତୀର୍ଥ ଯାତ୍ରା ଯୋଜନା'ରେ ୨୧ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.