ETV Bharat / state

ବିଜେପିର ୨୪ ଲଢେଇ; କାଲିଠୁ ହେବ ଆରମ୍ଭ, ରାଉରକେଲାରେ ବସିବ ବୈଠକ - ବିଜେପିର ୨୪ ଲଢେଇ

BJP Rourkela meeting: ଆସନ୍ତାକାଲି ରାଉରକେଲାରେ ବିଜେପିର ବୈଠକ ବସିବାକୁ ଯାଉଛି । ଏଥିରେ ୨୪ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

BJP Rourkela meeting
BJP Rourkela meeting
author img

By ETV Bharat Odisha Team

Published : Jan 4, 2024, 9:36 PM IST

ରାଉରକେଲାରେ ବସିବ ବୈଠକ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଦାର ପ୍ରସ୍ତୁତି ବି ଆରମ୍ଭ ହୋଇସାରିଲାଣି । ରାଜ୍ୟ ବିଜେପିର ୨୪ ଲଢେଇ ଆସନ୍ତା ଜାନୁଆରୀ ୫ ତାରିଖରୁ ଆରମ୍ଭ ହେଉଛି । ରାଉରକେଲାରୁ ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତାକାଲି ରାଉରକେଲାରେ ବୈଠକ ବସିବ । ବୁଥ ସ୍ତରରେ ବିଜେପି ସଂଗଠନ ମଜଭୁତ କରିବାକୁ ବଡ ପ୍ଲାନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ।

ଆସନ୍ତାକାଲି ରାଉରକେଲାରେ ବସିବାକୁ ଥିବା ବୈଠକରେ ଯୋଗ ଦେବେ ସଂଗଠନ ମହାମନ୍ତ୍ରୀ ବି ଏଲ୍ ସନ୍ତୋଷ, କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହାସହିତ ବିଜେପିର ସାଂସଦ ଏବଂ କିଛି ବିଧାୟକ ମାନେ ଉପସ୍ଥିତ ରହିବେ। ବିଜେପି ୨୦୨୪ ଲଢେଇ ପାଇ ପୁରାପୁରି ପ୍ରସ୍ତୁତ ଥିବା ବେଳେ ଆସନ୍ତାକାଲି ସମସ୍ତ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଭାରୀ । ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ରାଜ୍ୟ ନେତାଙ୍କର ମଧ୍ୟ ବୈଠକ ଚାଲିଛି । ସେହି କ୍ରମରେ ରାଉରକେଲାରେ ବୈଠକ ବସିବ ।

ଏହା ବି ପଢନ୍ତୁ- ଶନିବାର ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଅଜୟ କୁମାର, କଂଗ୍ରେସ ନେତାଙ୍କୁ ଦେବେ ଗୁରୁମନ୍ତ୍ର

ଏନେଇ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "୨୦୨୪ ପାଇଁ ପ୍ଲାନ ତିଆରି ହେଉଛି । ଜନମତ ବିଜେପି ସପକ୍ଷରେ ଅଛି । ୨୦୧୯ରେ ମଧ୍ୟ ବିଜେପି ସପକ୍ଷରେ ଜନମତ ଥିଲା । କିନ୍ତୁ ଦଳ ବିରୋଧୀ ଆସନରେ ବସିଲା । ଏଥର କିନ୍ତୁ ବ୍ୟାପକ ଭାବେ ବିଜେପି ସପକ୍ଷରେ ଅଛି । ସେଥିପାଇଁ ବିଜେପି ପଣ କରି ସାରିଛି । ୨୦୨୪ରେ ଜନମତ ଆଧାରରେ ବିଜେପି ସରକାର ହେବ । ତାର ରଣନୀତି ରାଉରକେଲାରୁ ପ୍ରସ୍ତୁତ ହେବାକୁ ଯାଉଛି । ଦଳୀୟ ନେତା ବୁଥ ସ୍ତରୁକୁ ଯାଇ କାମ ଆରମ୍ଭ କରି ଦେଇଛନ୍ତି । ଯେହେତୁ ଆଗକୁ ନିର୍ବାଚନ ଏହାକୁ ନେଇ ଆହୁରି ସକ୍ରୀୟ ହୋଇଛି ଦଳ । ୨୪ରେ କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାର କରିବାକୁ ଯାଉଛି । ବୁଥ ସ୍ତରରେ ବିଜେପି ହାୱା ଅଛି । ଲୋକେ ବିଜେପିକୁ ଭୋଟ ଦେବାକୁ ଚାହୁଁଛନ୍ତି। ତେଣୁ ବୁଥରେ ସ୍ତରରେ ବିଜେପି ସଂଠନ ମଜବୁତ କରିବାକୁ ବଡ ପ୍ଲାନ କରିଛି ।"

ଏହା ପୂର୍ବରୁ ସୂଚନା ଦେଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, : ୨୦୨୪ରେ ବିଜେଡି ସରକାର ବ୍ୟବହାର କରୁଥିବା ସରକାରୀ କଳ, ବାହୁ ବଳ ଏବଂ ଅର୍ଥ ବଳକୁ ପ୍ରତିହତ କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । ବୁଥ ସ୍ତରରେ ସଂଗଠନ ଏବଂ 1 କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । କର୍ମୀଙ୍କ ମଧ୍ୟରେ ଉତ୍ସାହ ବହୁତ ବଢିଛି । ଖୁବ୍ କମ ଦିନ ନବୀନ ପଟ୍ଟନାୟକ ସରକାର ରହିବ ବୋଲି ଆଶା । ଜାନୁଆରୀ ୫ ତାରିଖରୁ ବିଜେପି ଆନ୍ଦୋଳନାତ୍ମକ, ସାଂଗଠନିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିବ । ବୁଥ, ମଣ୍ଡଳ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଲୋକ ବୁଝି ଗଲେଣି ଯେ କେନ୍ଦ୍ରୀୟ ଯୋଜନାରେ ସବୁ ଅନୁଦାନ ମିଳୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.