ETV Bharat / state

ବିଏମସି ପାଳିଲା ସ୍ୱାୟତ୍ତ ଶାସନ ଦିବସ: ମୁଖପତ୍ର ‘ଆହ୍ୱାନ’ ଉନ୍ମୋଚିତ, ବିଭିନ୍ନ ବ୍ୟକ୍ତିଙ୍କୁ ନଗରବନ୍ଧୁ ସମ୍ମାନ

author img

By ETV Bharat Odisha Team

Published : Sep 1, 2023, 1:49 PM IST

ବିଏମସି ପାଳନ କରିଛି ସ୍ବାୟତ୍ତ ଶାସନ ଦିବସ। ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ନଗରବନ୍ଧୁ ସମ୍ମାନରେ ସମ୍ମାନିତ ସହ ମୁଖପତ୍ର ‘ଆହ୍ୱାନ’ର ଉନ୍ମୋଚନ ହେଇଛି। ଅଧିକ ପଢନ୍ତୁ

ବିଏମସିର ସ୍ୱାୟତ୍ତ ଶାସନ ଦିବସ
self government day celebrated in bhubaneswar

ଭୁବନେଶ୍ବର: ସ୍ୱାୟତ୍ତ ଶାସନ ଦିବସରେ ବିଏମସିର ମୁଖପତ୍ର ‘ଆହ୍ୱାନ’ର ଉନ୍ମୋଚନ ହୋଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ନଗରବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ବିଏମସି ତାର ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜୟଦେବ ଭବନଠାରେ ସାଧାରଣ ସଭା ହୋଇଥିଲା । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସଭାରେ ବିଏମ୍‌ସିର ମୁଖପତ୍ର ‘ଆହ୍ୱାନ’ର ଉନ୍ମୋଚନ କରାଯାଇଥିଲା । ରାଜଧାନୀବାସୀଙ୍କ ସମେତ ସାନିଟାରୀ ଇନ୍ସପେକ୍ଟର ୱାର୍ଡ ଅଫିସର ସଫେଇ ସାଥୀଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଭିନ୍ନ ସ୍କୁଲ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଟୁକୁନୀ ସାହୁ ମନ୍ତ୍ରୀ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଡେପୁଟି ମେୟର ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ମିହିର କୁମାର ରାଉତ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ଅନ୍ୟ କର୍ପୋରେଟର ଓ ବିଏମସିର ଟିମ୍ ଉପସ୍ଥିତ ଥିଲେ । ଏହି ଅବସରରେ ଯୋଗ ଦେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ,"ଭୁବନେଶ୍ୱରର ଡିଜିଟାଲ କନେକ୍‌ଟିଭିଟ୍ ବଢାଇଲେ ଆଗାମୀ ଦିନରେ ଯୁବବର୍ଗ ବିଶେଷ ଭାବେ ଉପକୃତ ହେବେ । ବିଶ୍ୱ ଦରବାରରେ ଭୁବନେଶ୍ୱରର ଗୌରବ ବୃଦ୍ଧି ପାଇବ ।"

ସେହିପରି "ପ୍ରତି ୱାର୍ଡକୁ ସରସ ସୁନ୍ଦର କରିପାରିଲେ ଏବଂ ଗୋଷ୍ଠୀ ସହଭାଗିତା ବୃଦ୍ଧି ପାଇଲେ, ଏ ସହର ଆହୁରି ଆଗକୁ ଯିବ" ବୋଲି କହିଥିଲେ ମନ୍ତ୍ରୀ ଟୁକୁନି ସାହୁ । ସେହିପରି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, "ପୂର୍ବରୁ ଥିବା ଭୁବନେଶ୍ୱରର ଚିତ୍ର ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । ଏହା ରାଜ୍ୟର ରାଜଧାନୀ ହୋଇଥିବାରୁ ଏହାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ନିହାତି ଦରକାର ତେଣୁ ଆମେ ସମସ୍ତ ସହଯୋଗ କରିବୁ। ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଖୋଲା ହାତ ଆମକୁ ପରିଚୟ ଦେଇଛି ।"

ଏହା ବି ପଢନ୍ତୁ...ରାଜ୍ୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଜଗତସିଂହପୁରରେ ଅତିଥି ନିମନ୍ତ୍ରଣଙ୍କୁ ନେଇ କେଁ

ସେହିପରି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି, "ସହରର ସବୁ ବର୍ଗର ନାଗରିକ ସମ୍ମାନର ସହିତ ବଞ୍ଚିବା ପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଭୁବନେଶ୍ୱର ଏ ଦିଗରେ ଆଗୁଆ ଏବଂ ଅନ୍ୟ ସହର ପାଇଁ ଉଦାହରଣ ସାଜିଛି ।" ସେପଟେ "ଗତ 1 ବର୍ଷ ମଧ୍ୟରେ ଭୁବନେଶ୍ୱରର ପରିମଳ ଏବଂ ବିକାଶରେ ଆଖି ଦୃଶିଆ ଅଗ୍ରଗତି ହୋଇଛି" କହି ଏଥିପାଇଁ କର୍ପୋରେସନ ସଦସ୍ୟ ସଦସ୍ୟାଙ୍କୁ ବଧେଇ ଜଣାଇବା ସହ ନାଗରିକମାନଙ୍କ ସହଯୋଗକୁ ପ୍ରଶଂସା କରିଥିଲେ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଏହି ଅବସରରେ ମେୟରସୁଲୋଚନା ଦାଶ ଭୁବନେଶ୍ୱରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦାହରଣ ଦେଇ କହିଛନ୍ତି, "ପୂର୍ବରୁ ଥିବା ଭୁବନେଶ୍ୱର ଏବେ ବଦଳି ଯାଇଛି । ଏସବୁ ସହରବାସୀଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସହର । ତେଣୁ ଆମେ ସମସ୍ତେ ଗୋଟେ ପ୍ରଗତିଶୀଳ ସହରରେ ରହୁଥିବାବେଳେ ଆହୁରି ଅନେକ ପ୍ରଗତି ବାକି ରହିଛି । ଏବେ ଏବେ ଜାଗା ମିଶନରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ଭୁବନେଶ୍ୱରକୁ ଆହୁରି ସ୍ମାର୍ଟ କରିବା ଲକ୍ଷ୍ୟ ନେଇ ଟିମ ବିଏମସି ସବୁବେଳେ ପ୍ରୟାସ ଜାରି ରଖିଛି।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.