ETV Bharat / state

ବିଏମ୍‌ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ, ନୂତନ ଯନ୍ତ୍ରାଂଶ ସହ ୬ ପ୍ରକଳ୍ପ ଉଦଘାଟିତ

author img

By ETV Bharat Odisha Team

Published : Aug 31, 2023, 9:37 PM IST

ବିଏମ୍‌ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ । ନୂତନ ଯନ୍ତ୍ରାଂଶ ସହ ୬ ପ୍ରକଳ୍ପର ଉଦଘାଟନ କଲା ବିଏମ୍‌ସି । ଅଧିକ ପଢ଼ନ୍ତୁ

ବିଏମ୍ସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର: ବିଏମ୍‌ସି ପକ୍ଷରୁ ପାଳିତ ହୋଇଛି ସ୍ୱାୟତ୍ତ ଶାସନ ଦିବସ । ବିଏମ୍‌ସି ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରି ସ୍ୱାୟତ୍ତ ଶାସନ ଦିବସ-୨୦୨୩ର ଆରମ୍ଭ କରିଥିଲେ । ଏହି ଅବସରରେ ଡେଙ୍ଗୁ ଭଳି ଅଣାୟତ୍ତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ମଶାଧୁଆଁ ଗାଡ଼ି, ମଶା ତେଲ ସିଞ୍ଚନ ଯନ୍ତ୍ର, ମହାପ୍ରୟାଣ ଗାଡ଼ି ପଶୁ ଉଠାଇବା ଗାଡିର ଉଦଘାଟନ କରାଯାଇଛି । ଏହାସହ ରାଜଧାନୀବାସୀଙ୍କୁ ୬ଟି ପ୍ରକଳ୍ପ ଭେଟି ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ମେୟର ସୁଲୋଚନା ଦାସ କହିଛନ୍ତି,"ସହରକୁ ସ୍ୱଚ୍ଛ ସବୁଜ କରି ଗଢ଼ି ତୋଳିବାରେ ବିଏମ୍‌ସିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଜନସ୍ୱାସ୍ଥ୍ୟ ଏବଂ ପ୍ରତିଶେଧକ ବ୍ୟବସ୍ଥାକୁ ଦୃଢ଼ କରିବାକୁ ବିଏମ୍‌ସି ପକ୍ଷରୁ ସର୍ବଦା ପଦକ୍ଷେପ ଗ୍ରହଣ କାରଯାଏ । ସ୍ୱାସ୍ଥ୍ୟ ସେବାକୁ ତ୍ଵରାନିତ୍ଵ କରିବା ପାଇଁ ମହାନଗର ନିଗମ ତରଫରୁ ୨୦ ଗୋଟି ଇ-ରିକ୍ସା ଯୁକ୍ତ ଥର୍ମାଲ ଫଗିଂ ମେସିନ କ୍ରୟ କରାଯାଇଛି । ସେହିପରି ୭୦ ଗୋଟି ମଶା ଲାର୍ଭା ବିନାଶକାରୀ ସ୍ପ୍ରେ ମେସିନ୍‌ ଦ୍ୱାରା ପ୍ରତି ୱାର୍ଡରେ ମଶାତେଲ ସିଞ୍ଚନ ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ପୂର୍ବରୁ ବିଏମ୍‌ସିର ୨ଟି ମହାଯାତ୍ରା ଗାଡ଼ି ଥିବା ବେଳେ ଆଜିଠାରୁ ଆଉ ୩ଗୋଟି ଶୀତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡ଼ି ସହରରେ ସେବା ଯୋଗାଇବ ପାଇଁ ଉଦଘାଟନ କରାଗଲା ।"

ସେ ଆହୁରି ମଧ୍ୟ କହିଛନ୍ତି,"ଲୋକମାନଙ୍କର ମୌଳିକ ସୁବିଧା ପୂରଣ କରିବା ଆମର ଦାୟିତ୍ୱ । ତେଣୁ ଆଜିର ଦିବସରେ ଏହି ନୂଆ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରାଯାଉଛି । ଏଥିପାଇଁ ଲୋକଙ୍କ ଅଭଯୋଗକୁ ମଧ୍ୟ ଶୁଣାଯାଉଛି । ବିକାଶ ଏକ ନିରନ୍ତର ପ୍ରକ୍ରିୟା ତାହା ତ ଗୋଟିଏ ଦିନରେ ସରିବ ନାହିଁ । ତେଣୁ ଆଗକୁ ସହର ବିକାଶ ପାଇଁ ଯାହା ସବୁ କରି ହେବ ଆମେ ସମସ୍ତ କାର୍ଯ୍ୟ ମିଶି କାର୍ଯ୍ୟ କରିବା । 2023 ବର୍ଷ ପାଇଁ ୧୨୨ କୋଟି ତାଙ୍କର ପ୍ରକଳ୍ପ ମଜୁରୀ ହୋଇଥିବା ବେଳେ ସେଥିରୁ ୯୦ କୋଟିର କାର୍ଯ୍ୟ ସାରିଛି । ଆଉ ବ୍ଲକ ୩୨ କୋଟିର କାର୍ଯ୍ୟ ଜାରି ରହିଛି ।"

ଅଧିକ ପଢନ୍ତୁ: କିଏ ହେବେ ପରବର୍ତ୍ତୀ ବାଚସ୍ପତି ? ନୂଆ ମୁହଁ ନା ପୁରୁଣା ଚେହେରା

ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, "ଆଜିର ଦିନରେ 5T ନୀତିରେ ଲୋକଙ୍କୁ ସେବା ଯୋଗାଇବା ତାହା ମୋର ପ୍ରଥମ ବାର୍ତ୍ତା ରହିବ । ଏଥିପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଆମର ମୁଖ୍ୟ ମୁଦା । ଏଥିପାଇଁ ବିଭିନ୍ନ ପ୍ରକାରର ନୂତନ ଜ୍ଞାନକୌଶଳର ଯନ୍ତ୍ର ଆମେ ବ୍ୟବହାର କରିବାକୁ ଯାଉଛୁ । ଆଗାମୀ ଦିନରେ ଲୋକଙ୍କ ମତାମତକୁ ପାଥେୟ କରି ଆମେ କାମ କରିବୁ । ୧୯୨୯ ସହାୟତା ନମ୍ବର ସହ ସଫା ଆପକୁ ଆହୁରି ଡ଼ିଜିଟାଲି ସୁଦୃଢ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.