ETV Bharat / state

ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା: ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ - ସାମ୍ବାଦିକାଙ୍କୁ ମାଡ ମାମଲାରେ ଟୁଟୁ ନାୟକଙ୍କୁ ବେଲ୍

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ । ଅଧିକ ପଢନ୍ତୁ

ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲା: ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ

author img

By ETV Bharat Odisha Team

Published : Nov 8, 2023, 3:16 PM IST

Updated : Nov 8, 2023, 6:38 PM IST

ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଏସଡିଜେଏମ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ଶୁକ୍ରବାର ଦିନ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିଥିଲା ।

ପ୍ରକାଶଯୋଗ୍ୟ, ନଭେମ୍ବର 3 ତାରିଖ ଦିନ ଖବର ସଂଗ୍ରହ କରିବା ପାଇଁ ଭୁବନେଶ୍ବର ସ୍ଥିତ ଏକ ହଲକୁ ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ହଠାତ ମାଡ ମାରିଥିଲେ ପ୍ରଯୋଜକ ଟୁଟୁ ନାୟକ । ଯେଉଁଥିରେ ତାଙ୍କ ବୁମ ତଳେ ପଡିଯାଇଥିଲା । ବୁମଟିକୁ ନ ଉଠାଇ ସେଠାରୁ ଚାଲିଯାଇଥିଲେ ଟୁଟୁ ନାୟକ । ତେବେ ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମାମଲା ଦାୟର କରିଥିଲେ ପୀଡିତା ସାମ୍ବାଦିକା ।

ଏହାମଧ୍ୟ ପଢନ୍ତୁ..ସାମ୍ବାଦିକାଙ୍କୁ ଅସଦାଚରଣ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ

ପୋଲିସ ମାମଲାର ତଦନ୍ତ କରିବା ସହ ଘଟଣାସ୍ଥଳରେ ଲାଗିଥିବା ସିସିିଟିଭି ଫୁଟେଜ ଯାଞ୍ଚ କରିଥିଲା । ତଥ୍ୟପ୍ରମାଣ ଆଧାରରେ ଟୁଟୁ ନାୟକଙ୍କୁ ନଭେମ୍ବର 4 ତାରିଖ ଦିନ ପୋଲିସ ଗିରଫ କରିଥିଲା । ୩୫୪, ୨୯୪, ୩୪୧, ୩୨୩ ଭଳି ସଙ୍ଗୀନ ଦଫା ଗିରଫ ହୋଇଥିଲେ ଟୁଟୁ ନାୟକ । ପରେ ଆଜି ଏସଡିଜେଏମ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଅଭିଯୋଗକାରିଣୀ ସାମ୍ବାଦିକା କିମ୍ବା ସାକ୍ଷୀଙ୍କୁ କୌଣସି ପ୍ରକାର ଧମକଚକମ ଦେଇପାରିବେ ନାହିଁ । କେସ କିମ୍ବା ସାକ୍ଷ୍ୟମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାଇପାରିବେନି । କେସ ତଦନ୍ତକୁ ପ୍ରଭାବିତ କରିପାରିବେ ନାହିଁ । ତେବେ ପୂର୍ବରୁ ଟୁଟୁଙ୍କ ବିରୋଧରେ ଥିବା କାଷ୍ଟିଂ କାଉଚ ଅଭିଯୋଗ ଓ କଟକରେ ଥିବା ଏକ ଅଭିଯୋଗ ବିଷୟରେ ମଧ୍ୟ କୋର୍ଟକୁ ଅବଗତ କରାଇଥିବା କହିଥିଲେ ଅଭିଯୋଗକାରୀଣିଙ୍କ ଓକିଲ ।

ସେପଟେ ଜଣେ ମହିଳାଙ୍କ ଉପରେ ଏପରି ହାତ ଉଠାଇବା ଏବଂ ସର୍ବସମ୍ମୁଖରେ ଟୁଟୁ ନାୟକଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରୁ କଡା ନିନ୍ଦା କରାଯାଇଥିଲା । ଅନେକ ରାଜନେତା ସହ ଅଭିନେତା ମହିଳା ସାମ୍ବାଦିକାଙ୍କ ସମର୍ଥନରେ ବାହାରିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ କଡା ବିରୋଧ କରାଯିବା ସହ ଟୁଟୁ ନାୟକଙ୍କ ଗିରଫ ଦାବି କରାଯାଉଥିଲା ।

ଏହାମଧ୍ୟ ପଢନ୍ତୁ..କାହିଁକି ଡ୍ୟୁଟିରେ ଥିବା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ? ଘଟଣା କହୁ କହୁ କାନ୍ଦି ପକାଇଲେ ଦେବସ୍ମିତା

ତେବେ ମହିଳା କମିଶନ ମଧ୍ୟ ସାମ୍ବାଦିକା ଦେବସ୍ମିତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିଲେ । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଥିବା ବେଳେ 15 ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଥିଲେ । ଏନେଇ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ, "ସମାଜର ବାର୍ତ୍ତାକୁ ସର୍ବସମ୍ମୁଖରେ ପରିପ୍ରକାଶ କରିବା ସାମ୍ବାଦିକଙ୍କ କାର୍ଯ୍ୟ ହୋଇଥାଏ । କିନ୍ତୁ ମହିଳା ସାମ୍ବାଦିକାଙ୍କ ଉପରେ ଆକ୍ରମଣ ହେବା ଏକ ନିନ୍ଦାର କଥା । ଏନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି ଆମେ ଡିସିପିଙ୍କୁ ଚିଠି ଲେଖିଛୁ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ କହିଛୁ । 15 ଦିନ ସମୟ ଦେଇଛୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 8, 2023, 6:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.