ETV Bharat / state

ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେଲେ SDC ଉପଦେଷ୍ଟା ପ୍ରଦୀପ ମାଝୀ - SDC Advisor Pradeep Majhi

ଅସୁସ୍ଥତା ପାଇଁ ପ୍ରଦୀପ ଏବେ ରାଜନୀତି ତଥା ଜନସେବାରୁ ଦୂରରେ ଅଛନ୍ତି । ଯାହାକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ । କିଏ କହୁଥିଲା ବିଜେଡି ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ ତ କିଏ ଆଉ କିଛି ଚର୍ଚ୍ଚା ଚଳାଇଥିଲେ । ଚର୍ଚ୍ଚାର ମଧ୍ୟ କିଛି ଯଥାର୍ଥତା ଥିଲା । କାରଣ ଗତ ଅକ୍ଟୋବର 12 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଅଧିକ ପଢନ୍ତୁ

ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେଲେ SDC  ଉପଦେଷ୍ଟା ପ୍ରଦୀପ ମାଝୀ

author img

By ETV Bharat Odisha Team

Published : Nov 3, 2023, 10:34 PM IST

Updated : Nov 4, 2023, 6:10 AM IST

ଭୁବନେଶ୍ବର: ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପୂର୍ବତନ ସାଂସଦ ବରିଷ୍ଠ ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC) ଉପଦେଷ୍ଟା ପ୍ରଦୀପ ମାଝୀ । ଦୀର୍ଘଦିନ ଧରି ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଏହି ବରିଷ୍ଠ ରାଜନେତା । ଗତ ଏକ ମାସରୁ ଅଧିକ ସମୟ ହେଲା ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ପ୍ରାୟ ଏକ ମାସରୁ ଅଧିକ ସମୟ ଚିକିତ୍ସା ସତ୍ତ୍ୱେ ପ୍ରଦୀପ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାଁନ୍ତି ।

ପ୍ରଦୀପଙ୍କ ଅସ୍ତ୍ରପଚାର ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ଫଳରେ ଉଚ୍ଚତର ଚିକିତ୍ସା ପାଇଁ ଆଜି ପ୍ରଦୀପ ମାଝୀ ଦିଲ୍ଲୀ ସ୍ଥାନାନ୍ତର ହୋଇଛନ୍ତି । ଦକ୍ଷିଣ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କ ଫଟୋ ଥିବା ଟି ସାର୍ଟ ପିନ୍ଧିଲେ ଭୁଲ କେଉଁଠି: ପ୍ରଦୀପ ମାଝୀ

ଅସୁସ୍ଥତା ପାଇଁ ପ୍ରଦୀପ ଏବେ ରାଜନୀତି ତଥା ଜନସେବାରୁ ଦୂରରେ ଅଛନ୍ତି । ଯାହାକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ । କିଏ କହିଲା ବିଜେଡି ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ ତ କିଏ ଆଉ କିଛି ଚର୍ଚ୍ଚା ଚଳାଇଥିଲେ । ଚର୍ଚ୍ଚାର ମଧ୍ୟ କିଛି ଯଥାର୍ଥତା ଥିଲା । କାରଣ ଗତ ଅକ୍ଟୋବର 12 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପ୍ରଦୀପ ଏହି ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କଥା । ହେଲେ ପ୍ରଦୀପ ନଥିଲେ । ଏହା ବ୍ୟତୀତ କିଛି ଦିନ ଧରି ପ୍ରଦୀପ ବିଭିନ୍ନ ସରାକରୀ ଓ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଏହି ସମସ୍ତ ସ୍ଥିତିକୁ ଦେଖି ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ ।

ହେଲେ ପ୍ରକୃତରେ ଅବାନ୍ତର ଚର୍ଚ୍ଚାର କୌଣସି ସତ୍ୟାସତ୍ୟ ନାହିଁ । ପ୍ରଦୀପ ଆଣ୍ଠୁ ଜନିତ ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛନ୍ତି । ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ପ୍ରାୟ ଏକମାସରୁ ଅଧିକ ସମୟ ରହିଲେ । କୌଣସି ସୁଫଳ ନହେବାରୁ ଆଜି ପ୍ରଦୀପ ନୂଆଦିଲ୍ଲୀ ସ୍ଥାନାନ୍ତର ହୋଇଛନ୍ତି ।

ଅଧିକ ପଢନ୍ତୁ- Special Development Council: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀ

ଅନ୍ୟପଟେ ଆଜି ପ୍ରଦୀପ ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିବାରୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ତାଙ୍କର ଶୁଭେଚ୍ଛୁ ଓ ସମର୍ଥକ । ଏହାସହ ସୁସ୍ଥ ହୋଇ ପୁଣି ଥରେ ସାଧାରଣ ଜୀବନକୁ ଫେରି ଆସିବା ସହିତ ଜନସେବା ଜାରି ରଖିବାକୁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 6:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.