ETV Bharat / state

କୋଭିଡ କଟକଣା ଭିତରେ ଖୋଲିଲା ସ୍କୁଲ - ଖୋର୍ଦ୍ଧାରେ ଖୋଲିଲା ସ୍କୁଲ

ଆଜିଠୁ ଖୋଲିଲା ସ୍କୁଲ
ଆଜିଠୁ ଖୋଲିଲା ସ୍କୁଲ
author img

By

Published : Jan 8, 2021, 11:28 AM IST

Updated : Jan 13, 2021, 7:51 PM IST

18:35 January 08

ଆଜିଠୁ ଖୋଲିଲା ସ୍କୁଲ

ସୁନ୍ଦରଗଡ : ରାଜ୍ୟରେ ଖୋଲିଲା ସମସ୍ତ  ସ୍କୁଲଓ  କଲେଜ । ସେହିକ୍ରମରେ, ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଛି । ଏନେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟର କତ୍ତୃପକ୍ଷମାନେ  ସ୍କୁଲରେ ସମସ୍ତ ବ୍ୟବସ୍ଥା କରିଛନ୍ତି ।  ଇକୋ ସିଷ୍ଟମ ବ୍ୟବସ୍ଥା କରାଯାଇ ଆଜି ଜିଲ୍ଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ଥିବା  କହିଛନ୍ତି ଜିଲ୍ଲାପାଳ।  ତେବେ କୋଭିଡ ଗାଇଡ ଲାଇନ ମଧ୍ୟରେ ପାଠପଢା ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶରେ ସ୍କୁଲ ଓ କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରି ବସିବା ସ୍ଥାନ , ହାତ ଧୋଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା , ସ୍ବତନ୍ତ୍ର ପାଇଖାନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ସ୍କୁଲ ମର୍ଜିଂ ( ମିଶ୍ରଣ ) ହେବାପରେ ଆଜି ସୁନ୍ଦରଗଡ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାଳିକା ମାନେ ପ୍ରବେଶ କରିଛନ୍ତି ।  

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

13:27 January 08

ଯାଜପୁରରେ ଖୋଲିଲା ସ୍କୁଲ

ଯାଜପୁରରେ ଖୋଲିଲା ସ୍କୁଲ

ଯାଜପୁର: ଦୀର୍ଘ ସାଢ଼େ ୯ ମାସ ପରେ ପରେ ଆଜିଠାରୁ ଅଫଲାଇନରେ ଆରମ୍ଭ ହୋଇଛି ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠ ପଢା । ସ୍କୁଲଗୁଡିକ ଖୋଲିବା ପରେ ପିଲାଙ୍କ ଭିତରେ ବଢିଛି ଉତ୍ସାହ ଓ ଉଦିପନା।

କୋଭିଡ ନିୟମ ପାଳନ କରି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ପାଠ ପାଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କର ସମସ୍ତ ନିୟମକୁ ପାଳନ କରି ଯାଜପୁର ଜିଲ୍ଲାରେ ଖୋଲିଛି ସମସ୍ତ ସ୍କୁଲ ।  ସ୍କୁଲ ଖୋଲିବାର ପ୍ରଥମ ଦିନରେ କିପରି ରହିଛି ଯାଜପୁର ଜିଲ୍ଲା ଏନସି ହାଇସ୍କୁଲରେ ପଢା ବ୍ୟବସ୍ଥା ଏହାର ସ୍ଥିତି ପରଖି ଥଲେ ଇଟିଭି ଭାରତ ସମ୍ବାଦଦାତା ଜ୍ଞାନରଞ୍ଜନ ଓଝା ।

12:57 January 08

ଢେଙ୍କାନାଳରେ ଖୋଲିଲା ସ୍କୁଲ, ଉତ୍ସାହିତ ଛାତ୍ରଛାତ୍ରୀ

ଆଜିଠୁ ଢେଙ୍କାନାଳରେ ଖୋଲିଲା ସ୍କୁଲ

ଢେଙ୍କାନାଳ:ଦୀର୍ଘ ୯ମାସର ବ୍ୟବଧାନ ପରେ ଖୋଲଛି ସ୍କୁଲ । ଶହେ ଦିନ ପାଇଁ  ଅଫଲାଇନ ପାଠପଢାକୁ ଲକ୍ଷ୍ୟ ରଖି ଆଜିଠାରୁ ଦଶମ ଶ୍ରେଣୀ ପିଲାଙ୍କର ଅଫଲାଇନ ପାଠ ପଢା ଆରମ୍ଭ ହୋଇଛି । ଏଥିପାଇଁ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।

ଢେଙ୍କାନାଳ ଜିଲ୍ଲାର ଗୋଟିଏ ଆଦର୍ଶ ସ୍କୁଲକୁ ମିଶାଇ ମୋଟ ୨୫୯ଟି ସରକାରୀ ଉଚ୍ଚ ବିଦ୍ୟାଳୟ ନବୋଦୟ ଓ କେନ୍ଦ୍ରିୟ ସ୍କୁଲ ତଥା ୧୦ଟି ଘରୋଇ ସ୍କୁଲ ରହିଛି । ଏହି ସ୍କୁଲ ଗୁଡିକରେ ଆଜିଠାରୁ ଅଫଲାଇନ ପାଠପଢା ଆରମ୍ଭ ହୋଇଛି । ପୂର୍ବରୁ ସ୍କୁଲ ଗୁଡିକ ସାନିଟାଇଜ କରାଯିବ ସହ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ଏ ସବୁ ସତ୍ତ୍ବେ ଅଭିଭାବକମାନଙ୍କୁ କୋଭିଡ ସଂକ୍ରମଣ ଆଶଙ୍କା ନକରି ସ୍କୁଲକୁ ପିଲାଙ୍କୁ ଛାଡିବାପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏହାସହ ଆଜି ପ୍ରଥମ ଦିନରେ ସ୍କୁଲ ଗୁଡିକରେ ଅପେକ୍ଷାକୃତ ଭଲ ଉପସ୍ଥାନ ରହିଥିବା ଦେଖାଯାଇଛି ।

ଜିଲ୍ଲାରେ ପ୍ରାୟ ୧୫ହଜାର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିନରେ ଉପସ୍ଥାନରୁ ପିଲାଙ୍କ ମନରେ ବେଶ ଉତ୍ସାହ ତଥା ଆଗ୍ରହ ପରିଲକ୍ଷିତ ହୋଇଛି । ସଂକ୍ରମଣରୁ ସୁରକ୍ଷିତ ପାଇଁ ସାମାଜିକ ଦୂରତା ଠାରୁ ଆରମ୍ଭ କରି ସାନିଟାଇଜ ଓ ସମସ୍ତ ବ୍ୟବସ୍ଥା  ସରକାରଙ୍କ ପକ୍ଷରୁ ଜାରି ହୋଇଛି । ଫଳରେ ଅଭିଭାବକ ମାନେ କିଛି ଭୟ କରିବାର ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ । 

12:39 January 08

ଆନନ୍ଦପୁରରେ ଖୋଲିଲା ସ୍କୁଲ

ଆଜିଠୁ ଖୋଲିଲା ସ୍କୁଲ

ଆନନ୍ଦପୁର: କୋଭିଡ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଆଜିଠୁ ସ୍କୁଲ ଖୋଲିଛି। ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି। ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଥିବା ବିଭିନ୍ନ ସ୍କୁଲ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ଆଦିର ସୁବ୍ୟବସ୍ଥା କରାଯାଇଛି ଏହା  ସହିତ ପୁରା କ୍ୟାମ୍ପସ୍କୁ ବିଶୋଧନ କରାଯାଇଛି।

ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ପ୍ରତି କ୍ଲାସ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସିଟ୍‌ରେ କେବଳ ଜଣେ ଛାତ୍ର  ବସିଥିବା ଦେଖିବାକି ମିଳିଛି। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍‌ ଓ୍ବାଶ ମହଜୁଦ ରଖାଯିବା ପରେ ସ୍କୁଲ ଭିତରକୁ ପ୍ରବେଶ ଅନୁମତି ମିଳିଥିବା ଦେଖିବାକୁ ମିଳିଛି।

12:07 January 08

କୋଭିଡ କଟକଣା ଭିତରେ କେନ୍ଦୁଝରରେ ଖୋଲିଲା ସ୍କୁଲ

କୋଭିଡ କଟକଣା ଭିତରେ ଖୋଲିଲା ବିଦ୍ୟାଳୟ

କେନ୍ଦୁଝର: ଦୀର୍ଘ 9 ମାସର ବ୍ୟବଧାନ ପରେ ଆଜିଠୁ ଖୋଲିଲା ସ୍କୁଲ । କୋଭିଡ କଟକଣା ମଧ୍ୟରେ ଆଜିଠୁ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍କୁଲ ଖୋଲିଛି । ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାର ସମସ୍ତ ସ୍କୁଲ ପୁଣି ଥରେ ପାଠ ପଢାଇବା ପାଇଁ ପ୍ରସ୍ତୁତ ରହିଛି । ଦଶମ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । 

କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଠ ପଢା ଢାଞ୍ଚାରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । 9 ମାସ ସ୍କୁଲ ବନ୍ଦ ଥିବା ହେତୁ ପାଠ ପଢାରେ ବିଳମ୍ବ ହୋଇଛି । ସେଥିପାଇଁ ଏବେଠୁ 100 ଦିନ ପାଠ ପଢା ହେବ । ଶନିବାର ଓ ରବିବାର ମଧ୍ୟ ପାଠ ପଢା ହେବ । ସେପଟେ ମାଟ୍ରିକ ପରୀକ୍ଷାରେ ପ୍ରତି ବଷୟ ପାଇଁ 80 ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ 8 ରୁ ଏପ୍ରିଲ 26 ପର୍ଯ୍ୟନ୍ତ ପାଠପଢା ହେବ । ସେହିପରି ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 28 ଯାଏଁ ପାଠପଢା ହେବ ।

ତେବେ ଜାରି ହୋଇଥିବା SOP ଅନୁଯାୟୀ ସମସ୍ତ ସ୍କୁଲ ଓ କଲେଜ ପରିସରକୁ ଗତ କିଛିଦିନ ମଧ୍ୟରେ ସଫାସୁତୁରା କରାଯାଇଛି । ଶ୍ରେଣୀଗୃହକୁ ସାନିଟାଇଜ କରାଯିବା ସହ ଛାତ୍ରଛାତ୍ରୀଙ୍କ ସିଟିଂ ଆରେଞ୍ଜମେଣ୍ଟ ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି । ସ୍କୁଲରେ ପ୍ରବେଶ କରିବା ଠାରୁ ଆରମ୍ଭ କରି କ୍ଲାସ ରୁମରେ ପାଠ ପଢିବା ପର୍ଯ୍ୟନ୍ତ ସାମାଜିକ ଦୁରତା ରକ୍ଷା କରିବା ଉପରେ ଧ୍ୟାନ ଦେବା ନେଇ ପ୍ରସ୍ତୁତ ଅଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ।

11:59 January 08

କୋଭିଡ କଟକଣା ଭିତରେ ରାଜଧାନୀରେ ଖେଲିଲା ସ୍କୁଲ

କୋଭିଡ କଟକଣା ଭିତରେ ଖୋଲିଲା ବିଦ୍ୟାଳୟ

ଭୁବନେଶ୍ବର: ଖୋଲିଲା ସ୍କୁଲ। 10 ମାସର ବ୍ୟବଧାନରେ ଖୋଲିଛି ସମସ୍ତ ବିଦ୍ୟାଳୟ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜିଠାରୁ 100 ଦିନ ପର୍ଯ୍ୟନ୍ତ ପାଠ ପଢ଼ା ଯିବ। ଏହି 100 ଦିନର ପାଠପଢା ଉଭୟ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଏକ ଚାଲେଞ୍ଜ ହେବ । ଅନଲାଇନ ପାଠ ପଢ଼ାରେ ଯେତିକି ଶିକ୍ଷା ଅର୍ଜନ କରିଥିଲେ ଛାତ୍ର ଛାତ୍ରୀ ଅଫଳାଇନ ମାଧ୍ୟମରେ ଅନେକ ପାଠ ପଢିବେ। କୋର୍ସ ସାରିବା ପାଇଁସ୍କୁଲ କତ୍ତୃପକ୍ଷ ଚେଷ୍ଟା କରିବେ ।
ସୂଚନା ଅନୁଯାୟୀ, ରାଜ୍ୟରେ 10018 ସ୍କୁଲରେ 6 ଲକ୍ଷ ପିଲା ପାଠ ପଢୁଛନ୍ତି । 2 ହଜାର ଘରୋଇ ସ୍କୁଲ। ସମସ୍ତ ସ୍କୁଲରେ କୋଭିଡ କଟକଣାକୁ ମାନିିବା ପାଇଁ ନିର୍ଦ୍ଦେଶ ହୋଇଛି । ପିଲାମାନେ କ୍ଳାସରେ ବସିବା ସମସ୍ୟାରେ 5 ଫୁଟର ସାମାଜିକ ଦୂରତା ବଜାଇ ରଖିବେ। ଏହା ସହ 20ରୁ ଅଧିକ ପିଲା ହେଲେ ତାଙ୍କ ପାଇଁ ଅଧିକ କ୍ଳାସର ବ୍ୟବସ୍ତା କରାଯାଇଛି। ପିଲାଙ୍କୁ ସ୍କୁଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ଓ ଭଲ ଭାବରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଶିକ୍ଷାମନ୍ତ୍ରୀ ସମୀର ଦାଶ ସ୍କୁଲ ପରିଦର୍ଶନ କରିଛନ୍ତି ।

11:39 January 08

କୋଭିଡ କଟକଣା ଭିତରେ ଅନୁଗୋଳରେ ଖୋଲିଲା ସ୍କୁଲ

କୋଭିଡ କଟକଣା ଭିତରେ ଖୋଲିଲା ବିଦ୍ୟାଳୟ

ଅନୁଗାେଳ:କୋଭିଡ୍ କଟକଣା ମଧ୍ୟରେ ଆଜି ଠାରୁ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଅନୁଗୋଳ ଜିଲ୍ଲାରେ ଆଜି 281ଟି ହାଇସ୍କୁଲ ଓ 41ଟି ଯୁକ୍ତ ଦୁଇ କଲେଜ ଖୋଲା ଯାଇଛି । ଏଥିଲାଗି ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବ୍ୟପକ ପ୍ରସ୍ତୁତି ହୋଇଛି। ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ଆଜି ପ୍ରଥମ ଦିନ ଥିବାରୁ ଉପସ୍ଥାନ କମ୍ ରହିଛି।

ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ପର୍ଯ୍ୟନ୍ତ ହେବ। ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନର ପାଠପଢ଼ା ହେବ। 

10:54 January 08

କୋଭିଡ କଟକଣା ଭିତରେ ଖୋର୍ଦ୍ଧାରେ ଖୋଲିଲା ବିଦ୍ୟାଳୟ

ଆଜିଠୁ ଖୋଲିଲା ସ୍କୁଲ

ଖୋର୍ଦ୍ଧା: ଦୀର୍ଘ ନଅ ମାସ ପରେ ଆଜି ଠାରୁ ଖୋଲିଛି ବିଦ୍ୟାଳୟ । ବିଦ୍ୟାଳୟରେ କେବଳ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିଛି । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଆଜି ପିଲାଙ୍କୁ ସାନିଟାଇଜ କରାଯିବା ପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ରୁମ ଭିତରକୁ ପ୍ରବେଶ କରାଯାଇଛି । ସେହିପରି ଶ୍ରେଣୀ ଗୃହ ଭିତରେ ସାମାଜିକ ଦୂରତା ରଖାଯାଇଥିବା ଦେଖିବାକୁ ମିଳିଛି ।

Last Updated : Jan 13, 2021, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.