ଖୋର୍ଦ୍ଧା: ମହାମାରୀ କୋରୋନା ସମୟରେ ମୃତଦେହ ସତ୍କାର ପାଇଁ ଉପୁଜୁଥିବା କାଠ ସମସ୍ୟାକୁ ହୃଦବୋଧ କରି ଲୋକାର୍ପିତ ହୋଇଛି 'ସତ୍କାର' କାର୍ଯ୍ୟକ୍ରମ । ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମୃତଦେହ ସତ୍କାର ପାଇଁ ମାଗଣାରେ କାଠ ଯୋଗାଇ ଦେବାକୁ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ପ୍ରଥମକରି ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଏସପି ଅଜୟ ପ୍ରତାପ ସ୍ବାଇଁ ଏବଂ ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ ଲୋକାର୍ପିତ କରିଛନ୍ତି । ଓଡ଼ିଶାରେ ଏହା ପ୍ରଥମ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମଣିଷ ଏହି ଦୁନିଆ ଛାଡି ଚାଲିଗଲା ପରେ ମୃତଦେହର ଅନ୍ତିମ ସଂସ୍କାର ପାଇଁ କାଠ ଲୋଡ଼ା ପଡିଥାଏ। କୋରୋନା ସମୟରେ କାଠର ଅଭାବ ସମସ୍ତେ ହୃଦୟଙ୍ଗମ କରିଥିଲେ। ଏପରିକି ଅନେକ ମୃତଦେହ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ସତ୍କାର ହୋଇପାରି ନଥିଲା । ଯାହାକୁ ଦୃଷ୍ଟିରେ ରଖି ଏଭଳି 'ସତ୍କାର' କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ