ETV Bharat / state

ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥା ପାଚେରୀ ଭାଙ୍ଗିଲା ପ୍ରଶାସନ

ସାରୁଅ ଜମି କେଳେଙ୍କାରୀ ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥା ପାଚେରୀକୁ ଭାଙ୍ଗିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Oct 15, 2020, 9:32 AM IST

ସାରୁଅ ଜମି କେଳେଙ୍କାରୀ ମାମଲା
ସାରୁଅ ଜମି କେଳେଙ୍କାରୀ ମାମଲା

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଜି ବୁଲିଲା ବୁଲଡୋଜର । ଗତକାଲି ରାଜ୍ୟ ସରକାର ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଚ୍ଛେଦ ପ୍ରକ୍ରିୟା ।

ସାରୁଅ ଜମି କେଳେଙ୍କାରୀ ମାମଲା

ପ୍ଲଟ ନମ୍ବର 1841ରେ ଘରୋଇ ଗଣମାଧ୍ୟମ ସଂସ୍ଥା ବୁଲାଇଥିବା ପାଚେରୀକୁ ଭାଙ୍ଗିଛି ପ୍ରଶାସନ। ପ୍ରାକୃତିକ ଜଳସ୍ରୋତକୁ ଅବରୋଧ ମୁକ୍ତ କରିବା ପାଇଁ ଏ ଉଚ୍ଛେଦ ଜାରି ରହିଥିବା ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ କହିଛନ୍ତି ।

ସୂଚନାଥାଉକି, ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ଓ ତାଙ୍କ ବାପା, ଭାଇଙ୍କ ବିରୋଧରେ ଜମିକୁ ବାଟ ଓଗାଳିବା, ପାଣି ନ ଛାଡିବା ଏବଂ ଗାଳି ଗୁଲଜ କରିଥିବା ନେଇ ବାଘମାରି ଥାନାରେ ଅଭିଯୋଗ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.