ଖୋର୍ଦ୍ଧା: ଷଷ୍ଠ ଦିନରେ ପହଞ୍ଚିଛି ସାରୁଅ ଠିକା ଶ୍ରମିକଙ୍କ ଧାରଣା । ଦିନ ରାତି ଧରି ଧାରଣାରେ ବସି ରହିଥିଲେ ମଧ୍ୟ ସେମାନଙ୍କ ଅସୁବିଧା ସଂପର୍କରେ ବୁଝିବାକୁ କେହି ଆସି ନାହାନ୍ତି । ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଠିକା ଶ୍ରମିକମାନେ କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଠିକା ଶ୍ରମିକମାନେ ସାରୁଅଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ସମ୍ମୁଖରେ 6 ଦିନ ଧରି ଧାରଣାରେ ବସିଛନ୍ତି । ଦିନ ରାତିକୁ ଖାତିର ନକରି ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସେମାନେ ପଣ କରିଛନ୍ତି । ତେବେ ସରକାରଙ୍କ ନିକଟରେ ସେମାନଙ୍କ ଦାବିଗୁଡିକ ହେଉଛି ସ୍ଥାୟୀ ନିଯୁକ୍ତି, ଇଏସଆଇ, ଲାଇଫ ଇନସୁରାନ୍ସ ଓ ସରକାରୀ ନୀତି ନିୟମ ଅନୁଯାୟୀ ଠିକା ଶ୍ରମିକଙ୍କ ପାଇଁ କରାଯାଇଥିବା ସମସ୍ତ ସୁବିଧା ସୁଯୋଗଗୁଡିକ ଯୋଗାଇ ଦିଆଯାଉ ।
ଠିକା ମହିଳା ଓ ପୁରୁଷ ଶ୍ରମିକମାନେ ତମ୍ବୁ ତଳେ ଦିନର ତାତି ଓ ରାତିର ଶୀତକୁ ଖାତିର ନକରି 6 ଦିନ ଧରି ଧାରଣାରେ ବସି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଂସ୍ଥାର କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା ପାଇଁ ଆସିନଥିବା ବେଳେ ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକ ମାନେ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ