ନିଆଳି: ରାଜ୍ୟରେ ଧୀରେଧୀରେ ବର୍ଷାର ପରିମାଣ ସହ କମୁଛି ବନ୍ୟାଜଳ ସ୍ତର । ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି । ଚଳିତ ବର୍ଷ ବନ୍ୟା ଯୋଗୁଁ ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି(flood in Pampalo) । (pampalo panchayat flood affected) । ଏହି ସମୟରେ ନିଜସ୍ବ ଉଦ୍ୟମରେ ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି ପମ୍ପାଲୋ ପଞ୍ଚାୟତ ସରପଞ୍ଚ ବାହନ ଭୋଇ ।
ପଞ୍ଚାୟତର ୧୪ଟି ଗ୍ରାମର ହଜାର ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏନେଇ ଚାଷୀ ଚିନ୍ତାରେ ରହିଛନ୍ତି । ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଏନେଇ ପମ୍ପାଲୋ ପଞ୍ଚାୟତ ସରପଞ୍ଚ ବାହନ ଭୋଇ ନିଜସ୍ବ ଉଦ୍ୟମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀଙ୍କୁ ଅନୁରୋଧ କରି ଓ ନିଜସ୍ବ ପ୍ରଚେଷ୍ଟାରେ ରନ୍ଧାଖାଦ୍ୟ ଯୋଗାଇ ଦେବା ସହିତ ରାସନ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି ।
ରବିବାର ନବାଟି, ଦରଡ଼ା, ବିଶୁଳି ସାହି, ଦନାପଡ଼ା ଓ ଡେଙ୍ଗ ଗ୍ରାମରେ ରନ୍ଧାଖାଦ୍ୟ ସହ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ସରପଞ୍ଚ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ରାଉତ, ସମାଜସେବୀ ବିଦ୍ୟା ଭୂଷଣ ଭୋଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହାକୁ ନେଇ ବନ୍ୟାବିପନ୍ନ ସରପଞ୍ଚଙ୍କୁ ପ୍ରଶଂସାରେ ପୋତିଛନ୍ତି ।
ଇଟିଭି ଭାରତ, ନିଆଳି