ETV Bharat / state

ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇବ ସରପଞ୍ଚ ମହାସଂଘ, ଦାବି ନଶୁଣିଲେ ୨୨ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ଆନ୍ଦୋଳନକୁ ଓହ୍ଲାଇବା ସରପଞ୍ଚ ମହାସଂଘ । ସମସ୍ତ ଜିଲ୍ଲାର ସରପଞ୍ଚ ଆସନ୍ତା ୧୫ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛି ରାଜ୍ୟ ସରପଞ୍ଚ ମହାସଂଘ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 14, 2023, 7:23 AM IST

ସରପଞ୍ଚ ମହାସଂଘ
ସରପଞ୍ଚ ମହାସଂଘ
ସରପଞ୍ଚ ମହାସଂଘ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇବା ସରପଞ୍ଚ ମହାସଂଘ । ଦୀର୍ଘଦିନ ଧରି ରାଜ୍ୟ ରାଜ୍ୟ ସରପଞ୍ଚ ମହାସଂଘ ସରପଞ୍ଚ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ଜାଣିଇ ଆସୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ସେମାଙ୍କ ସମସ୍ୟାକୁ ନେଇ ଅତିଷ୍ଠ ହେବା ସହ ସମସ୍ତ ଜିଲ୍ଲାର ସରପଞ୍ଚ ଆସନ୍ତା ୧୫ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛି ରାଜ୍ୟ ସରପଞ୍ଚ ମହାସଂଘ ।

ତେବେ ସେମାନଙ୍କ ଦାବି ଅନୁସାରେ, ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମାଞ୍ଚଳକୁ ସୁଦୃଢ କରିବା ପାଇଁ ୭୩ ତମ ଅଧିନିୟମ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶ ମାଧ୍ୟମରେ ଗ୍ରାମପଞ୍ଚାୟତର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ଏହାସହ ସରକାରୀ ଅଫିସରମାନଙ୍କ ଦ୍ୱାରା ଲୋକପ୍ରତିନିଧିଙ୍କ କ୍ଷମତାକୁ ଛଡାଇ ନିଆଯାଉଛି । ଏହାଦ୍ୱାରା ସରପଞ୍ଚମାନଙ୍କୁ ଗ୍ରାମପଞ୍ଚାୟତ ଭୋଟରମାନେ ସିଧାସଳଖ ଭାବରେ ନିର୍ବାଚିତ କରୁଥିବା ବେଳେ ସେମାନଙ୍କ ସମସ୍ୟାକୁ ସେମାନେ ସିଧାସଳଖ ସମାଧାନ କରିପାରୁନାହାଁନ୍ତି । ଏପରିକି ପଞ୍ଚାୟତରାଜ ବ୍ୟବସ୍ଥା ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପଞ୍ଚାୟତକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ପଞ୍ଚାୟତ ଉନ୍ନୟନର କୌଣସି କାର୍ଯ୍ୟରେ ଲଗାଇପାରୁନାହାନ୍ତି । କାରଣ ଏଥିରେ ବିଡ଼ିଓଙ୍କର କାଉଣ୍ଟର ଦସ୍ତଖତ ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ...12 ଦଫା ଦାବି ନେଇ ଗଜପତି ଜିଲ୍ଲା ସରପଞ୍ଚ ମହାସଂଘର ଶୋଭାଯାତ୍ରା

ଖାଲି ସେତିକି ନୁହେଁ, ପଲ୍ଲିସଭା ଓ ଗ୍ରାମସଭାରେ ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟ ଆଲୋଚନା ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହାକୁ ଗୁରୁତ୍ୱ ଦିଆଯାଉନାହିଁ । ବିଶେଷ ଭବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଗ୍ରାମସଭାରେ ପାରିତ ହେଉନାହିଁ । ତେଣୁ ସରପଞ୍ଚମାନେ ସେମାନଙ୍କର କ୍ଷମତାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ସରପଞ୍ଚମାନେ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ସେମାନଙ୍କ ଦାବି ଗୁଡିକୁ ଧ୍ୟାନ ଦେବା ସହ ଅଫିସରମାନଙ୍କ ହସ୍ତକ୍ଷେପକୁ ହଟାଇ ସରପଞ୍ଚମାନଙ୍କୁ ଦିଆଯାଇଥିବା କ୍ଷମତାର ଉପଯୋଗ ପାଇଁ ଆଦେଶ ଦେବା ପାଇଁ ଦାବି କରିଛନ୍ତି ।

ତେବେ ଦାବି ମୁତାବିକ, ପଞ୍ଚାୟତର ଅର୍ଥ ବ୍ୟୟ କ୍ଷେତ୍ରରେ ବିଡ଼ିଓଙ୍କ କଉଣ୍ଟର ଦସ୍ତଖତ ହଟାଯାଉ, ପଲ୍ଲିସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଉ, ୱାର୍ଡ ସଭ୍ୟ ଓ ସଭ୍ୟଙ୍କ ଦ୍ୱାରା କରଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରଯାଉ, ବସୁଧା ଯୋଜନା ଏବଂ ରାସ୍ତା ଆଲୋକୀକରଣରେ ଆସୁଥିବା ବିଦ୍ୟୁତ ବିଲକୁ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଉ, ସରପଞ୍ଚମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ଓ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ଦିଆ ବୋଲି ଦାବି କରିଛନ୍ତି । ତେବେ ଏହି ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କୁ ଜଣାଇବେ । ଯଦି ସରକାର ନଶୁଣନ୍ତି କିମ୍ବା ଏନେଇ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ୨୨ ତାରିଖରେ ବିଧାନସଭା ସମ୍ମୁଖର ଅନିର୍ଦ୍ଦିଷ୍ଟ କାଳ ପାଇଁ ୩୦ ଜିଲ୍ଲାର ସରପଞ୍ଚମାନେ ଧାରଣାରେ ବସିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.