ETV Bharat / state

ଭୁବନେଶ୍ୱରରେ ପହଞ୍ଚିଲା ସଂଯୁକ୍ତ କିଷାନ ମୋର୍ଚ୍ଚାର କୃଷକ ଯାତ୍ରା ରଥ - ଭୁବନେଶ୍ବରରେ ପହଞ୍ଚିଛି କୃଷକ ଯାତ୍ରା ରଥ

୧୦ ଦଫା ଦାବିରେ ଭାରତ ପରିକ୍ରମା କରୁଛି ସଂଯୁକ୍ତ କିଷାନ ମୋର୍ଚ୍ଚା । କନ୍ୟାକୁମାରୀରୁ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ କୃଷକ ଯାତ୍ରା ରଥ ଭୁବନେଶ୍ବରରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

୧୦ ଦଫା ଦାବିରେ ଭାରତ ପରିକ୍ରମା କରୁଛି ସଂଯୁକ୍ତ କିଷାନ ମୋର୍ଚ୍ଚା

author img

By

Published : Mar 10, 2023, 7:53 AM IST

୧୦ ଦଫା ଦାବିରେ ଭାରତ ପରିକ୍ରମା କରୁଛି ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କନ୍ୟାକୁମାରୀରୁ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ କୃଷକ ଯାତ୍ରା ରଥ ଭୁବନେଶ୍ବରରେ ପହଞ୍ଚିଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର MSP ବୃଦ୍ଧି ଓ କୃଷିର ସାମଗ୍ରିକ ବିକାଶକୁ ନେଇ ୧୦ ଦଫା ଦାବିରେ ଭାରତ ପରିକ୍ରମା କରୁଛି । ମାର୍ଚ୍ଚ ୨ ତାରିଖରେ କନ୍ୟାକୁମାରୀରୁ ବାହାରି ଥିବା ଏହି ରଥ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟ ପରିକ୍ରମା କରି ୨୦ ତାରିଖରେ ଦିଲ୍ଲୀରେ ପହଞ୍ଚିବାର ଲକ୍ଷ୍ୟ ରଖିଛି ।

୨୦ ହଜାର ଚାଷୀଙ୍କ ସମାବେଶ ସହ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଏହି ଅଭିଯାନରେ ସାମିଲ ହୋଇଥିବା କୃଷକ ନେତାମାନେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭେଟିଛନ୍ତି । କୃଷକଙ୍କ ସ୍ବାର୍ଥ ପାଇଁ ଲଢ଼ୁଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ମାଗିବା ସହ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ଭାବ ସମ୍ପର୍କରେ ଆଲୋଚନା କରିଛନ୍ତି । ଚାଷୀଙ୍କ ନେତୃମଣ୍ଡଳୀଙ୍କୁ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭବ୍ୟ ସ୍ବାଗତ କରିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଷୀନେତା ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି । ଏହାସହ ମିଲେଟକୁ ରାଜ୍ୟ ସରକାର ପ୍ରତ୍ସାହନ ଦେଉଥିବା ବେଳେ ସବୁ ରାଜ୍ୟରେ ଚାଷୀମାନେ ଏହି ଲାଭଦାୟକ ଚାଷ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । କେନ୍ଦ୍ର ବଜେଟରେ କୃଷି ପାଇଁ ଅର୍ଥ ହ୍ରାସ କରାଯାଇଥିବା ବେଳେ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରାଯାଇନାହିଁ । ଚଳିତ ରାଜ୍ୟ ବଜେଟରେ ପୂର୍ବ ବର୍ଷ ଅପେକ୍ଷା ଶତକଡା ୨୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି ।

ହେଲେ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପାଇଁ କେତେ ଦରଦ ଅଛି ତାହା କେନ୍ଦ୍ର ବଜେଟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆହୁରି ମଧ୍ୟ କୃଷିମନ୍ତ୍ରୀ କହିଛନ୍ତି ଯେ ମହିଳା କୃଷକମାନଙ୍କୁ ବା ଏସଏଚଜି ମହିଳାମାନଙ୍କୁ ଆମ ରାଜ୍ୟ ସ୍ୱାବଲମ୍ବୀ ହେବ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛି । ଅନ୍ୟ ରାଜ୍ୟ ବି ଚାଷ କ୍ଷେତ୍ରରେ ମହିଳାଙ୍କ ଆଗ୍ରାଧିକାର ଦେବା ପାଇଁ କହିଛନ୍ତି କୃଷିମନ୍ତ୍ରୀ । କେରଳ ତାମିଲନାଡୁ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ପାଇବା ପରେ ଓଡିଶା ସରକାରଙ୍କ ସମର୍ଥନ ପାଇଁ ଆସିଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.