ETV Bharat / state

ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା

author img

By ETV Bharat Odisha Team

Published : Dec 11, 2023, 2:10 PM IST

Sanitary Workers Protest in Bhubaneswar: ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୁଦ୍ଧରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ। ଅଧିକ ପଢନ୍ତୁ

cleaning workers protest
cleaning workers protest
cleaning workers protest

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୁଦ୍ଧରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ତେବେ ଠିକା ସଂସ୍ଥାର ବେଆଇନ୍ ଭାବରେ ୧୦ ହଜାର ଟଙ୍କା ଆଦାୟ ସାଙ୍ଗକୁ ଶ୍ରମିକ ଛଟେଇକୁ ନେଇ ବିରୋଧ କରାଯାଇଛି ।

ତେବେ ଏହି ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଆଜି ସକାଳୁ ଏମ୍ସ ହସ୍ପିଟାଲ ପରିସରରେ ସଫେଇ କାମ ବନ୍ଦ କରି ଆନ୍ଦୋଳନ କରିଛନ୍ତି କର୍ମଚାରୀ । ଏଥିସହ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନିଆଯିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହସ୍ପିଟାଲ ପରିସର ଭିତରେ ସଫେଇ କାମ ବନ୍ଦ ରହିବ ବୋଲି ଧମକ ଦେଇଛନ୍ତି ସଫେଇ କର୍ମଚାରୀ ।

ଏମ୍ସରେ ଠିକା ସଂସ୍ଥା ଏବଂ ଠିକା କର୍ମଚାରୀଙ୍କ ବିବାଦ ଥମିବାର ନାଁ ନେଉ ନାହିଁ । ଅନେକ ସମୟରେ ମାମଲା ଥାନାକୁ ଯାଉଛି । ଯାହାକୁ ନେଇ ଅନେକ ସମୟରେ ଏମ୍ସରେ ଠିକା କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି। ତେବେ ଏମ୍ସର ଠିକା ସଂସ୍ଥା ପକ୍ଷରୁ ଠିକା କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କା ମଗାଯାଉଥିବା ନେଇ କିଛି ମାସ ହେଲା ଅଭିଯୋଗ ହୋଇ ଆସୁଛି। ଏପରିକି ଯେଉଁ କର୍ମଚାରୀମାନେ ଟଙ୍କା ଦେଉ ନାହାନ୍ତି ସେମାନଙ୍କୁ ଡ୍ୟୁଟି ମଧ୍ୟ ଦିଆଯାଉନଥିବା ବାରମ୍ବାର ଅଭିଯୋଗ ହେଉଛି। ହେଲେ ଏନେଇ ବାରମ୍ବାର ଆନ୍ଦୋଳନ ହେବା ସତ୍ତ୍ବେ କୌଣସି ସମାଧାନ ନ ହେବାରୁ ପୁଣିଥରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏଥିସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ - ଫିଟୁନି ସମାଧାନ ବାଟ, ଆନ୍ଦୋଳନରେ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ
ସେହିପରି ଗତ ଦୁଇମାସ ପୂର୍ବେ ନୂଆ ସଂସ୍ଥାକୁ ବିରୋଧ କରି ଆନ୍ଦୋଳନ କରିଥିଲେ କ୍ୟାପିଟାଲ ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ସଫେଇ କାର୍ଯ୍ୟ ବନ୍ଦ ଯୋଗୁଁ ବାଧା ପ୍ରାପ୍ତ ହୋଇଥିଲା କ୍ୟାପିଟାଲ ସଫେଇ କାର୍ଯ୍ୟ । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ପରିମଳ ସ୍ଥିତି ବିଗିଡି ଥିବାବେଳେ ଉଦବେଗ ପ୍ରକାଶ କରିଥିଲେ ହସ୍ପିଟାଲକୁ ଆସିଥିବା ରୋଗୀ। କ୍ୟାପିଟାଲ ହସ୍ପିଟାଲ ରାଜ୍ୟ ରାଜଧାନୀର ମୁଖ୍ୟ ଚିକିତ୍ସାଳୟ ହୋଇଥିବା ବେଳେ ସେଠାକୁ ଦୈନିକ ସହ ସହ ରୋଗୀ ଆସିଥାନ୍ତି । ରୋଗୀ ସଂଖ୍ୟାକୁ ନେଇ ହସ୍ପିଟାଲ ପରିସର ସର୍ବଦା ଭିଡ଼ ଲାଗି ରହୁଥିବା ବେଳେ ଅଳିଆ ନଉଠିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.