ETV Bharat / state

ସଞ୍ଜୟ ସିଂଙ୍କ ଗିରଫଦାରୀ ପ୍ରସଙ୍ଗରେ ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି AAP: ସମ୍ବିତ - ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସଂଞ୍ଜୟ ସିଂଙ୍କ ଗିରଫଦାରୀ ପ୍ରସଙ୍ଗରେ AAP ଉପରେ ବର୍ଷିଲେ ସମ୍ବିତ । ପଞ୍ଜାବ ବିଧାୟକଙ୍କ ଗିରଫଦାରୀ ସ୍ମରଣ କରାଇ କହିଲେ ଏହା ଆପର ଡବଲ ଷ୍ଟାଣ୍ଡାର୍ଡ । ଅଧିକ ପଢନ୍ତୁ

ସଂଞ୍ଜୟ ସିଂଙ୍କ ଗିରଫଦାରୀ ପ୍ରସଙ୍ଗରେ ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି AAP: ସମ୍ବିତ

author img

By ETV Bharat Odisha Team

Published : Oct 5, 2023, 4:20 PM IST

ସଂଞ୍ଜୟ ସିଂଙ୍କ ଗିରଫଦାରୀ ପ୍ରସଙ୍ଗରେ ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି AAP: ସମ୍ବିତ

ଭୁବନେଶ୍ବର: ଆମ ଆଦମୀ ପାର୍ଟି (AAP)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗତକାଲି ଅବକାରୀ ନୀତି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ତେବେ ଏହା ପରେ ଏହାକୁ ନେଇ ରାଜନୀତି ଜାରି ରହିଛି । ଆପ ସମେତ ବହୁ ବିରୋଧୀ ଦଳ ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହୁଛନ୍ତି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଆପକୁ ପଞ୍ଜାବରେ କଂଗ୍ରେସ ବିଧାୟକଙ୍କ ବିରୋଧରେ ଡ୍ରଗ୍ସ ମାମଲାର କାର୍ଯ୍ୟାନୁଷ୍ଠାନ କଥା ସ୍ମରଣ କରାଇ ଟାର୍ଗେଟ କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ଡବଲ ଷ୍ଟାଣ୍ଡାର୍ଡ ଅନୁସରଣ କରୁଛି ବୋଲି ସମ୍ବିତ କହିଛନ୍ତି ।

ଆଜି ଭୁବନେଶ୍ବରରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରି ସମ୍ବିତ କହିଛନ୍ତି,‘‘ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିବା ପରେ ଏହାକୁ ନେଇ ଆମ ଆଦମୀ ପାର୍ଟି ଯେପରି ରାଜନୀତି କରୁଛି ଦେଶ ଦେଖୁଛି । ଏହା ହେଉଛି ଆମ ଆଦମୀ ପାର୍ଟିର ଚରିତ୍ର । ଘୋଟାଲା କରୁଛନ୍ତି ଧରାପଡ଼ି ଗଲେ ରାଜନୀତି ଆରମ୍ଭ କରୁଛନ୍ତି । ଯେତେବେଳେ ପଞ୍ଜାବରେ କଂଗ୍ରେସ ବିଧାୟକଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଗଲା, ସେତେବେଳେ ଆପ ପ୍ରେସମିଟ୍ କରି କହିଥିଲା ‘ଆଇନ ତା ବାଟରେ ଯିବ’ । ହେଲେ ନିଜ ଦଳୀୟ ସାଂସଦ ଗିରଫ ହେବା ବେଳେ କହୁଛନ୍ତି ଆଇନ ତା ବାଟରେ ଯାଉନାହିଁ । ଏଇଟା ଆପର ଡବଲ ଷ୍ଟାଣ୍ଡାର୍ଡ ।’’

ସମ୍ବିତ ଅଭିଯୋଗ ଆଣିଛନ୍ତି, 2022ରେ ଅବକାରୀ ନୀତି ଦୁର୍ନୀତି ସିବିଆଇ ଏକ ମାମଲା ରୁଜୁ କରିଥିଲା । ପୁରା ମାମଲାରେ ମନି ଲଣ୍ଡ୍ରିଂ ହୋଇଛି । ନିୟମ ଅଛି, ମନି ଲଣ୍ଡ୍ରିଂ ମାମଲା ସାମ୍ନାକୁ ଆସିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରେ । ଏହି ମାମଲାରେ ମନିଷ ସିସୋଦିଆ ଜେଲ ଯାଇଛନ୍ତି । କିଛି ବ୍ୟବସାୟୀ ଏହି ମାମଲାରେ ମଧ୍ୟ ଜେଲ ଯାଇଛନ୍ତି । ଦିନେଶ ଆରୋରା ଜଣେ ବ୍ୟବସାୟୀ ବି ସାମିଲ ଥିଲେ । 2020 ଦିଲ୍ଲୀ ନିର୍ବାଚନ ସମୟରେ ବହୁତ ଅର୍ଥ ଦରକାର ବୋଲି ସଞ୍ଜୟ ସିଂହ ଫୋନ କରି କହିଥିବା ବ୍ୟବସାୟୀ କହିଥିଲେ । ମାତ୍ର ଏହି କାର୍ଯ୍ୟାନୁଷ୍ଠାନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହୁଛନ୍ତି ପ୍ରଧାନମନ୍ତ୍ରୀ ଡରିଗଲେ ।

ଏହା ମଧ୍ୟ ପଢନ୍ତ:-Delhi Liquor Policy Case: AAP ସାଂସଦ ସଂଞ୍ଜୟ ସିଂଙ୍କୁ ଗିରଫ କଲା ED

ଗତକାଲି ସଞ୍ଜୟଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ ନେତା ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.