ETV Bharat / state

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲା, ଅବମାନନା ମାମଲା ଜାରି ରହିବ କହିଲେ ସୁପ୍ରିମକୋର୍ଟ - supreme court on Sambalpur court vandalism case

ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅବମାନନା ମାମଲା ଜାରି ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Sambalpur court vandalism case
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲା
author img

By

Published : Feb 6, 2023, 1:56 PM IST

Updated : Feb 6, 2023, 2:08 PM IST

ଭୁବନେଶ୍ବର: ଓଡିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ସଂଘ ସମ୍ବଲପୁରରେ ଆନ୍ଦୋଳନ କରିଥିଲେ । ଭଙ୍ଗାରୁଜା କରିବା ସହିତ ସ୍ଥିତି ଗମ୍ଭୀର ହୋଇଥିଲା । କିଛି ଓକିଲ ଗିରଫ ହୋଇଥିଲେ । ଏହି ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲା ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଅବମାନନା ମାମଲା ଜାରି ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଜାମିନ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏପ୍ରିଲ 17 ତାରିଖରେ ମାମଲା ପରବର୍ତ୍ତୀ ଶୁଣାଣି ହେବ ।

ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ କରିଛନ୍ତି ଯେ, କୋଭିଡ ସମୟରୁ ଭର୍ଚୁଆଲ ମାଧ୍ୟମରେ ଶୁଣାଣି ପାଇଁ ପ୍ରତ୍ୟେକ କୋର୍ଟରେ ଭିତ୍ତିଭୂମି ବିକାଶ ହୋଇଛି । କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଭିତ୍ତିଭୂମି ପାଇଁ ଅନୁଦାନ ଖର୍ଚ୍ଚ ହୋଇଛି ।

ବର୍ତ୍ତମାନ ମଧ୍ୟ ଭର୍ଚୁଆଲ ଶୁଣାଣିରେ ବୈଷୟିକ ବିକାଶ ପାଇଁ ବଜେଟ ଧାର୍ଯ୍ୟ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ଭର୍ଚୁଆଲ ଶୁଣାଣି ବେଳେ ବୈଷୟିକ ସମସ୍ୟା ନେଇ କୋର୍ଟ ଅବଗତ ହୋଇଥିଲେ । ଏଭଳି ଭିତ୍ତିଭୂମିରେ ଖର୍ଚ୍ଚ ହୋଇଥିବା ଅନୁଦାନକୁ ବ୍ୟର୍ଥରେ ଯିବାକୁ ଦିଆଯାଇ ପାରିବ ନାହିଁ । ଏଣୁ ଆମେ ସମସ୍ତ ରାଜ୍ୟ ତଥା ହାଇକୋର୍ଟ ଟ୍ରିବ୍ୟୁନାଲକୁ ନିବେଦନ କରୁଛୁ ଯେ ଏଭଳି ଏକ ଭିତ୍ତିଭୂମିର ବ୍ୟବହାର କରନ୍ତୁ ଯାହା ଦ୍ବାରା ଓକିଲମାନେ ସମସ୍ତ ଶୁଣାଣିରେ ଉପସ୍ଥିତ ରହି କୋର୍ଟଙ୍କ ନିକଟରେ ସେମାନଙ୍କ ତଥ୍ୟ ଉପସ୍ଥାପନ କରିପାରିବେ ।

ସର୍ବୋଚ୍ଚ ନ୍ୟାୟଳୟ ଏହା ସ୍ପଷ୍ଟ କରିଛନ୍ତି ଯେ, କୌଣସି ଓକିଲ ବା ଆଇନଜୀବୀଙ୍କୁ ବିଶେଷ ଅଧିକାର ପ୍ରଦାନ କରାଯିବା ପ୍ରାବଧାନ ନାହିଁ । ଓକିଲମାନେ ଯେଉଁ ଅବମାନନା କରିଛନ୍ତି ତାହ ଆଦୌ ଗ୍ରହଣୀୟ ନୁହେଁ । ବର୍ତ୍ତମାନ ସୁଦ୍ଧା ଓକିଲମାନେ ଅନୁତାପ କରି ପାରିନାହାନ୍ତି । କୋର୍ଟଙ୍କ ଦ୍ବାରା କାର୍ଯ୍ୟନୁଷ୍ଠାନ ସେମାନଙ୍କ ଉପରେ ଭାରି ପଡିବା ପରେ କେବଳ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

ପ୍ରକାଶ ଥାଉ କି, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଓକିଲ ସଂଘ ଆନ୍ଦୋଳନ କରିଥିଲେ । ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ବର୍ତ୍ତମାନ ସ୍ବାଭାବିକ ହୋଇଛି । ଜାନୁଆରୀ 3 ତାରିଖରୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓକିଲ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ସମୟରେ ଆନ୍ଦୋଳନକାରୀ ଜଜଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା । ଏହାପରେ କୋର୍ଟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଲଗା ଯାଇଥିଲା । 11 ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା । ଗତବର୍ଷ ଡିସେମ୍ବର 12 ତାରିଖରୁ କୋର୍ଟ କଚେରୀରେ ଓକିଲ ଯୋଗ ଦେଉ ନଥିବାରୁ ନ୍ୟାୟିକ ଅଚଳାବସ୍ଥା ଜାରି ଥିଲା । ମାତ୍ର ଏବେ ତାହା ସ୍ବାଭାବିକ ହୋଇଛି ।

Last Updated : Feb 6, 2023, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.