ଭୁବନେଶ୍ବର: ସାମନ୍ତରାପୁର ହତ୍ୟାକାଣ୍ଡର ହଟିଲା ସସପେନ୍ସ । ମାଓ ଇଲାକା ତୁମୁଡିବନ୍ଧରୁ ଧରାପଡିଲେ ଅଭିଯୁକ୍ତ । ଶମ୍ଭୁକୁ ହତ୍ୟା ପାଇଁ ନେଇଥିଲେ ସୁପାରିକିଲର । ଅକ୍ଟୋବର ୪ ଲିଙ୍ଗରାଜ ଥାନା ସାମନ୍ତରାପୁର ଛକରେ ହତ୍ୟାପରେ ଫେରାର ଥିଲେ ଅଭିଯୁକ୍ତ । ୫୦ ହଜାର ଟଙ୍କାରେ ସୁପାରି ଛିଣ୍ଡାଇଥିଲେ ଅଭିଯୁକ୍ତ । ୧୦ ହଜାର ଆଡ଼ଭାନ୍ସ ପରେ ବାକି ମର୍ଡ଼ର ପରେ ଥିଲା ଡିଲ୍ । ହେଲେ ହତ୍ୟା ପରେ ପ୍ରଥମେ ହତ୍ୟାରେ ବ୍ୟବହୃତ ବାଇକରେ ପୁରୀ ଓ ପରେ ସ୍କୁଟି ଜରିଆରେ ପଳାଇଥିଲେ ତୁମୁଡିବନ୍ଧ ।
ତେବେ ସ୍କାନରରେ ଥିବା ଶ୍ରୀତିଷକୁ ୪୦ ହଜାର ପଠାଇବା ପାଇଁ ଯୋଜନାବେଳେ ମିଳିଥିଲା ସୁରାକ । ତୁମୁଡିବନ୍ଧରେ ଲୁଚାଇ ରଖିଥିବା ଅଭିଜିତ ସାହୁଙ୍କ ସହ ଗିରଫ ହେଲେ ସିସିଟିଭରେ ଥିବା ଶ୍ରୀତିଷ ବିଶ୍ବାଳ ଓ ଅଭିନାଷ ମହାନ୍ତି । ବଳରାମ ସୁଇଟସ ସାମ୍ନାରେ ଶମ୍ଭୁର ମିଠା ଦୋକାନ ହେଲା ବିବାଦ। ବେପାର ମାନ୍ଦାରୁ ଉପୁଜିଲା ଶତୃତା ସହ ରାଜ ବେହେରା ରଚିଥିଲା ଷଡ଼ଯନ୍ତ୍ର ।
ନିଜର ପରିବାର ସହମତିରେ ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ କରିଥିଲା ପ୍ରସ୍ତୁତ । ଏନେଇ ରାଜ ପରିବାର ସହ ମୋଟ ୮ଜଣ ଗିରଫ ହୋଇଛନ୍ତି । ହତ୍ୟା ପାଇଁ ରାଜଧାନୀରେ ସୁପାରିକିଲର ଟ୍ରେଣ୍ଡ ସତେ ଯେପରି କମିସନରେଟ ପୋଲିସ ପ୍ରତି ଆଉ ନାହିଁ ଅପରାଧିଙ୍କ ଭୟ । ଯାହାର ଜ୍ବଳନ୍ତ ଉଦାହରଣ ଥିଲା ବିଚ ରାସ୍ତାରେ ସାମନ୍ତରାପୁର ହତ୍ୟାକାଣ୍ଡ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ