ETV Bharat / state

ରିଲିଜ୍ ହେଲା 'ସଲାର', ପ୍ରଭାସଙ୍କ ସଫଳତା ପାଇଁ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Dec 22, 2023, 11:02 PM IST

Salaar Release Highlights: ଫିଲ୍ମ ଫ୍ରାଇଡରେ ରିଲିଜ୍ ହେଲା ରିବେଲ ଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର'। ପ୍ରଭାସଙ୍କ ସଫଳତା ପାଇଁ ଭୁବନେଶ୍ବରରେ ପୂଜାର୍ଚ୍ଚନା କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

ପ୍ରଭାସଙ୍କ ସଫଳତା ପାଇଁ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଫିଲ୍ମ ଫ୍ରାଇଡରେ ରିଲିଜ୍ ହେଲା ରିବେଲ ଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' । ସକାଳ ୫ଟାରୁ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସିନେମା ହଲରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିଛନ୍ତି ଫ୍ୟାନ୍ସ । କିଏ କେକ୍ କାଟି ଖୁସି ମନାଉଛି ତ ଆଉ କିଏ କ୍ଷୀର ଆଉ ଫୁଲରେ ଅଭିଷେକ କରିଛି । ତେବେ ରାଜଧାନୀ ଭୁବନେଶ୍ୱରର ସ୍ଵାତୀ ହଲରେ ଦେଖିବାକୁ ମିଳିଥିଲା ପ୍ରଭାସଙ୍କ ପାଇଁ ଅଭିଷେକ। ଭୁବନେଶ୍ୱରରେ ଥିବା ତାଙ୍କର ଫ୍ୟାନ୍ସ କ୍ଲବର ସଦସ୍ୟମାନେ କ୍ଷୀର ସହ ଫୁଲ ଢାଳି ତାଙ୍କ ଫଟୋରେ ଏହି ଅଭିଷେକ କରିଛନ୍ତି ।

ଫିଲ୍ମ ନିର୍ମାତା ୨୭୦ କୋଟି ବଜେଟର ଏହି ଚଳଚ୍ଚିତ୍ରର ସଫଳତାକୁ ନେଇ ବେଶ ଆଶାବାଦୀ ଥିବାବେଳେ କେକ୍ କାଟି ପ୍ରଭାସଙ୍କ କମ ବ୍ୟାକକୁ ସ୍ୱାଗତ କରିଛନ୍ତି ଫ୍ୟାନ୍ସ । ନାଚି ଗାଇ ନାରା ଦେଇ ବେଶ ହସ ଖୁସିରେ ଦର୍ଶକମାନେ ସିନେମା ଦେଖିଥିବାବେଳେ ପ୍ରଭାସଙ୍କ ପ୍ରଶଂସାରେ ଫିଲ୍ମ ହଲ ପ୍ରକମ୍ପିତ ହୋଇଥିଲା । "ଏହି ସିନେମା ଆଜି ପ୍ରଥମ ଦିନରେ ହାଉସଫୁଲ ନୁହେଁ, ବରଂ ବ୍ଳକବସ୍ଥାର ହେବ ଓ ୫୦୦ କୋଟିରୁ ଉର୍ଦ୍ଧ୍ବ ଇନକମ୍ କରିବ" ବୋଲି କହିଛନ୍ତି ପ୍ରଶଂସକ । ସେପଟେ ଫିଲ୍ମର ସଫଳତା ପାଇଁ ଫ୍ୟାନ୍ସଙ୍କ ଏଭଳି ସେଲିବ୍ରେସନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ...ପ୍ରେକ୍ଷାଳୟ ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

ଏହା ମଧ୍ୟ ପଢନ୍ତୁ...ଫାଇଟର ୨ୟ ଗୀତ 'ଇସ୍କ ଜେସା କୁଛ' ରିଲିଜ, ହ୍ରିତିକ-ଦୀପିକାଙ୍କ ଲଭ କେମଷ୍ଟ୍ରି ଜିତିଲା ଫ୍ୟାନ୍ସଙ୍କ ମନ

ଏହା ମଧ୍ୟ ପଢନ୍ତୁ...'ସାଲାର' ସହ ରିବେଲ୍‌ ଷ୍ଟାର୍‌ଙ୍କ ଦମଦାର କମବ୍ୟାକ୍, ପ୍ରଥମ ଦିନରେ ଫିଲ୍ମ କରିବ ୧୦୦କୋଟି କଲେକ୍ସନ !

ସେପଟେ ଜବରଦସ୍ତ ଆକ୍ସନ,ଫାଇଟ, ଷ୍ଟାଇଲ ଏହି ଫିଲ୍ମରେ ରହିଥିବାବେଳେ କେଜିଏଫ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ, ଜଗପତି ବାବୁ ଏବଂ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିବାଦୀୟ ସିନେମା 'ଆଦିପୁରଷ' ପରେ 'ସଲାର' ମାଧ୍ୟମରେ ବଡ଼ ପରଦାକୁ ଫେରିଛନ୍ତି ପ୍ରଭାସ। ଏଥିରେ ଦୁଇ ବନ୍ଧୁ ପରବର୍ତ୍ତୀ ସମୟରେ କିପରି ଦୁଇ ଶତ୍ରୁ ହୋଇଯାଇଛନ୍ତି ତାର କାହାଣୀ ଦେଖିବାକୁ ମିଳିଛି। ଅନ୍ୟପଟେ ଫିଲ୍ମ ଦେଖିବା ପରେ ଫିଲ୍ମଟି ସୁପରହିଟ ହେବ ବୋଲି ଫ୍ୟାନ୍ସମାନେ ମତ ଦେଇଥିବା କହିଥିବାବେଳେ ଏହାର ପାର୍ଟ ୨ କୁ ଅପେକ୍ଷା କରିଛନ୍ତି ଦର୍ଶକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.