ଭୁବନେଶ୍ବର : ରାଜରାସ୍ତାକୁ ଓଲ୍ଲାଇଲେ ସନାତନୀ ସାଧୁସନ୍ଥ । ସୁରକ୍ଷା ଆଇନ ଦାବି ନେଇ ଲୋୟର ପିଏମଜି ଛକରେ ସନ୍ଥମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ସମୟରେ ସାଧୁସନ୍ଥଙ୍କ ଉପରେ ଅତ୍ୟାଚାର ଘଟଣା ଲୋକଲୋଚନକୁ ଆସୁଛି । କେତେକ ସମୟରେ ବିନା କାରଣରେ ସନ୍ଥମାନେ ହିଂସାର ଶିକାର ହେଉଛନ୍ତି । କେତେକ ସମୟରେ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ମଧ୍ୟ ହେଉଛି । ତେବେ ସେନେଇ ନିଜ ସୁରକ୍ଷା ଦାବିରେ ରାଜରାସ୍ତାକୁ ଓଲ୍ଲାଇଛନ୍ତି ସାଧୁବୃନ୍ଦ ।
ତେବେ ବିଭିନ୍ନ ସମୟରେ ଚାଲିଥିବା ସାଧୁସନ୍ଥଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ସମସ୍ତ ସାଧୁସନ୍ଥ ଏକାଠି ହୋଇଛନ୍ତି । ନ୍ୟାୟ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପାଖାପାଖି 50ରୁ ଅଧିକ ସାଧୁମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଛି । ତେବେ ଏନେଇ ସାଧୁସନ୍ଥ ମାନେ କହିଛନ୍ତି, ’’ଭାରତ ସନାତନୀ ଦେଶ । ତେବେ ସନାତନୀ ହିନ୍ଦୁ ବିଚାର ଉପରେ କୌଣସି ଆକ୍ରମଣ ହେଲେ କିମ୍ବା ଆଘାତ ଆସିଲେ ରାଜ୍ୟ ତଥା କେନ୍ଦ୍ର ସରକାର ଏହାର ସୁରକ୍ଷା ଦେଉ ନାହାନ୍ତି । ବିଭିନ୍ନ ସମୟରେ ବିନା କାରଣରେ ସାଧୁଙ୍କ ଉପରେ ଆକ୍ରମଣ ହେଉଥିବା ଦେଖାଯାଉଛି । ଯାହାର ସୁଯୋଗ ନେଇ ବିଦେଶୀ ବିଚାରରେ ପ୍ରଭାବିତ ଗୋଷ୍ଟି ସନାତନ ହିନ୍ଦୁ ଧର୍ମର ମାନବିନ୍ଦୁ ସାଧୁସନ୍ଥଙ୍କ ଉପରେ ଅନବରତ ଆକ୍ରମଣ କରି ଆସୁଛନ୍ତି । ’’
ଏହା ମଧ୍ୟ ପଢ଼ନ୍ତୁ.... ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବି, ରାଜଧାନୀରେ ବିଜେପିର ବିକ୍ଷୋଭ
କିଛି ସନ୍ଥମାନଙ୍କୁ ଲୋକଲୋଚନରେ ଅପମାନିତ କରିବା ସହ ତାଙ୍କ ଉପରେ ଆକ୍ରମଣ ମଧ୍ୟ ହେଉଛି । କେବଳ ଆକ୍ରମଣ ନୁହେଁ ବିଭିନ୍ନ ଷଡଯନ୍ତ୍ର ଓ ହତ୍ୟା ଘଟଣା ଯେମିତି ଏକ ସାଧାରଣ ବିଷୟ ପଲଟି ଯାଇଛି । ସେଭଳି କିଛି ଦିନ ତଳେ କୋରାପୁଟର ଦେବଘର ଅଞ୍ଚଳରେ ଜଣେ ସାଧୁଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଥିଲା । ପୂର୍ବରୁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ନିର୍ମମ ଭାବରେ ହତ୍ୟା, ମହାରସ୍ତରର ପାଳଘରଠାରେ ସ୍ଵାମୀ କଳ୍ପବୃକ୍ଷ ଗିରିଙ୍କୁ ସଡଯନ୍ତ୍ର ପୂର୍ବକ ହତ୍ୟା ଘଟଣା ଅବା କେଉଁଠି ଅଛପା । ଏଣୁ ସନାତନୀ ସାଧୁସନ୍ଥଙ୍କ ସୁରକ୍ଷା ଲାଗି ଜାତୀୟ ସ୍ତରରେ ଏକ ଶସକ୍ତ ଆଇନ ପ୍ରଣୟନ ଦାବି କରିଛନ୍ତି ଏହି ସନାତନୀ ସାଧୁସନ୍ଥ । ସେନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସହ ରାଜ୍ୟ ବିଧାନସଭା ସମ୍ମୁଖରେ ବିଭିନ୍ନ ସନାତନୀ ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ସାଧୁସନ୍ଥଙ୍କ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଏଥିରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର