ETV Bharat / state

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଠକେଇ, TC ଦେବ କହି ୪୭ ଲକ୍ଷ ଠକିଥିବା ଠକ ଗିରଫ

author img

By ETV Bharat Odisha Team

Published : Sep 16, 2023, 7:10 AM IST

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଟିସି ଦେବା ନାଁରେ ହୋଇଥିଲା ଲକ୍ଷାଧିକ ଟଙ୍କା ଠକେଇ । ଅଧିକ ପଢନ୍ତୁ

ଟିସି ଦେବା ନାଁରେ ହୋଇଥିଲା ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ବର: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଟିସି ଦେବା ନାଁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା ଠକ । ଠକେଇର ମାଷ୍ଟମାଇଣ୍ଡକୁ ବାନ୍ଧିଲା ପୋଲିସ । ୪୭ ଲକ୍ଷ ଟଙ୍କା ଠକିଥିବା ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ପୂର୍ବତନ ଡାଇରେକ୍ଟର ତଥା କର୍ମଚାରୀ ସ୍ବାଧୀନ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରେ ଥିବା ୟୁନିଭରସିଟିରୁ ଟ୍ରାନ୍ସଫର ସାର୍ଟିଫିକେଟ ଆଣିଦେବା ନାଁରେ ଜଣେ ଜଣେ ଛାତ୍ରଛାତ୍ରୀଙ୍କ ପିଛା ୬୦ରୁ ୭୦ ହଜାର‌ ଲେଖାଏଁ ଠକି ନେଇ ଥିଲେ ୪୭ ଲକ୍ଷ ।

ସୂଚନା ଅନୁଯାୟୀ, ଋଷ ୟୁକ୍ରେନ‌ ଯୁଦ୍ଧ ସମୟରେ ଅନେକ ଡାକ୍ତର ପାଠ ପଢୁଥିବା ଛାତ୍ରଛାତ୍ରୀ ଭାରତ ଫେରିଥିଲେ । ସେଥିରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ରହିଥିଲେ । ଯେଉଁମାନେ ଓଡ଼ିଶା ଫେରିବା ପରେ ଯୁଦ୍ଧ ସ୍ଥିତି ଦେଖି ସେଠାରେ ପୁଣି ପାଠ ପଢିବାକୁ ଯାଇ ପାରିନଥିଲେ । ଯେହେତୁ ସେଠାରେ ପାଠ ପଢୁଥିଲେ । ଏଠାରେ ପଢ଼ିବାପାଇଁ ସେଠାକାର ୟୁନିଭରସିଟିରୁ TCର ଆବଶ୍ୟକ ରହିଥିଲା । ଯାହାକୁ ଏଠାରେ ଦେଖାଇ ଏଠାରେ ଡାକ୍ତରୀ ପାଠ ପଢିଥାନ୍ତେ ଛାତ୍ରଛାତ୍ରୀ । ଟ୍ରାନ୍ସଫର ସାର୍ଟିଫିକେଟ ବାହାର କରିବା ପାଇଁ କଲେଜ ସହ ଯୋଗଯୋଗ କରି ବିଫଳ ହୋଇଥିଲେ ଛାତ୍ରଛାତ୍ରୀ । ତେଣୁ ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀଙ୍କ ଠକିଥିଲା ଏକ ଫ୍ରଡ ସଂସ୍ଥା ।

ଏହି ଠକେଇକୁ ନେଇ ଏସିପି ଗୌତମ କିଶନ କହିଛନ୍ତି, ‘‘ଛାତ୍ରଛାତ୍ରୀଙ୍କ ସମସ୍ୟାର ଫାଇଦା ଉଠାଇ ଲକ୍ଷାଧିକ ଟଙ୍କ ଠକି ନେଇଥିଲା ସଂସ୍ଥା । ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ପୂର୍ବତନ ଡାଇରେକ୍ଟର ସ୍ବାଧୀନ ମହାପାତ୍ର ତାଙ୍କର ଅନେକ ୟୁକ୍ରେନ ୟୁନିଭରସିଟି ସହ ଯୋଗାଯୋଗ ଅଛି ବୋଲି କହି ଛାତ୍ରଛାତ୍ରୀଙ୍କ ମନରେ ବିଶ୍ବାସ ଜମାଇଥିଲେ । ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥାର ମଧ୍ୟ ଅନେକ ଛାତ୍ରଛାତ୍ରୀ ୟୁକ୍ରେନକୁ ପଢିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ସ୍ବାଧୀନ ମହାପାତ୍ର ପିଲାଙ୍କୁ ସହଜରେ ଟିସି ଆଣିଦେବେ କହି ଜଣକା ୬୦ରୁ ୭୦ ହଜାର‌ ଲେଖାଏଁ ଠକି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ..ମହଙ୍ଗା ପଡିଲା ଫେସବୁକ ଦୋସ୍ତି, ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା

ତେଣୁ ସ୍ବାଧୀନ ମହାପାତ୍ରଙ୍କ ଉପରେ ସହଜରେ ଛାତ୍ରଛାତ୍ରୀ ଏଭଳି ଅସମୟରେ ଯୁଦ୍ଧ ଭଳି ସ୍ଥିତିରେ ତାଙ୍କୁ ବିଶ୍ବାସ କରି ତାଙ୍କୁ ଟଙ୍କା ଦେଇଥିଲେ । ପରେ 47 ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ ସ୍ବାଧୀନ ମହାପାତ୍ର ଓ ତାଙ୍କ ସହଯୋଗୀ । ସାର୍ଟିଫିକେଟ ନପାଇବାରୁ ଛାତ୍ର‌ଛାତ୍ରୀ ଆସି ଇନଷ୍ଟିଟ୍ୟୁସନ ଆଗରେ‌ ହୋ ହଲ୍ଲା ସହ ଥାନା ମଧ୍ୟ ଘେରାଉ କରିଥିଲେ‌ । ପରେ ଏହି ଘଟଣାରେ‌ ଗ୍ଲୋବାଲ ଫୋକସ ଏଜୁକେସନ ପକ୍ଷରୁ ଥାନାରେ ପୂର୍ବତନ ନିର୍ଦ୍ଦେଶକ ନାଁରେ ଏତଲା ପରେ ଏନେଇ ଠକକୁ ଗିରଫ କରିଛି କମିସନରେଟ୍ ପୋଲିସ ତଥା ସହିଦନଗର ଥାନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.