ETV Bharat / state

ରଥଯାତ୍ରା ପୂର୍ବରୁ ମାତିଲେଣି ଲୁଟେରା, ଚିନ୍ତା ବଢାଇବ ଷ୍ଟେସନ ଚୋରି

author img

By

Published : Jun 17, 2023, 2:06 PM IST

ରେଳ ଷ୍ଟେସନରୁ ମହିଳା ଯାତ୍ରୀଙ୍କ ଠାରୁ ଭ୍ୟାନିଟ ଚୋରି। ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

Robbers Arrested From Bhubaneswar Railway Station

ଭୁବନେଶ୍ବର: ଆଉ ଦିନ କେଇଟା ପରେ ରଥଯାତ୍ରା । ପୁରୀ ସମେତ ଭୁବନେଶ୍ୱରକୁ ଅନେକ ଯାତ୍ରୀଙ୍କ ସମାଗମ ହେବ । ଏହା ପୂର୍ବରୁ ଆତଙ୍କ ମଚାଇଲେଣି ଲୁଟେରା । ମଉକା ଦେଖି ଚଉକା ମାରୁଛନ୍ତି । କିଛିଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ଭ୍ୟାନିଟ ଛଡାଇ ନେଇଥିଲେ ଲୁଟେରା । ଏବେ ସେହି ଲୁଟେରାକୁ କାବୁ କରିଛି ଆରପିଏଫ ଓ ଆରପିଏଫ ଏସଟିଏଫ ଟିମ । ଅଭିଯୁକ୍ତ ଜଣଙ୍କ ହେଉଛି ପି ନରସିମା ରାଓ। ସେ ରେଳ ଷ୍ଟେସନର କଦଳୀ ଗୋଦାମରେ ରହୁଥିଲା । ଗିରଫ ପରେ ତାଠାରୁ ଚୋରି ହୋଇଥିବା ସାମଗ୍ରୀ ସୁନା ଅଳଙ୍କାର ,ଏଟିଏମ୍ ,ଡକୁମେଣ୍ଟ, ନଗଦ ଟଙ୍କା ସହ ଭ୍ୟାନିଟ ଜବତ କରାଯାଇଛି ।

ଆରପିଏଫର ସୂଚନା ଅନୁଯାୟୀ, ଗତ ୧୫ତାରିଖରେ ଜଣେ ମହିଳା ଭୁବନେଶ୍ୱର ଷ୍ଟେସନରୁ ଜୁନାଗଡ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ଟ୍ରେନରେ ଚଢିବା ବେଳେ କେହି ତାଙ୍କ ବ୍ୟାଗ ଛଡାଇ ନେଇଥିଲେ । କିନ୍ତୁ ଟ୍ରେନଟି ଭୁବନେଶ୍ବର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯିବା ବେଳେ କଳ୍ପନା ରେଲୱେ ବ୍ରିଜ କ୍ରମ ଅତିକ୍ରମ ପରେ ତାଙ୍କ ଭ୍ୟାନିଟ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ଏହାପରେ ତୁରନ୍ତ ସେ ୧୩୯ ହେଲପ ଲାଇନକୁ କଲ କରି ଅଭିଯୋଗ କରିଥିଲେ । ପରେ ଆରପିଏଫ ଥାନା ଅଧିକାରୀ ଷ୍ଟେସନରେ ଏସଟିଏଫ ଜରିଆରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ କିଛି ପେଷାଦାର ଅପରାଧିଙ୍କୁ ଟ୍ରାକ କରି ଶେଷରେ ପି ନରସିମାକୁ ଗିରଫ କରିଛି ଆରପିଏଫ ପୋଲିସ । ତାଠାରୁ ମହିଳାଙ୍କ ଭ୍ୟାନିଟି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଅନେକ ଅପରାଧି ମାମଲାରେ ସାମିଲ ରହିଛି ।

ଏହି ଘଟଣା ପରେ ପୁରା ଆଲର୍ଟ ହୋଇଛି ଆରପିଏଫ ଓ ଜିଆରପି ସମେତ ଆରପିଏଫର ଏସଟିଏଫ ଟିମ୍। କାରଣ ଆଗକୁ ଆସୁଛି ରଥଯାତ୍ରା । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ତଥା ଶ୍ରଦ୍ଧାଳୁ ସମେତ ରେଳଯାତ୍ରା କରି ଓଡ଼ିଶା ଆସିବେ । ପୁରୀ ସମେତ ଭୁବନେଶ୍ୱରରେ ଅନେକ ଯାତ୍ରୀଙ୍କ ସମାଗମ ହେବ। ଏହାର ମଉକା ନେଇ ଅନେକ ଅପରାଧି ଏପରି ଆତଙ୍କ ମଚାଇପାରନ୍ତି । ତେଣୁ ଏସବୁ ଅପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ଆଲର୍ଟରେ ରହିଛି ଆରପିଏଫ ଓ ଜିଆରପି ଟିମ୍ । ନଜର ପକାଇବା କିଛି ଏପରି ଗ୍ୟାଙ୍ଗ ଉପରେ ଯେଉଁ ମାନେ କି ଷ୍ଟେସନରେ ଲୁଟପାଟ କରିବାରେ ସକ୍ରିୟ ।

ପକେଟ କଟା ଗ୍ୟାଙ୍ଗ: ବ୍ଲେଡ ଓ ଛୁରୀରେ ଶୋଇଥିବା ଯାତ୍ରୀଙ୍କ ପକେଟ୍ କାଟି ନଚେତ ବ୍ୟାଗକୁ କଣା କରି ଏମାନେ ମୋବାଇଲ ଓ ପର୍ସ ସମେତ ଦାମି ଜିନିଷ ଝାମ୍ପି ନେଇଥାନ୍ତି । ବିଶେଷ କରି ଷ୍ଟେସନ ପାଖ ନଚେତ ଦୂର ଦୂରାନ୍ତରୁ ଟ୍ରେନ ଆସୁଥିବା କୋଚ ଭିତରେ ଥାଇ ରାତ୍ରି ସମୟରେ ଲୁଟପାଟ କରିଥାନ୍ତି ।

ନିଶା ଦିଆ ଲୁଟେରା: ଏମାନେ ବିଶେଷ କରି ଯାତ୍ରୀଙ୍କ ସରଳତାର‌ ସୁଯୋଗ ନେଇଥାନ୍ତି । ପାଖରେ ବସି ମିଠା ମିଠା କଥା କହି ବିଶ୍ବାସ ଭାଜନ‌ ହୋଇ ଏପରିକି ନିଜ ଗାଁ ପାଖ ବା ସହର ପାଖ ଲୋକର‌ ପରିଚୟ ଦେଇଥାନ୍ତି । ଥଣ୍ଡା ବା ଚା’ ପିଇବା ଆଳରେ ସେଥିରେ ନିଶା ଦେଇ ଚେତାଶୂନ୍ୟ ହେବା ପରେ ସବୁ ନେଇ ଛୁ ମାରନ୍ତି ।

ଛିନତାଇ ଗ୍ୟାଙ୍ଗ: ଏମାନେ ବିଶେଷ କରି ଯାତ୍ରୀ ମାନେ ଟ୍ରେନ ଛାଡ଼ିବା ସମୟରେ ଗହଳିର‌ ମଉକା ନିଅନ୍ତି । କୌଣସି ଲୋକ ଟ୍ରେନ ଚଢିବା ବେଳେ ବା ଟ୍ରେନ ଛାଡିବା ପାଇଁ ଆସୁଥିବା ବେଳେ ଏମାନେ ଏଇ ମଉକାରେ ଛକି ବସିଥାନ୍ତି । ଏହି ସୁଯୋଗରେ ଯାତ୍ରୀ ତରତର ହୋଇ ଟ୍ରେନ ଯିବା ପାଇଁ ଉଦ୍ୟମ ବେଳେ ବ୍ୟାଗ, ଭ୍ୟାନିଟି କିମ୍ବା ପର୍ସ ବା ମୋବାଇଲ୍ ପକେଟରୁ ନେଇ ଛୁ ମାରନ୍ତି । ତେବେ ଏହିପରି ପୂର୍ବରୁ ପେସାଦାର ଅପରାଧୀଙ୍କ ଉପରେ ନଜର ରହିଥିବା କହିଛନ୍ତି ଆରପିଏଫ ଥାନାଧିକାରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.