ETV Bharat / state

ରାତିରେ ରେକି ଦିନରେ ଚୋରି, ଚୋରକୁ ଧରାପକାଇ ଦେଲା ପୁରୁଣା ନୋଟ

author img

By ETV Bharat Odisha Team

Published : Nov 28, 2023, 4:28 PM IST

ରାତିରେ ରେକି କରି ଦିନରେ ଚୋରି କରୁଥିଲା ଚୋର । ଚୋରି ମାମଲାରେ ରଙ୍ଗ ମିସ୍ତ୍ରୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Robber arrested by police
Robber arrested by police
Robber arrested by police

ଭୁବନେଶ୍ବର: ରଙ୍ଗ ମିସ୍ତ୍ରୀ ଆଳରେ ଘର ଘର ବୁଲି ଚୋରି । ରାତିରେ ରେକି କରି ଦିନରେ ଚୋରି କରୁଥିଲା ଚୋର । ପୁରୁଣା ନୋଟରୁ ଧରାପଡିଲା ଚୋରର କଳାକାରନାମା । ବଡ଼ଗଡ଼ ଥାନା ପୋଲିସ ହାତରେ ଧରାପଡ଼ିଛି କୁଖ୍ୟାତ ଚୋର । ଚୋରକୁ ଗିରଫ ପରେ ତା ନିକଟରୁ ଚୋରି ଗହଣା ସମେତ ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ପୁର୍ଣ୍ଣଚନ୍ଦ୍ର ବେହେରା ଓରଫ ଓରଫ ପୁନିଆ । ତାର ଘର ବୋଧେଗୁଡା ବସ୍ତି ଚିଲ୍ଲି ପୋଖରିରେ । ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରେ ।

ଏମିତି ଧରାପଡିଲା ଚୋର: ରାଜଧାନୀରେ ଚୋରି ଘଟଣା ବୃଦ୍ଧି ହେଉଥିବା ବେଳେ ଚୋରକୁ ଧରିବାକୁ ପୋଲିସ ସ୍ପେଶାଲ ଅପରେସନ ଜାରି ରଖିଛି । କିଛି ଚୋରି କେସରେ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏନେଇ କିଛି ପୁରୁଣା ଚୋରି କେସର ଅପରାଧିଙ୍କ ଉପରେ ନଜର ରଖିଥିଲା ପୋଲିସ । ଅଳଙ୍କାର ବିକ୍ରି ଓ ବଦଳ ଉପରେ କିଛି ଦୋକାନୀଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା । ଏହି ସମୟରେ ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଯେ, ଅଳଙ୍କାର ବିକ୍ରି କରିବା ପାଇଁ ଜଣେ ବ୍ୟକ୍ତି ମାର୍କେଟରେ କିଛି ଲୋକଙ୍କୁ ଯୋଗାଯୋଗ କରୁଛି । ପୋଲିସ ସେହି ବ୍ୟକ୍ତିକୁ ପିଛା କରି ପୁନିଆକୁ ପଚରାଉଚରା କରିଥିଲା । ତାକୁ ଯାଞ୍ଚ ବେଳେ ତାର ପକେଟରୁ କିଛି ପୁରୁଣା ଏକ ଟଙ୍କିଆ ନୋଟ ଓ କିଛି ମାଳିର ହାର ଓ ଇମିଟେସନ ଜବତ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଗ୍ରାହକ ବେଶରେ ଆସୁଥିଲେ ଲୁଟୁଥିଲେ ସୁନାଗହଣା: CCTVରେ ଚୋରି ଦୃଶ୍ୟ କଏଦ, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ଏସବୁକୁ କାହିଁକି ରଖିଛି ଓ କେଉଁଠୁ ପାଇଛୁ ବୋଲି ପୋଲିସ ପଚାରିବାରୁ ସେ ବାଟରୁ ପାଇଛି ବୋଲି କହିଥିଲା । ଏହାପରେ ପୁନିଆ ଉପରେ ପୋଲିସର ସନ୍ଦେହ ହେବାରୁ ଅଧିକ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ । ଏହି ସମୟରେ ତା ନିକଟରୁ ଏକାଧିକ ପୁରୁଣା ଟଙ୍କିକିଆ ନୋଟ ଓ ଦୁଇ ଟଙ୍କିଆ ନୋଟ ପୋଲିସ ଜବତ କରିଥିଲା । ଗତ ୨୦ ତାରିଖରେ ବଡଗଡ ଥାନା ଅଞ୍ଚଳରୁ ଜଣେ ଶିକ୍ଷୟତ୍ରୀଙ୍କୁ ଘରୁ ପୁରୁଣା ନୋଟ ସହ ମାଳିର ଅଳଙ୍କାର ଓ ଇମିଟେସନ ସହ କିଛି ସୁନା ଚୋରି ହୋଇଥିବାର ଅଭିଯୋଗ ଥିଲା ।

ଏହି ଚୋରି ଘଟଣାରେ ପୁନିଆର ହାତ ଥିବା ସନ୍ଦେହ କରି ତାର ଘର ତଲାସି କରିଥିଲା ପୋଲିସ । ଚିଲି ପୋଖରି ବୋଧଗୁଡା ବସ୍ତିର ତଲାସି ବେଳେ କିଛି ସୁନା ଅଳଙ୍କାର ଘରୁ ଜବତ ହୋଇଥିଲା । ଏପରିକି ଆହୁରି କିଛି ଚୋରି ହୋଇଥିବା ପୁରୁଣା ଇମିଟେସନ ସହ କିଛି ଅଳଙ୍କାର ପୁରୁଣା ଏକ ଟଙ୍କିଆ ନୋଟ ଓ ଦୁଇ ଟଙ୍କିଆ ସହ ନୋଟ ମଧ୍ୟ ଜବତ କରିଥିଲା ପୋଲିସ । ଏହାପରେ ଅଭିଯୁକ୍ତ ପୁନିଆକୁ ପୋଲିସ ଗିରଫ କରିଥିଲା । ସେ ପୁର୍ବରୁ ଅନେକ କେସରେ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ନିଶା ସେବନ କରୁଥିବାରୁ ଅନେକ ସମୟରେ ନିଶା ପାଇଁ ଏପରି ଚୋରି କରୁଥିବା ପୋଲିସ ଅନୁମାନ କରୁଛି । ରଙ୍ଗ ମିସ୍ତ୍ରୀ ଭାବେ କାମ କରି ସେ ଘର ଘର ବୁଲି ରାତିରେ‌ ରେକି କରେ ଆଉ ଦିନରେ ଚୋରି କରିଥାଏ ବୋଲି ପୋଲିସ ଜାଣିବାକୁ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.