ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଗୋଳବାଇ ଛକ ନିକଟରେ ଟ୍ରକ ବାଇକ ମୁଁହାମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ୍ୟୁ । ମୃତକ ଜଣକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗିର ଅଧିକାରୀ ମହାପାତ୍ର ବୋଲି ଜଣା ପଡ଼ିଛି । ତେବେ ୧୬ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡି ଚଳାଚଳ କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ।

ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଏବଂ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ