ETV Bharat / state

ପେନସନ ଅପେକ୍ଷାରେ 26ବର୍ଷ, ଶେଷରେ OHRC ଦ୍ୱାରରେ ପହଞ୍ଚିଲେ ପରିବାର - ଶିକ୍ଷକଙ୍କ ପେନସନ ସମସ୍ୟା

26 ବର୍ଷ ହେବ ପେନସନ ମିଳୁ ନଥିବାରୁ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ଅଧିକ ପଢନ୍ତୁ

teacher pension problem
26ବର୍ଷ ହେବ ମିଳୁନି ପେନସନ, OHRCର ଦ୍ବାରସ୍ଥ ହେଲେ ପରିବାର
author img

By

Published : Jan 28, 2023, 5:56 PM IST

26ବର୍ଷ ହେବ ମିଳୁନି ପେନସନ, OHRCର ଦ୍ବାରସ୍ଥ ହେଲେ ପରିବାର

ଭୁବନେଶ୍ବର: ହ୍ବିଲ ଚେୟାରରେ ରୋଗୀଣା ବାପା । ତାଙ୍କୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଝିଅ । 26 ବର୍ଷ ହେବ ପେନସନ ମିଳୁ ନଥିବାରୁ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ୨୬ ବର୍ଷ ହେବ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି ଜଗବନ୍ଧୁ ।ଜଗବନ୍ଧୁ ସ୍ବାଇଁ ଜୟପୁର ପ୍ରୋଜେକ୍ଟ ହାଇସ୍କୁଲରେ ଶିକ୍ଷକତା କରୁଥିଲେ । 1997ରେ ଅବସର ନେଇଥିଲେ ଜଗବନ୍ଧୁ । ହେଲେ ତାଙ୍କୁ ଏ ଯାଏ ପେନସନ ମିଳିନାହିଁ । ଯେଉଁଠିକୁ ଯାଉଛନ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଲି କେବଳ ଆଶ୍ଵାସନା ମିଳୁଛି। ଏଭଳି ଏକ ଅଭିଯୋଗ କରି ପେନସନ ସମସ୍ୟା ସମାଧାନ ପାଇଁ ଓଏଚଆରସିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ରୋଗୀଣା ବାପାଙ୍କୁ ଧରି ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି ଝିଅ। ପାରାଲିସସ ବାପାଙ୍କୁ ଧରି ନ୍ୟାୟ ଆଶାରେ ଦୀର୍ଘ ୬୦୦ କିଲୋମିଟର ଦୂରରୁ ଆସିଛନ୍ତି ପରିବାର।

ଦୀର୍ଘ ୨୬ ବର୍ଷ ହେଲା ଶିକ୍ଷକତା କରି ଆସୁଥିଲେ ମଧ୍ୟ ଅବସର ପରେ ପେନସନ ପଇସା ମିଳୁନି। ଅବସର ପରେ ବାର ଦୁଆର ହେଉଛନ୍ତି । କୋର୍ଟ ହାଇକୋର୍ଟ ସମେତ ବିଭିନ୍ନ ପ୍ରସାଶନିକ କାର୍ଯ୍ୟାଳୟ ଯାଇଛନ୍ତି। ହେଲେ କୋଉଁଠି ନ୍ୟାୟ ମିଲିପାରିଲା ନାହିଁ। କେବଳ ଆଶ୍ଵାସନା ମିଳୁଛି। ତେବେ ବାପାଙ୍କୁ ଧରି ଦୀର୍ଘ ବର୍ଷ ଧରି ବୁଲୁଥିବା ଝିଅ ଯଶ୍ମିରେଖା ବିଶ୍ଵାଳ କୁହନ୍ତି, ''ଜଗବନ୍ଧୁ ବିଶ୍ଵାଳଙ୍କ ବୟସ ୮୮ ବର୍ଷ ହେଲାଣି। ବିମ୍ବାଧର ଉପର କୋଲାବ ପ୍ରୋଜେକ୍ଟ ହାଇସ୍କୁଲରେ ଶିକ୍ଷକତା କରିଥିଲେ। ୧୯୯୭ ମସିହାରେ ଅବସର ଅର୍ଥାତ୍ ଦୀର୍ଘ ୨୬ ବର୍ଷ ହେଲା ଅବସର ନେଲା ପରେ ମଧ୍ୟ ପେନସନ ମିଳୁନାହିଁ।''

ଟ୍ରିବୁନାଲରେ ଆଦେଶ ହେଲା ଯେ ଜଗବନ୍ଧୁ ବିଶ୍ବାଳଙ୍କୁ ପେନସନ ମିଳିବା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କିଛି ବି ମିଳିଲା ନାହିଁ। ସବୁଠି ଦଉଡ଼ି ଦଉଡ଼ି ଆର୍ଥିକ ସମସ୍ୟା ଦେଖାଗଲା। ପଇସାର ଘୋର ଅଭାବରୁ ସାନ ଝିଅ ଯଶ୍ମି ରେଖା ବିଶ୍ଵାଳ ମଧ୍ୟ ବିବାହ କରିପାରି ନାହାନ୍ତି। ତେବେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ କିଭଳି ଭାବରେ ଖୁବ୍ ଶୀଘ୍ର ପେନସନ ମିଳିବ ସେନେଇ ଏକ ଅଭିଯୋଗ ପତ୍ର ଦିଆଯାଇଛି । ଝିଅ ଯଶ୍ମିରେଖା ବିଶ୍ଵାଳ କହିଛନ୍ତି ଯେ, ଯଦି ବାପା ବଞ୍ଚିଥିବା ଅବସ୍ଥାରେ ପେନସନ ପାଇବେ ତେବେ ସେ ଅଧିକ ଖୁସି ହେବେ। ଅନେକ ଆଶା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ଆସିଛନ୍ତି ।

ଏପଟେ ଜଗବନ୍ଧୁଙ୍କ ଶିଷ୍ୟ ଶିବ ଶଙ୍କର ସ୍ବାଇଁ କହିଛନ୍ତି ଯେ, ଜଗବନ୍ଧୁ ସାରଙ୍କ ନିକଟରେ ପଢ଼ୁଥିଲି କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଦୀର୍ଘ ବର୍ଷ ଧରି ପାଠ ପଢ଼ାଉଥିବା ସାରଙ୍କୁ ପେନସନ ଟିକେ ବି ମିଳୁନାହିଁ। ଏବେ ସାରଙ୍କ ଅବସ୍ଥା ଠିକ ନାହିଁ । ସେ ରାଜ୍ୟ ସରକାର ଶିକ୍ଷକଙ୍କ ମୂଲ୍ୟ ବୁଝିକି ସେମାନଙ୍କର ପ୍ରାପ୍ୟ ପ୍ରଦାନ କରନ୍ତୁ । ଯାହା ଫଳରେ ଅବସର ପରେ ବି ସେମାନେ ସୁବିଧାରେ ବଞ୍ଚିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.