ETV Bharat / state

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଅବସର ପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ - ଅବସର ପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ

ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ । ଅଧିକ ପଢ଼ନ୍ତୁ

retired teacher killed in massive attack in khordha
ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ
author img

By

Published : Nov 11, 2022, 12:25 PM IST

ଖୋର୍ଦ୍ଧା: ଅବସର ପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ସଦର ଥାନା ବ୍ରଜମୋହନପୁର ଶରଧାପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବଳିଆରସିଂହ । ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡିକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ସକାଳେ ରବୀନ୍ଦ୍ର ଘର ଆଗରେ ବସିଥିଲେ । ଏହି ସମୟରେ ଗ୍ରାମର 6 ରୁ 7ଜଣ ଯୁବକ ପହଞ୍ଚି ରବିନ୍ଦ୍ରଙ୍କ ପୁଅ ରଶ୍ମିରଞ୍ଜନ ନାଁ ଧରି ଗାଳିଗୁଲଜ କରିଥିଲେ ।

ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ

ରଶ୍ମି ବାହାରକୁ ଆସିବା ପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ରବୀନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଜଣେ ତାଙ୍କ ଛାତିକୁ କହୁଣୀରେ ଶକ୍ତ ଆଘାତ ଦେବାଫଳରେ ରବୀନ୍ଦ୍ର ତଳେ ପଡିଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.