ETV Bharat / state

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ବଢିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନ ପଦବୀ

author img

By ETV Bharat Odisha Team

Published : Nov 20, 2023, 10:53 PM IST

ରାଜ୍ୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକନ୍ସିଆନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

odisha government restructures
ମେଡିକାଲରେ ବଢିଲା ପଦବୀ

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନ ପଦବୀ । ରାଜ୍ୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକନିସିଆନଙ୍କ ପଦବୀ ସଂଖ୍ୟାରେ ବୃଦ୍ଧି କରାଯାଇଛି । ଯାହା ଫଳରେ ରୋଗୀମାନେ ହସ୍ପିଟାଲକୁ ଆସି ଯେଭଳି ସଠିକ ଭାବରେ ଚିକିତ୍ସା ପାଇପାରିବେ ସେନେଇ ପଦକ୍ଷେପ ନିଆଯାଇଛି ।

ଲ୍ୟାବ୍ ଟେକ୍ନିସିଆନ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକ୍ନିକାଲ ଅଫିସର ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇଛି । ଏବେ ଲ୍ୟାବ ଟେକ୍ନିସିଆନ କ୍ୟାଡରରେ ପଦବୀ ସଂଖ୍ୟା ବୃଦ୍ଧି ପାଇ ୨ହଜାର ୫୮୧ ହୋଇଛି । ସେହିପରି ଫାର୍ମାସିଷ୍ଟ କ୍ୟାଡରରେ ପଦବୀ ସଂଖ୍ୟା ବୃଦ୍ଧି ହୋଇ ୫,୦୦୯ ରେ ପହଞ୍ଚିଛି । ଚିଫ୍ ଫାର୍ମାସିଷ୍ଟ ଅଫିସର ପରି ନୂଆ ପଦବୀ ମଧ୍ୟ ସୃଷ୍ଟି ହୋଇଛି । ଏପଟେ ଜନସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି, ସରକାରୀ ହସ୍ପିଟାଲରେ ରୋଗୀ ଭାର ବଢିବା ଏବଂ ନିରାମୟ ଅଧୀନରେ ଥିବା ଔଷଧ ବଣ୍ଟନ କେନ୍ଦ୍ର ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଓଡିଆ ଫାର୍ମାସିଷ୍ଟ ସେବା କ୍ୟାଡରକୁ ସୁଗମ କରିଛନ୍ତି । ଫାର୍ମାସିଷ୍ଟ, ସିନିୟର ଫାର୍ମାସିଷ୍ଟ, ମୁଖ୍ୟ ଫାର୍ମାସିଷ୍ଟ ଏବଂ ଅତିରିକ୍ତ ନିର୍ଦ୍ଦେଶକ ଆଦି ପଦବୀ ସୃଷ୍ଟି କରାଯାଇଛି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ସରକାରୀ ମେଡିକାଲ କଲେଜରେ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ରୋଗୀମାନେ କିଭଳି ଭାବରେ ଉତ୍ତମ ଚିକିତ୍ସା ପାଇବା ସରକାରୀ ମେଡ଼ିକାଲ ଗୁଡ଼ିକ ଉନ୍ନତ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । BSKY ଯୋଜନାରେ ସରକାରୀ ବା ବେସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳିପାରୁଛି । ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଆଦିରେ ଉନ୍ନତମାନର ସ୍ବାସ୍ଥ୍ୟସେବା ସହ ଚିକିତ୍ସା ଯୋଗାଇଦେବା ସମସ୍ତଙ୍କ ଦାୟିତ୍ବ । ଏନେଇ ସରକାରୀ ହସ୍ପିଟାଲରେ ନୂଆ ଆଧୁନିକ ଚିକିତ୍ସାର ଭିତ୍ତିଭୂମି ଯୋଗାଇ ଦିଆଯାଉଛି ।

ଏହା ବି ପଢନ୍ତୁ...ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ, ୩୪୯ ନୂଆ ଆମ୍ବୁଲାନ୍ସ ଓ ମଡ୍ୟୁଲାର ଓଟି ଲୋକାର୍ପିତ

'ଆମ ହସ୍ପିଟାଲ ଯୋଜନା'ରେ ଜନସ୍ବାସ୍ଥ୍ୟ ସୁବିଧା, ନୂଆ ହସ୍ପିଟାଲ କଲେଜ ନିର୍ମାଣ କାମ ଜାରି ରହିଛି । ତେବେ ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ୮ଟି ନୂତନ ଭାବରେ ମେଡିକାଲ କଲେଜ ଓ ଦୁଇଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରାଯାଇଛି । ସେପଟେ ଖୁବଶୀଘ୍ର ଯାଜପୁରର ଯଯାତିକେଶରୀ ମେଡିକାଲ କଲେଜର କାର୍ଯ୍ୟକାରୀ ହେବ । ଏହାପରେ ଫୁଲବାଣୀ ଓ ତାଳଚେରରେ ଆଉ ଏକ ମେଡିକାଲ କଲେଜ କରିବା ପାଇଁ ନିଆଯାଉଛି ପଦକ୍ଷେପ । ତେବେ ପୂର୍ବରୁ ରାଜ୍ୟରୁ ବର୍ଷକୁ ୩୨୧ MBBS ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨ହଜାର ୫୨୫ ଜଣ MBBS ଡାକ୍ତର ଓ ୮୫୬ ସ୍ପେଶାଲିଷ୍ଟ ଡାକ୍ତର ବାହାରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.