ETV Bharat / state

କଳିଙ୍ଗ ହସ୍ପିଟାଲରେ ଲିଙ୍ଗ ନିରୂପଣ ସନ୍ଦେହ, କର୍ତ୍ତୃପକ୍ଷଙ୍କ ନାଁରେ ମାମଲା

author img

By

Published : Jul 29, 2019, 10:28 PM IST

କଳିଙ୍ଗ ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗର ମିଳିତ ଚଢାଉ । ହସ୍ପିଟାଲରେ ଲିଙ୍ଗ ନିରୂପଣ ସନ୍ଦେହରେ ଚଢାଉ କରି ଦୁଇ ଅଲ୍ଟ୍ରାସାଉଣ୍ଡ ମେସିନ ମଧ୍ୟ ଜବତ କରିଛି ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ଚଢାଉ । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗର ପିସିପି ଏନଡିଟି ସେଲ ପକ୍ଷରୁ , ସୋମବାର ମିଳିତ ଭାବେ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି। ଏହି ସମୟରେ ଦୁଇ ଅଲ୍ଟ୍ରାସାଉଣ୍ଡ ମେସିନ ସିଲ କରିବା ସହ ଡାକ୍ତରଖାନାରେ ପିସିପି ଏନଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରିଛି ଟିମ୍ ।

ଡାକ୍ତରଖାନାରେ ବେଆଇନ କାର୍ଯ୍ୟ କରାଯାଉଥିବା ଯାଞ୍ଚ ସମୟରେ ଦେଖିବାକୁ ପାଇଥିଲା ଏହି ଟିମ୍ । ଏହା ସହ ଅଲ୍ଟ୍ରାସାଉଣ୍ଡ କରୁଥିବା ପ୍ରସୂତି ମାନଙ୍କର ରେର୍କଡ ପତ୍ର ମଧ୍ୟ ଠିକ୍ ଭାବେ ମିଳିନଥିଲା। ପ୍ରସୂତିମାନଙ୍କ ପାଇଁ
ଉଦିଷ୍ଟ ଫର୍ମ 'ଏଫ' ରେ ଅଲ୍ଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତା ମୂଳକ ଥିବାବେଳେ ଅନେକ ଫର୍ମରେ ଡାକ୍ତରଙ୍କ ଦସ୍ତଖତର ଚିହ୍ନବର୍ଣ୍ଣ ନଥିଲା। ଏପ୍ରକାର ଘଟଣାକୁ ଅନୁଧ୍ୟାନ କରିବା ପରେ ଗର୍ଭସ୍ଥ ଶିଶୁମାନଙ୍କର ଲିଙ୍ଗ ନିରୂପଣ ଏଠାରେ ହେଉଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ଯାଞ୍ଚ ଅଧିକାରୀ ।

ଆଇନ ଉଲଙ୍ଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲରୁ ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନକୁ ସିଲ କରାଯାଇଛି । ସମାନ ଅଭିଯୋଗରେ ପୂର୍ବରୁ ମଧ୍ୟ ଗୋଟିଏ ଅଲଟ୍ରା ସାଉଣ୍ଟ ମେସିନ ସିଲ କରିଥିଲା ପ୍ରଶାସନ । ଡ଼ାକ୍ତରଖାନାରେ ବେଆଇନ କାର୍ଯ୍ୟଚାଲୁଥିବା ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଟିମରେ ଜିଲ୍ଲାପାଳଙ୍କ ସମେତ ଖୋର୍ଦ୍ଧା ସିଡିଏମଓ ଏବଂ ସ୍ଵାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ରହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କଳିଙ୍ଗ ହସ୍ପିଟାଲ ମାମଲା ରୁଜ୍ । ଦୁଇ ଅଲ୍ଟ୍ରାସାଉଣ୍ଡ ମେସିନ ସିଲ୍ ,
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗର ର ପିସିପି ଏନଡିଟି ସେଲ ପକ୍ଷରୁ ଆଜି ମିଳିତ ଭାବେ କଳିଙ୍ଗ ହସ୍ପିଟାଲ ଉପରେ ଚଢାଉ କରାଯାଇଛି ।ଚଢ଼ାଉ ସମୟରେ
ଡାକ୍ତରଖଆନାରେ ପିସିପି ଏନଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା । Body:ଯାଞ୍ଚ ସମୟରେ ଦେଖା ଯାଇଥିଲା ଯେ
ବହୁ ସ୍ତାନରେ ଆଇନ ବାହାରେ କାର୍ଯ୍ୟ କରାଯାଇଛି ।

ଏହା ସହ ଅଲ୍ଟ୍ରାସାଉଣ୍ଡ କରୁଥିବା ପ୍ରସୂତି ମାନଙ୍କର ରେର୍କଡ ପତ୍ର ଠିକଣା ଭାବେ ମିଳିନଥିଲା ।ପ୍ରସୁତି ମାନଙ୍କ ପାଇଁ
ଉଦିଷ୍ଟ ଫର୍ମ 'ଏଫ' ରେ ଅଲ୍ଟ୍ରାସାଉଣ୍ଡ କରୁଥିବା ଡାକ୍ତର ଙ୍କ
ଦସ୍ତଖତ ବାଧ୍ୟତାମୂଳକ ଥିବା ବେଳେ ।ଅନେକ ଫର୍ମ ରେ ଡାକ୍ତର ଙ୍କ ଦସ୍ତଖତ କୁ ଯାଞ୍ଚ ର ଅଧିକାରୀ ମାନେ ପାଇ ନଥିଲ ।ଏଥିପାଇଁ ଏଠାରେ ଗର୍ଭସ୍ତ ଶିଷୁର ଲିଙ୍କ ନିରୂପଣ ଚାଲିଥିବା ନେଇ ଯାଞ୍ଚ ଅଧିକାରୀ ସନ୍ଦେହ ପ୍ରକଟ କରିଛନ୍ତି ।
Conclusion:ଆଇନ ଉଲଙ୍ଘନ ଅଭିଯୋଗ ରେ କଳିଙ୍ଗ ହସ୍ପିଟାଲ ର ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ କୁ ସିଲ କରାଯାଇଛି ।
ପୂର୍ବରୁ ମଧ୍ୟ ଗୋଟିଏ ଅଲଟ୍ରା ସାଉଣ୍ଟ ମେସିନ ସିଲ କରିଥିଲେ ।ଆଇନ୍ ଉଲଙ୍ଘନ ନେଇ ଡାକ୍ତର ଖାନା କତୃପକ୍ଷଙକ ବିରୋଧରେ ମାମଲା ରୁଜ କରାଯାଇଛି ।
ଜିଲ୍ଲା ପ୍ରସାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ସମେତ ,ଖୋର୍ଦ୍ଧା ସିଡିଏମଓ ,ସ୍ଵାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଚଢାଉ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.