ETV Bharat / state

ଖୋଜାପଡିଛି ରେଳ ଦୁର୍ଘଟଣାର ରାଜ୍, RPF ଡିଜି ଦେଲେ ବଡ ବୟାନ

ଟ୍ରେନ ଦୁର୍ଘଟଣା ଆକ୍ମସିକ ନା ମନୁଷ୍ୟକୃତ ? ସିବିଆଇ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବା ନେଇ ଆରପିଏଏଫ ଡିଜି କହିବା ପରେ ଏନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 5, 2023, 9:49 PM IST

Updated : Jun 5, 2023, 10:46 PM IST

RPF ଡିଜି ଦେଲେ ବଡ ବୟାନ

ଭୁବନେଶ୍ବର: ରେଳ ଦୁର୍ଘଟଣା ପଛରେ ଅଛି କି ଉଦ୍ଦେଶ୍ୟମୂଳକ କାରଣ ? କାହିଁକି ରେଳ ବିଭାଗ ସିବିଆଇ ତଦନ୍ତ ପାଇଁ ଜୋର ଦେଉଛି ? ବାଲେଶ୍ବର‌ ରେଳ ଦୁର୍ଘଟଣା ଆକସ୍ମିକ ଅଘଟଣ ନା ଷଡଯନ୍ତ୍ର ? ବାହାନଗା ଟ୍ରେନ ଦୁର୍ଘଟଣାରେ ଦୋଷୀ କିଏ ସେ ନେଇ ଖୋଜା ଚାଲିଥିବା ବେଳେ ଏହା ଉଦ୍ଦେଶ୍ୟମୂଳକ କି ନାହିଁ ଏନେଇ ଓଡ଼ିଶା ଆସିଥିବା RPF ଡିଜି ସଞ୍ଜୟ ଚନ୍ଦ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ସିବିଆଇ ତଦନ୍ତ ପରେ ଜଣାପଡ଼ିବ। ସେପଟେ ଓଡ଼ିଶା ପୋଲିସ ଡିଜିଙ୍କୁ ଭେଟିବା କୋର୍ଡିନେସନ ମିଟିଂ ବୋଲି କହିଛନ୍ତି ସଞ୍ଜୟ ।

ରେଳ ଦୁର୍ଘଟଣା ଘଟିବା ପଛରେ ଆକସ୍ମିକ ଦୁର୍ଘଟଣା ନା ମନ୍ଦ‌ ଉଦ୍ଦେଶ୍ୟ ରହିଛି । ତେବେ ଏନେଇ ଓଡ଼ିଶା ପୋଲିସର ଜିଆରପି ବାଲେଶ୍ବର ଏକ ମାମଲା କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅନେକ ଚରମ ଅବହେଳା ଭଳି ତମାମ ଦଫା ଲଗାଇ ଆରମ୍ଭ କରିଛି ତଦନ୍ତ । ରେଳ‌ବିଭାଗର ଏପରି ଅଘଟଣ ଏବେ ଓଡ଼ିଶା ପୋଲିସର ତଦନ୍ତ ପରିସରରେ ରହିଛି। ହେଲେ ତଦନ୍ତ ଆରମ୍ଭ ହେଉ ହେଉ ଓଡ଼ିଶା ପୋଲିସକୁ ଆରପିଏଫ ଡିଜ ଭେଟିବା, ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡ ସୁପାରିଶ କରିବା, ତାହା ପୁଣି ରେଲଓ୍ବେ ତଦନ୍ତ ବା ସିଆରଏସ ତଦନ୍ତ ରିପୋର୍ଟ ସାମ୍ନାକୁ ନ ଆସୁଣୁ ଏପରି ଡିମାଣ୍ଡ କାହିଁକି କରିଛନ୍ତି ରେଳ ବିଭାଗର ମୁଖିଆ ସେ ନେଇ ଅନେକ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- Train Tragedy: ଜୀବନସାଥୀ ତ ଚାଲିଗଲା, ଏ କାଗଜ ନୋଟ ନେଇ କଣ କରିବି....

ତଦନ୍ତ ଭାର‌ ନେଇଥିବା ଓଡ଼ିଶା ପୋଲିସର ଅଡୁଆ ଖିଅ ଭିତରେ ଫସିଯିବାର ଘାରିଛି କି ଭୟ ? ରେଳ ବିଭାଗର ଚରମ ଅବହେଳା ପଦାରେ ପଡିଯିବାର ଅଛି କି ଶଙ୍କା ? କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ବିଶ୍ବସ୍ଥ ବିଭାଗ ସଂସ୍ଥାର ବିଶ୍ବାସନୀୟତା ଉପରେ ଆସିବ କି ପ୍ରଶ୍ନ ? ସାମ୍ନାକୁ ଆସିଯିବନି ତ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାର କିଛି ଅବହେଳାର ଗୁମର? ଫସିଯିବେନି ତ ରେଳ ବିଭାଗର ତଳ କର୍ମଚାରୀଠୁ ଆରମ୍ଭ କରି ବିଭାଗ ଦାୟିତ୍ବରେ ଥିବା ବଡ଼ ବଡ଼ ଚେହେରା ? ସେହି ଭୟରେ ଏଭଳି ରାଜ୍ୟ ତଦନ୍ତକାରୀ ସଂସ୍ଥାରୁ ବର୍ତ୍ତିବାକୁ ଏପରି କରାଯାଉଛି କି ଯୋଜନା ? କାରଣ ରେଳ ଦୁର୍ଘଟଣା ଭଳି ଘଟଣାର ତଦନ୍ତ କେବେଠୁ ସିବିଆଇ କଲାଣି ବୋଲି କଂଗ୍ରେସ ଅଧ୍ୟକ୍ଷ ଖଡଗେ ଆପତ୍ତି ଉଠାଇଥିବା ବେଳେ ସେପଟେ ମମତା ମଧ୍ୟ ଏହାକୁ ନେଇ ସିବିଆଇ ତଦନ୍ତକୁ ନାପସନ୍ଦ କରିଛନ୍ତି ।

ତେବେ ଯଦି ସିଆରଏସ (ରେଲଓ୍ବେ କମିଶନ) ରିପୋର୍ଟ ପୁରା ସାମ୍ନାକୁ ନ ଆସୁଣୁ ଏପରି ତରବରିଆ ସିବିଆଇ ତଦନ୍ତ ଚିନ୍ତା କାହିଁକି ଘାରିଛି ? କିଛି ଉଦ୍ଦେଶ୍ୟମୂଳକ ଦୁର୍ଘଟଣାର କିଛି ସୁରାକ ଲାଗିଛି କି ରେଳ ବିଭାଗ ହାତରେ ? ସେଭଳି କିଛି ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ନଜରକୁ ? ତେବେ ଏନେଇ କୌଣସି ଜାତୀୟ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଆଲର୍ଟ କରିଥିଲେ କି ଯ ଏପରି କିଛି କାରଣ ନ ଦର୍ଶାଇ ସିବିଆଇ ତଦନ୍ତ ଏବେ ଚର୍ଚ୍ଚା ବଢ଼ାଇଛି ।

ସୂଚନା ଥାଉ କି ଡିଜିପିଙ୍କୁ ଭେଟିବା ପରେ ଆରପିଏଫ ଡିଜି କହିଛନ୍ତି ଯେ ଏହି ଦୁର୍ଘଟଣା ପଛରେ ଉଦ୍ଦେଶ୍ୟମୂଳକ କି ତାହା ସିବିଆଇ ତଦନ୍ତ କଲେ ଜଣାପଡ଼ିବ । ତଦନ୍ତ ଉପରେ ଆରପିଏଫ ପ୍ରାଥମିକତା ଦେଉଛି । ଓଡ଼ିଶା ପୋଲିସ ସମନ୍ବୟ ବୈଠକ ପାଇଁ ଓଡ଼ିଶା ପୋଲିସ ଡିଜିଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି RPF ଡିଜି ସଞ୍ଜୟ ଚନ୍ଦ୍ର । ଅନ୍ୟପଟେ ଏହି ଘଟଣାରେ ସିବିଆଇ କେବେ ମାମଲା ରୁଜୁ କରୁଛି ବା ଏନେଇ କଣ ନିର୍ଦ୍ଦେଶ ଆସୁଛି ତା ଉପରେ ନଜର ରହିଛି । କାରଣ ଏତେ ବଡ଼ ଦୁର୍ଘଟଣା ବିଶ୍ବ ସମେତ ଦେଶବାସୀଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 5, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.