ଖୋର୍ଦ୍ଧା: ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକାର ଲବଣାକ୍ତ ନୀଳଜଳ ରାଶି ମଧ୍ୟରେ କାଙ୍କଣ କୁଦ ଯାହା କାଙ୍କଣ ଶିଖରୀ ରୂପେ ପରିଚିତ। ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ । ତେବେ ଚଳିତ ଥର ରଥରେ ନବସି ମହାପ୍ରଭୁ ନନ୍ଦିଘୋଷ ନୌକାରେ ବିଜେ କରିଥିଲେ ।
ଏବର୍ଷ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସବୁଆଡେ ରଥଯାତ୍ରା କେବଳ ନୀତିକାନ୍ତିରେ କରାଯାଉଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ରଥଯାତ୍ରା । ସାମାଜିକ ଦୂରତା ପାଳନକରି ନନ୍ଦିଘୋଷ ରଥ ନାମରେ ଏକ ନୌକାକରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କାଙ୍କଣ କୁଦର ଚତୁଃପାଶ୍ବର୍ରେ ନୀଳଜଳ ରାଶିରେ ଥରେ ପରିକ୍ରମା କରି ମନ୍ଦିରରେ ପ୍ରବେଶ କରାଯାଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ