ଖୋର୍ଦ୍ଧା: ମହାପ୍ରଭୁଙ୍କର ରଥଯାତ୍ରା ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ ଏହି ରଥଯାତ୍ରାର ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଛି ।
ସକାଳୁ ଶ୍ରୀଜୀଉମାନଙ୍କର ବିଭିନ୍ନ ନୀତି କରାଯାଇଥିଲା । ଏହାପରେ ପହଣ୍ଡି କରାଯାଇ ରଥରେ ବିରାଜମାନ କରାଯାଇଥିଲା । ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେ । ଏହା ପରେ ଉପସ୍ଥିତ ହଜାର ହଜାର ଭକ୍ତ ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ମାଉସୀମା ମନ୍ଦିରରେ ପହଞ୍ଚାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ