ETV Bharat / state

ରଥଯାତ୍ରା ପାଇଁ ପ୍ରାକ୍ ସୁରକ୍ଷା ବୈଠକ

ଜୁଲାଇ 4 ତାରିଖରେ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଏହି ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ନେଇ ଡ଼ିଜିପିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।

author img

By

Published : May 28, 2019, 2:28 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହେଇଯାଇଛି ଆଇନଶୃଙ୍ଖଳା ବୈଠକ । ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଜୁଲାଇ 4 ତାରିଖରେ ରଥଯାତ୍ରା ହେବାକୁ ଥିବାବେଳେ ଶ୍ରୀକ୍ଷେତ୍ରରେ କିପରି ସୁରକ୍ଷା ଯୋଗାଇ ଦିଆଯିବ । ଶାନ୍ତି-ଶୃଙ୍ଖଳା କିପରି ବଜାୟ ରଖାଯିବ ଏବଂ ବିଶେଷ କରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ତାହାକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି ।

ଡ଼ିଜିପିଙ୍କ ସମେତ ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ, ଆଇନଶୃଙ୍ଖଳା ଆଇଜି ସଂଜିବ ପଣ୍ଡା, ଆଇଜି ଅରୁଣ ବୋଥ୍ରା , ପୋଲିସ କମିଶନର ସତ୍ଯଜିତ ମହାନ୍ତିଙ୍କ ସହ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସପି ଉମାଶଙ୍କର ଦାସ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭୁଭନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ରଥ ଯାତ୍ରା ନେଇ ପୋଲିସ ଡିଜିଙ୍କ ଗୁରୁତ୍ବପୁର୍ଣ ବୈଠକ। ଡିଜି କ୍ଯାମ୍ପ ଅଫିସରେ ବୈଠକ। ବୈଠକରେ ପୋଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦେଶକ ସୁନିଲ ରୟ,ଆଇନଶୃଙ୍ଖଳା ଆଇଜି ସଂଜିବ ପଣ୍ଡା,ଆଇଜି ଅରୁନ ବୋଥ୍ରା ଓ ପୋଲିସ କମିସନର ସତ୍ଯଜିତ ମହାନ୍ତିଙ୍କ ସହ ପୁରି କେନ୍ଦ୍ରାଚଂଳ ଆଇଜି ସୋମେନ୍ଦ୍ର ପ୍ରିୟଦର୍ଷି  ,ଏସପି  ଉମାଶଙ୍କର ଦାସ ସହ ବହୁ ବରିଷ୍ଠ ପୋଲିସ ଅଧିକାରି ଉପସ୍ଥିତ ରହିଛନ୍ତି। ବିଶେଷ କରି ଚଳିତ ବର୍ଷ ଜୁଲାଇ ୪ରେ ରଥ ଯାତ୍ରା । ତେବ ପୋଲିସ ପରିଚାଳନା ନେଇ ଏହି ବୈଠକ କରାଯାଇଛି। ବୈଠକରେ ବିଭିନ୍ନ ଦିଗକୁ ନେଇନଆଲୋଚନା କରାଯିବ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.