ETV Bharat / state

ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ, ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସଚେତନତା ବାର୍ତ୍ତା

author img

By ETV Bharat Odisha Team

Published : Aug 30, 2023, 10:40 PM IST

ଭୁବନେଶ୍ବରରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ । ଜୀବନଦାୟୀ ବୃକ୍ଷକୁ ରାକ୍ଷୀ ବାନ୍ଧି ଦେଲେ ପରିବେଶ ସଚେତନ ବାର୍ତ୍ତା । ଅଧିକ ପଢ଼ନ୍ତୁ

ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିଲା ବକୁଳ ଫାଉଣ୍ଡେସନ

ଭୁବନେଶ୍ବର: ଆଜି ପବିତ୍ର ରକ୍ଷା ବନ୍ଧନ । ବିଶ୍ୱାସ ଭଲପାଇବା ଓ ସୁରକ୍ଷାର ବାର୍ତ୍ତା ନେଇ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଏ ପରମ୍ପରା କେଉଁ ଯୁଗରୁ ଆମ ଭାରତୀୟଙ୍କ ପାଇଁ ଏକ ପ୍ରମୁଖ ପର୍ବ ଭାବେ ପାଳନ ହୋଇ ଆସୁଛି । ପରମ୍ପରା ସହ ପ୍ରକୃତିର ସଂପର୍କକୁ ନେଇ ପ୍ରକୃତିକୁ ପ୍ରଦୂଷଣରୁ ବଞ୍ଚାଉଥୁବା ବା ରକ୍ଷା କରୁଥିବା ବୃକ୍ଷ ରେ ରାକ୍ଷୀ ବାନ୍ଧିଛନ୍ତି ବକୁଳ ଫାଉଣ୍ଡେସନ । ଏହି ଫାଉଣ୍ଡେସନର ସଦସ୍ୟ ପରିବେଶର ସୁରକ୍ଷା ଥିମକୁ ପ୍ରତିପାଦିତ କରିବାକୁ ଯାଇ ରାକ୍ଷୀ ପୂର୍ଣିମାରେ ଗଛ ସହ ସମ୍ପର୍କକୁ ନେଇ ବୃକ୍ଷ ବନ୍ଧନ ନାଁରେ ଅଭିନବ ଉପାୟରେ ଗଛରେ ରାକ୍ଷୀ ବାନ୍ଧିଛନ୍ତି । ଭୁବନେଶ୍ୱରରେ ଥିବା ବିଭିନ୍ନ ଗଛକୁ ରାକ୍ଷୀ ବାନ୍ଧିଛନ୍ତି । ସ୍କୁଲ ପିଲାଙ୍କ ପ୍ରସ୍ତୁତ ଇକୋ ଫ୍ରେଣ୍ଡଲି ରାକ୍ଷୀକୁ ଗଛରେ ବାନ୍ଧିବା ସହ ପରିବେଶ ସଚେତନତା ବାର୍ତ୍ତା ଦେଇଛି ଫାଉଣ୍ଡେସନ ।

ଅଧିକ ପଢନ୍ତୁ... ଗହ୍ମା ପୂର୍ଣ୍ଣିମାରେ ଚଳଚଞ୍ଚଳ ତୁଳସୀକ୍ଷେତ୍ର, ରାକ୍ଷୀ ପିନ୍ଧିଲେ ମହାପ୍ରଭୁ ବଳଦେବଜୀଉ

ଫାଉଡେସନ ଅଧ୍ଯକ୍ଷ ସୁଜିତ କୁମାର ମହାପାତ୍ର କହିଛନ୍ତି,"ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପରିବେଶକୁ ସୁହାଉଥିବା ଇକୋ ଫ୍ରେଣ୍ଡଲି ରାକ୍ଷୀ ପ୍ରସ୍ତୁତ କରାଯାଇଥିଲା । ଏହି ରାକ୍ଷୀ ମାଟିରେ ପଡିବା ପରେ ସେଥିରୁ ନୂତନ ଗଛର ସୃଷ୍ଟି ହେବ । ଏହି ବାର୍ତ୍ତାକୁ ନେଇ ଯେଉଁ ରାକ୍ଷୀ ପ୍ରସ୍ତୁତ କରାଯାଇଥିଲା ସେହି ରାକ୍ଷୀକୁ କୁନିକୁନି ପିଲାଙ୍କ ଦ୍ବାରା ଆମକୁ ଜୀବନ ଦାନ କରୁଥିବା ଗଛମାନଙ୍କୁ ବନ୍ଧା ଯାଇଥିଲା । ଭଉଣୀ ଭାଇକୁ ସୁରକ୍ଷା କାମନା କରୀ ରeକ୍ଷୀ ବାନ୍ଧିଥିବା ବେଳେ ଆମକୁ ଜୀବନ ଦେଉଥିବା ବୃକ୍ଷ ପାଇଁ ମଣିଷ ଆହୁରି ସଚେତନ ହେବାର ଅବଶ୍ୟକତା ରହିଛି । ତେଣୁ ଗଛର ପୂଜା କରି, ଦ୍ବୀପ, ଅରୁଆ ଚାଉଳ, ସିନ୍ଦୁର, ଟିକା ଲଗାଇ ଗଛକୁ ରାକ୍ଷୀ ବନ୍ଧା ଯାଇଛି ।’’

ଅଧିକ ପଢନ୍ତୁ...Tied Rakhi to Soldiers: LOCରେ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ଝିଅ

ଦିନକୁ ଦିନ ଗଛ କଟା ବୃଦ୍ଧି ହେବାରୁ ପରିବେଶ ପ୍ରଦୂଷଣ ବଢ଼ୁଥିବାରୁ ବୃକ୍ଷଟିଏ ଆମକୁ ସୁରକ୍ଷା ଦେଉଥିବାରୁ ଗଛ ଲଗାଇ ପରିବେଶର ସଚେତନତା ବାର୍ତ୍ତା ଦେଇଛି ଫାଉଣ୍ଡେସନ । ଏହାସହ ସେମାନେ ପ୍ରତିବର୍ଷ ପରି ଗଛରେ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ କରୁଥିବା ବେଳେ ଏଥର ସ୍କୁଲ୍‌ର ପିଲାମାନଙ୍କ ସହ ମିଶି ରକ୍ଷା ବନ୍ଧନ ପାଳିଛନ୍ତି ।

ଅଧିକ ପଢନ୍ତୁ...ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଷ୍ଟିଲ୍‌ ସିଟି ଉତ୍ସବମୁଖର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.