ETV Bharat / state

Rajiv Gandhi Birth Anniversary: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ

author img

By

Published : Aug 20, 2023, 10:23 PM IST

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ । 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତକୁ ସଂଶ୍ଳିଷ୍ଟ ନକରିବା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଅଧିକ ପଢ଼ନ୍ତୁ

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ବର: 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତକୁ ସଂଶ୍ଳିଷ୍ଟ ନକରିବା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ । ଅଗଷ୍ଟ ୨୯ରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ଦାଖଲ କରିବ ଏହି ପଞ୍ଚାୟତିରାଜ ସଂଗଠନ । ତେବେ ଆଜି (ରବିବାର) ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିବା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଜ୍ୟ ସଭାପତି ସୁଦର୍ଶନ ଦାସ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମସ୍ତ ୩୦ ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତସ୍ତରୀୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ପଞ୍ଚାୟତିରାଜ ସଂଗଠନର ସଭାପତି ତଥା କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସରକାର ପ୍ରଣୟନ କରିଥିବା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପଞ୍ଚାୟତ ଅନୁଷ୍ଠାନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ସୁଦର୍ଶନ କହିଛନ୍ତି, "ଏହି ଯୋଜନା ମୁତାବକ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲାବେଳେ ଗ୍ରାମସଭା, ପଞ୍ଚାୟତିରାଜ ଅନୁଷ୍ଠାନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଆଦୌ ସଂଶ୍ଳିଷ୍ଟ କରାଯାଇନାହିଁ । ସମ୍ବିଧାନର ନିର୍ଦ୍ଦେଶ ମୁତାବକ ଅନୁସୂଚିତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ଗ୍ରାମସଭାର ବିନା ଅନୁମୋଦନରେ ହୋଇପାରିବ ନାହିଁ । ମାତ୍ର ଏହି ଯୋଜନାରେ ଏଥିପ୍ରତି ଭୃକ୍ଷେପ କରାଯାଇନାହିଁ । ଏହା ସମ୍ବିଧାନ ବିରୋଧୀ, ପଞ୍ଚାୟତ ବ୍ୟବସ୍ଥା ପ୍ରତି ଉପହାସ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରତାରଣା । ଏହା ବିରୋଧରେ ଆସନ୍ତା ଅଗଷ୍ଟ ୨୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ ।" ଯେହେତୁ ଏହା ଆଇନ ବିରୋଧୀ, ତେଣୁ ଏହି ଯୋଜନା ବିରୋଧରେ ଆଇନର ଆଶ୍ରୟ ନେବାପାଇଁ ମଧ୍ୟ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ସରକାରଙ୍କର ପଞ୍ଚାୟତ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ବିରୋଧ କରିଥିଲେ । ସେ କହିଥିଲେ, "କଂଗ୍ରେସ ସରକାର ସମୟରେ ପଞ୍ଚାୟତିରାଜକୁ କ୍ଷମତା ଦେଇ ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଥିଲା । ହେଲେ ବର୍ତ୍ତମାନର ବିଜେଡି ସରକାର ଏହାକୁ ଅବମାନନା କରିଚାଲିଛନ୍ତି ।" ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହର୍ଷବଦ୍ଧନ ସପକାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ରାଜୀବ ଗାନ୍ଧୀଙ୍କର ଅବଦାନ ଏବଂ ଦେଶରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଆଣିବା କ୍ଷେତ୍ରରେ କଂଗ୍ରେସର ଭୂମିକା ବିଷୟରେ ଅବତାରଣ କରିଥିଲେ । ସଂଗଠନର ରାଷ୍ଟ୍ରୀୟ ଆବାହକ ତଥା ଓଡ଼ିଶା ପ୍ରଭାରୀ କୁନାଲ ବାନାର୍ଜୀ ଏଥିରେ ଯୋଗଦେଇ ଦେଶରେ ପଞ୍ଚାୟତ ପ୍ରତିନିଧିମାନଙ୍କର ଏକ ସଂଗଠନ ହିସାବରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ କିଭଳି କାମ କରୁଛି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଡ୍ରାମା ବନ୍ଦ କରନ୍ତୁ, ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ: ବିଜୟ ପଟ୍ଟନାୟକ

କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ତୃଣମୂଳସ୍ତରରେ ପଞ୍ଚାୟତ ବ୍ୟବସ୍ଥା ବିକାଶର ଚାବିକାଠି ଏବଂ ଏହାକୁ ରାଜ୍ୟ ସରକାର ଗୁରୁତ୍ବ ନଦେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ସେ କହିଥିଲେ, "ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜନ କରାଯିବ ।" ଏହାସହ ସେ ରାଜ୍ୟର ବିଜେଡି ସରକାର ବିରୋଧରେ ପଞ୍ଚାୟତ ପ୍ରତିନିଧିମାନେ ଏକଜୁଟ୍‌ ହୋଇ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ପ୍ରୟାସ ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ସେହିଭଳି ପିସିସି ସଭାପତି ଆଗାମୀ ନିର୍ବାଚନରେ ପଞ୍ଚାୟତର ପ୍ରତିନିଧିମାନେ କଂଗ୍ରେସ ଦଳକୁ ସୁଦୃଢ଼ କରିବା ସହିତ ବିଜେପି ବିଜେଡିର ବିକଳ୍ପ ଶକ୍ତିଭାବରେ କଂଗ୍ରେସକୁ ଉପସ୍ଥାପିତ କରିବା ପାଇଁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.