ETV Bharat / state

ଏଥର ବରୁଣେଇରେ ଆହୁରି ଆକର୍ଷଣୀୟ ହେବ ‘ରଜ ମହୋତ୍ସବ’ - ବରୁଣେଇ

ଆଗକୁ ଓଡିଶାର ଅନ୍ୟତମ ବଡ ପର୍ବ ରଜ । ରଜ ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ପ୍ରଶାସନ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି. ଖୋର୍ଦ୍ଧା
author img

By

Published : Jun 6, 2019, 4:53 PM IST

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ କୁଆଁରୀ ଝିଅର ପର୍ବ ‘ରଜ’ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ସାରା ରାଜ୍ୟ । ‘ରଜ’ ଉତ୍ସବକୁ ଧୁମଧାମରେ ପାଳିବା ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଗାଥା ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠରେ ରଜ ଉତ୍ସବକୁ ଧୁମଧାମରେ ପାଳିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି. ଖୋର୍ଦ୍ଧା

ଚଳିତ ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୋଳି ,ରଜ ପାନ, କବାଡ଼ି , ପଶା, ପୁଚି ଖେଳ ସହ ମହିଳା ମାନଙ୍କ ହୁଳହୁଳି ପ୍ରତିଯୋଗିତା କରାଯିବ । ସେହିପରି ପାଇକ ବିଦ୍ରୋହର ଦୁଇଶହ ତମ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାଇକ ଦାୟାଦ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ ପାଇକ ଆଖଡା ।

ତେବେ ଅତିରିକ୍ତ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ନବନିର୍ବାଚିତ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.