ETV Bharat / state

ଖୋର୍ଦ୍ଧାରେ ରଜ ମଉଜ: ସାମାଜିକ ଦୂରତା ରଖି ଖେଳିଲେ ଦୋଳି - raja 2020

କୋରୋନା କଟକଣାରେ ଜମିଲା ରଜ ମଉଜ । ସରକାରଙ୍କ ସମସ୍ତ ନିୟମ ମାନି ଏହି ପର୍ବର ମଜା ନେଇଛନ୍ତି ଖୋର୍ଦ୍ଧା ଗେଡିଆପାଲି ଗାଁରେ ଯୁବତୀମାନେ । ଅଧିକ ପଢନ୍ତୁ...

କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ
କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ
author img

By

Published : Jun 14, 2020, 1:26 PM IST

Updated : Jun 14, 2020, 1:56 PM IST

ଖୋର୍ଦ୍ଧା: ଆଜି ପହିଲି ରଜ । ଓଡିଆ ସଂସ୍କୃତି ପରମ୍ପରା ଓ ଭାଇଚାରାର ପର୍ବ ରଜ । ଯାହାକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । କୋରୋନା କଟକଣା ଭିତରେ କୁଆଁରୀ ମାନେ ବେଶ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରୁଛନ୍ତି । ପହିଲି ରଜରେ କୁମାରୀମାନେ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ଦୋଳି ଖେଳିବା ସହ ପୁଚି ଖେଳି ବେଶ ମଜା ଉଠାଉଛନ୍ତି ।

କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ
କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ
ଖୋର୍ଦ୍ଧାରେ ରଜ ମଉଜ: ସାମାଜିକ ଦୂରତା ରଖି ଖେଳିଲେ ଦୋଳି

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲି ଗାଁର ଯୁବତୀମାନେ ଆଜି ପହିଲି ରଜ ପାଳନ କରିଛନ୍ତି । କୋରୋନା କଟକଣାକୁ ମାନି ସାମାଜିକ ଦୂରତା ସହ ଏହି ଗଣ ପର୍ବକୁ ସମସ୍ତେ ଉପଭୋଗ କରିଛନ୍ତି ।

କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ
କୋରୋନା କଟକଣା ସତ୍ତ୍ବେ ଜମିଲା ରଜ ମଉଜ

ହାତରେ ମେହେନ୍ଦି, ପାଦରେ ଅଳତା ଏବଂ ନୂଆ ଡ଼୍ରେସ ପିନ୍ଧି ଦୋଳି ଓ ପୁଚି ଖେଳ ଖେଳୁଛନ୍ତି ଗାଁର ଯୁବତୀମାନେ । କେବଳ ଯୁବତୀ ନୁହଁନ୍ତି ଏହି ପର୍ବକୁ ଯୁବକମାନେ ମଧ୍ୟ ତାସ ଖେଳି ବେଶ ଉପଭୋଗ କରୁଥିବା ଦେଖାଦେଇଛି । ଉତ୍ସବ ପାଳନ କରିବାରେ କୋରୋନା କଟକଣା ବାଧକ ସାଜିଥିଲେ ମଧ୍ୟ ସରକାରଙ୍କ ନିୟମ ମାନି ଗାଁ ଗାଁରେ ଏହି ପର୍ବକୁ ବେଶ ଉପଭୋଗ କରୁଛନ୍ତି କୁଆଁରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 14, 2020, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.