ETV Bharat / state

ତାତିରୁ ମିଳିଲା ତ୍ରାହି, କାଳବୈଶାଖୀରେ ଭିଜିଲା ଓଡ଼ିଶା - ପାଣିପାଗ ବିଭାଗ

କଳାବୈଶାଖୀ ପ୍ରଭାବ କମିବା ପରେ ଜାରି ରହିଛି ଅସହ୍ୟ ଗୁଳିଗୁଳି । ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଦ୍ଧିତ ତାପମାତ୍ରାର ପ୍ରଭାବ ଜାରି ରହିବ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

9 district orange warning alert
9 district orange warning alert
author img

By

Published : May 19, 2023, 9:38 PM IST

9 district orange warning alert

ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । କଳାବୈଶାଖୀ ପ୍ରଭାବ କମିବା ପରେ ବି କେତେକ ସ୍ଥାନରେ ଜାରି ରହିଛି ଅସହ୍ୟ ଗୁଳିଗୁଳି ସହ ତାତି । ଏହି ଉଚ୍ଚ ତାପମାତ୍ରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ସଚେତନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଜାରି ରହିବା ନେଇ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ତେଣୁ ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ବିଶେଷ କରି ଗ୍ରୀଷ୍ମ ପ୍ରଭାବରେ ସିଝିବ ଉପକୂଳ ଓଡ଼ିଶା ।

ଏହା ମଧ୍ୟ ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

ଅନ୍ୟପଟେ ଗତକାଲି ୨୧ଟି ସହରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , କଟକ, ଯାଜପୁର, ଢେଙ୍କାନାଳ ଜଗତସିଂହପୁର, ଭଦ୍ରକ ପରି ୯ ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଳା ଗୁଡିକରେ ପ୍ରାୟ ୫୦-୬୦ ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି l

ଏହି କାଳବୈଶାଖୀ ପ୍ରଭାବରେ ଆଜି ଓ ଆସନ୍ତାକାଲି ଯଦିଓ ତାପମାତ୍ରା ସାମାନ୍ୟ କମ ଅନୁଭୂତ ହେବ ହେଲେ ପୁଣି ୨୧ ତାରିଖରୁ ପାରଦ ଉପରମୁହାଁ ହେବ । ଆଗମୀ ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗ୍ରୀଷ୍ମର ପ୍ରବାହ ରାଜ୍ୟରେ ଏବେ ଯେଉଁ ଭଳି ରହିଛି ଏପରି ସ୍ଥିତିରେ ଆଗକୁ କେବେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ତାକୁ ହିଁ ଅପେକ୍ଷା ।

ଏନେଇ ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି, କିଛିଦିନ ହେବ କାଳବୈଶାଖୀ ଲାଗି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶା ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁନି । ଗତକାଲି 21ଟି ସହରରେ ତାପମାତ୍ରା 40 ଡିଗ୍ରୀ ପାଖାପାଖି ରହିଥିଲା । ସର୍ବୋଚ୍ଚ ତାପମାତ୍ରା ସୋନପୁରରେ 44ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଉପକୂଳ ଓଡିଶାରେ 40ଡିଗ୍ରୀ କିମ୍ବା ତାଠାରୁ ସାମାନ୍ୟ ତଳକୁ ରହୁଥିବା ବେଳେ ଆଦ୍ରତାର ମାତ୍ରା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.